EnewsOdia.Com

ପ୍ରତି ଶନିବାର ହେବ ନୋ ବ୍ୟାଗ ଡ଼େ

ପ୍ରତି ଶନିବାର ହେବ ନୋ ବ୍ୟାଗ ଡ଼େ । ଏଥର ଛାତ୍ରଛାତ୍ରୀ ସ୍କୁଲ ବ୍ୟାଗ୍‌ ନ ନେଇ ଯିବେ ସ୍କୁଲ । ଗୋଟିଏ ଦିନ ଫୁରସତ ମିଳିବ ଛାତ୍ରଛାତ୍ରୀଙ୍କୁ ବ୍ୟାଗ୍‌ ବୋହିବାରୁ । ପାଠ ବଦଳରେ ସ୍କୁଲରେ ମିଳିବ ସାଠର ଜ୍ଞାନ ।  ଏମିତି କିଛି ନୂଆ ଉଦ୍ୟମ କରିଛି ଗଞ୍ଜାମ ଜିଲ୍ଲା। ଛାତ୍ରଛାତ୍ରୀମାନେ ସପ୍ତାହରେ ଦିନଟିଏ ଆଜି ବିନା ବ୍ୟାଗରେ ବିଦ୍ୟାଳୟକୁ ଆସିଛନ୍ତି।  ଆଜି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଛତ୍ରପୁର ଏନଏସିରେ ଥିବା ପୁତିଗୋପାଳପୁର ଉଚ୍ଚ ବିଦ୍ୟାଳୟ ଏବଂ ରିକାପଲ୍ଲୀ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି।

ଏହି ଅବସରରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି ଯେ ପିଲାମାନଙ୍କ ଭିତରେ ଲୁକ୍କାୟିତ ପ୍ରତିଭା ଲୋକଲୋଚନକୁ ଆଣିବା ଓ ମାନସିକ ଶାନ୍ତି ସହ ଜ୍ଞାନ ଅର୍ଜନ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ। ଏହି କାରଣରୁ ପ୍ରତି ଶନିବାର ଦିନ ସାଧାରଣ ପାଠ୍ୟକ୍ରମ ପାଠପଢ଼ା ବନ୍ଦ ରହିବ । ଏହି ଦିନ ପିଲାମାନଙ୍କ ରୁଟିନ୍ ହେବ କେବଳ ଯୋଗ, ଚିତ୍ରାଙ୍କନ, ଗପବହି ପଢ଼ିବା, ଗଳ୍ପ ଶୁଣିବା ଓ କହିବା । ଏହାକୁ ଆଖି ଆଗରେ ରଖି ପରୀକ୍ଷାମୂଳକଭାବେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଆରମ୍ଭ କରିଛି ‘ନୋ ବ୍ୟାଗ୍ ଡେ’ କାର୍ଯ୍ୟକ୍ରମ । ପ୍ରତି ଶନିବାର ହେବ ନୋ ବ୍ୟାଗ୍ ଡେ । ଆଜିଠାରୁ ଆରମ୍ଭ ହୋଇଛି ଏହି କାର୍ଯ୍ୟକ୍ରମ ।

ପଢନ୍ତୁ: ମହିଳା ଦିବସରେ ମହିଳାଙ୍କୁ ‘ମୋ ବସ୍‌’ରେ ମିଳିବ ମାଗଣା ସେବା

ସମ୍ବନ୍ଧିତ ଖବର

‘କାଳିଆ’ ଟଙ୍କା ପାଉଛନ୍ତି ପୂର୍ବତନ ବିଧାୟକଙ୍କ ବୋହୂ

Ratnamani Maharana

ପକ୍ଷୀ ପ୍ରେମରେ ଛାଡିଦେଲେ ଇଂଜିନିୟରିଙ୍ଗ ଚାକିରି

Ratnamani Maharana

ସ୍ତ୍ରୀଙ୍କୁ ୩୦୦ ଖଣ୍ଡ କାଟି ହତ୍ୟା କରିଥିବା କର୍ଣ୍ଣେଲଙ୍କୁ ଆଜୀବନ କାରାଦଣ୍ଡ

Ratnamani Maharana

ମିଶନ୍ ଶକ୍ତି ମେଳାରେ ବୁଲି ସପିଂ କଲେ ମୁଖ୍ୟମନ୍ତ୍ରୀ

Ratnamani Maharana

ସାହିତ୍ୟରେ ଓଲ୍‌ଗା ଓ ହ୍ୟାଣ୍ଡ୍‌କେଙ୍କୁ ନୋବେଲ

Ratnamani Maharana

ଆଜି ଏକକ ଷାଣ୍ମାସିକ ପରୀକ୍ଷା: ପହଞ୍ଚିନି ପ୍ରଶ୍ନପତ୍ର, ଜେରକ୍ସ ଯୋଗାଇବାକୁ ନିର୍ଦେଶ

Ratnamani Maharana