EnewsOdia.Com

ଶିକ୍ଷାକ୍ଷେତ୍ରରେ ଲାଗୁ ହେବ ‘ନୋ ୱାର୍କ ନୋ ପେ’ ନିୟମ

ଆଉ ଆନ୍ଦୋଳନ କରିପାରିବେ ନାହିଁ ଅଧ୍ୟାପକ । ଆନ୍ଦୋଳନ କରିଲେ ମିଳିବନି ସେହିଦିନର ଦରମା । ଏହାଛଡା ଆନ୍ଦୋଳନ କରିଲେ ଚାକିରୀ ହରାଇବେ ଅଧ୍ୟାପକ । ଏପରି କିଛି ନିୟମ ଆଣିଛନ୍ତି ରାଜ୍ୟ ସରକାର । ଏଣିକି କାମ ନକରି ଆନ୍ଦୋଳନ କରିଲେ ଲାଗୁ ହେବ ‘ନୋ ୱାର୍କ ନୋ ପେ’ ନିୟମ । ଏନେଇ ଚେତାବନୀ ଦେଇଛନ୍ତି ସରକାର । ରାଜ୍ୟରେ ଥିବା ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ କଲେଜଗୁଡିକର ଅଧ୍ୟାପକ ଓ ଅଣ ଶିକ୍ଷା କର୍ମଚାରୀ ମାନେ ଯଦି ଛୁଟି ମଞ୍ଜୁର ନହୋଇ ଛୁଟିରେ ରୁହନ୍ତି ତେବେ ଲାଗୁ ହେବ ‘ନୋ ୱାର୍କ ନୋ ପେ’ ନିୟମ ।ଏନେଇ ଉଚ୍ଚ ଶିକ୍ଷା ସଚିବ ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି। କେବଳ ସମ୍ପୃକ୍ତ କଲେଜର ଉଚ୍ଚ କର୍ତ୍ତୃପକ୍ଷଙ୍କ ସ୍ୱୀକୃତି ଦେଲେ ହିଁ ଅଧ୍ୟାପକ ଛୁଟି ନେଇ ପାରିବେ ବୋଲି ଚିଠିରେ ଉଲ୍ଲେଖ ରହିଛି।

ଯଦି ଅଧ୍ୟାପକମାନେ କାର୍ଯ୍ୟରେ ଯୋଗ ନଦେଇ ଆନ୍ଦୋଳନ କରନ୍ତି ତେବେ ସେମାନଙ୍କ ଉପରେ ନୋ ୱାର୍କ ନୋ ପେ ନିୟମ ଲାଗୁ ହେବ । ଏହାଛଡା ଅଧ୍ୟାପକ ଯଦି ସରକାରୀ କଲେଜରେ କାର୍ଯ୍ୟରତ ଥିବେ ତେବେ ତାଙ୍କୁ ଆଗୁଆ ଅବସର ପାଇଁ କୁହାଯିବ । ସେହିଭଳି ଅନୁଦାନପ୍ରାପ୍ତ ଅଧ୍ୟାପକ ହୋଇଥିଲେ , ସପୃକ୍ତ କଲେଜର ଅନୁଦାନ ପ୍ରତ୍ୟାହାର ହେବ । ଯେପରି କୌଣସି ଅଧ୍ୟାପକ ଛୁଟିରେ ରହି ଆନ୍ଦୋଳନରେ ସାମିଲ ହେଉନଥିବେ ସେଥିପ୍ରତି ଅଧ୍ୟକ୍ଷ ସୁନିଶ୍ଚିତ କରିବେ । ଏହାଛଡା ଯଦି ଆନ୍ଦୋଳନରେ ସାମିଲ ହେବା ପାଇଁ ଅଧ୍ୟକ୍ଷ ଛୁଟି ଦିଅନ୍ତି ତେବେ ସେଥିପାଇଁ ଅଧ୍ୟକ୍ଷ ଦାୟୀ ରହିବେ ଚିଠିରେ ସ୍ପଷ୍ଟଭାବେ ଉଲ୍ଲେଖ କରାଯାଇଛି ।

ପଢନ୍ତୁ: ଆଜିଠାରୁ ଆରମ୍ଭ ହେଉଛି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା

 

 

ସମ୍ବନ୍ଧିତ ଖବର

ବିଜେପୁରରେ ନବୀନଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର

Ratnamani Maharana

ବୃହସ୍ପତିର ରେକର୍ଡ ଭାଙ୍ଗିଲା ଶନି

Ratnamani Maharana

ବଢ଼ିଲା +୨ ପ୍ରାକ୍ଟିକାଲ ପରୀକ୍ଷା ଫି’, ଥିଓରି ପରୀକ୍ଷା ଫି’ ଅପରିବର୍ତ୍ତିତ

Ratnamani Maharana

ଡିଗ୍ରି ଇଂଜିନିୟର ବଡ଼ଦାଣ୍ଡର ଭିକାରି

Ratnamani Maharana

ଅସଦୁଦ୍ଦିନ ଓୱେସୀଙ୍କ ବିରୋଧରେ ରାଷ୍ଟ୍ରଦ୍ରୋହ ମକଦ୍ଦମା ରୁଜ୍ଜୁ ଦାବି

Ratnamani Maharana

ଜାନୁଆରି ୧୮ରୁ ହାର୍ଦ୍ଦିକ ପଟେଲ ନିଖୋଜ

Ratnamani Maharana