EnewsOdia.Com

ଶିକ୍ଷକଙ୍କୁ ଖରାଛୁଟି ମନା, ଛୁଟିରେ ଚାଲିବ ଏକ୍ସଟ୍ରା କ୍ଲାସ

ଏଣିକି ଶିକ୍ଷକଙ୍କୁ ଆଉ ଖରା ଛୁଟିରେ ମିଳିବନି ଛୁଟି । ଖରା ଛୁଟି ସମୟରେ ସେ ପିଲାଙ୍କୁ ପାଠ ପଢ଼ାଇବେ । ଯେଉଁ ଛାତ୍ରଛାତ୍ରୀ ପାଠ ପଢ଼ାରେ ଦୁର୍ବଳ ଅଛନ୍ତି ସେମାନଙ୍କୁ ଏହି ଛୁଟି ସମୟରେ ଏକ୍ସଟ୍ରା କ୍ଲାସ। ନେବେ ଶିକ୍ଷକ ଓ ଶିକ୍ଷୟତ୍ରୀ । କୁହାଯାଏ ସରକାରୀ ଶିକ୍ଷକ ଭାବେ ଚାକିରି କଲେ, ୬ମାସ ପଢ଼ା ଓ ୬ମାସ ଛୁଟି ମିଳେ । ତେବେ ଶିକ୍ଷକଙ୍କ ଏଭଳି ଛୁଟି ଉପରେ ରୋକ ଲାଗାଇଛି ଶିକ୍ଷା ବିଭାଗ ।

ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ମନ୍ତ୍ରୀଙ୍କ କହିବା ଅନୁଯାୟୀ, ଆଗାମୀ ଗ୍ରୀଷ୍ମଛୁଟିରେ ଶିକ୍ଷକମାନେ ସଂପୂର୍ଣ୍ଣ ଛୁଟି ନେଇପାରିବେ ନାହିଁ । ଏହି ସମୟରେ ବିଦ୍ୟାଳୟର ଦୁର୍ବଳ ଛାତ୍ରଛାତ୍ରୀଙ୍କୁ ସେମାନେ ପାଠ ପଢ଼ାଇ‌ବେ। ଅଭିଭାବକମାନେ ଚାହିଁ ଥାଆନ୍ତି କି ସେମାନଙ୍କ ପିଲାମାନଙ୍କୁ କିଭଳି ଅଧିକ ଗୁରୁତ୍ବର ସହ ପାଠପଢ଼ାଯାଉ । ତେଣୁ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଘରୋଇ ବିଦ୍ୟାଳୟ ତୁଳନାରେ ସରକାରୀ ବିଦ୍ୟାଳୟରେ ମାଟ୍ରିକ୍ ପାସ୍ ହାର କମ୍ ରହୁଛି। ଏହି ସମସ୍ୟା ଦୂର କରିବା ଲାଗି ଦୁର୍ବଳ ଛାତ୍ରଛାତ୍ରୀଙ୍କୁ ସ୍ବତନ୍ତ୍ର ଭାବେ ପାଠ ପଢ଼ାଯିବା ଜରୁରୀ ହୋଇପଡ଼ିଛି । ଏହାକୁ ନଜରରେ ରଖି ଗଣଶିକ୍ଷା ବିଭାଗ ପକ୍ଷରୁ ଏପରି ବ୍ୟବସ୍ଥା ଆରମ୍ଭ କରାଯାଇଛି ।

ପଢନ୍ତୁ: ଜଳ ସଙ୍କଟ ପାଇଁ ଓଟଙ୍କୁ ଗୁଳି କରି ମାରିବାକୁ ନିର୍ଦ୍ଦେଶ

ସମ୍ବନ୍ଧିତ ଖବର

ସରିଲା ମାଟ୍ରିକ ପରୀକ୍ଷା, ମାର୍ଚ୍ଚ ୧୮ ରୁ ଖାତା ଦେଖା ଆରମ୍ଭ

Ratnamani Maharana

ବଜ୍ରକାପ୍ତାରୁ ବ୍ୟାପୁଛି କରୋନା ଭାଇରସ୍‌ !

Ratnamani Maharana

ଏପ୍ରିଲ୍‌ ୨୮ ଦିନ ନିରାପଦରେ ପୃଥିବୀ ଅତିକ୍ରମ କରିବ ପ୍ରକାଣ୍ଡ ଗ୍ରହାଣୁ

Ratnamani Maharana

ରୁକୁଣା ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ

Ratnamani Maharana

ପ୍ରଖ୍ୟାତ ବଙ୍ଗଳା ଅଭିନେତା ତଥା ପୂର୍ବତନ ସାଂସଦ ତାପସ ପାଲଙ୍କ ପରଲୋକ

Ratnamani Maharana

ପଥର ସନ୍ଧିରୁ ବାହାରୁଛି ଡିଜେଲ୍

Ratnamani Maharana