News

ମେଡିସିନ୍ ରେ ୨ ବୈଜ୍ଞାନିକଙ୍କୁ ନୋବେଲ

୨୦୧୮ ମେଡିସିନ୍ ପାଇଁ ନୋବେଲ ପୁରସ୍କାର ଘୋଷିତ ହୋଇଛି। ଭେଷଜ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ଦୁଇ ଭେଷଜ ବିଜ୍ଞାନୀ ମିଳିତ ଭାବେ ପାଇବେ ନୋବେଲ ପୁରସ୍କାର । ଜେମସ୍ ପି.ଆଲିସାନ୍ ଓ ତାସୁକୁ ହୋଞ୍ଜୋ ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । କ୍ୟାନସର ଥେରାପି ପାଇଁ ମିଳିତ ଭାବେ ଏହି ପରସ୍କାର ପ୍ରଦାନ କରାଯିବ।

james ମେଡିସିନ ମେଡିସିନ୍ ରେ ୨ ବୈଜ୍ଞାନିକଙ୍କୁ ନୋବେଲ James

ଅାମେରିକାର ପ୍ରଫେସର ଅାଲିସନ୍ ଟେକ୍ସାଲ ୟୁନିଭର୍ସିଟିର ଅାଣ୍ଡରସନ୍ କ୍ୟାନସର ସେଣ୍ଟରରେ ମୁଖ୍ୟଭାବେ କାର୍ଯ୍ୟ କରୁଛନ୍ତି। ଅନ୍ୟପକ୍ଷରେ ତାସୁକୁ ହାଞ୍ଜୋ କ୍ୟୋଟୋ ବିଶ୍ୱ ବିଦ୍ୟାଳୟରେ ଗତ ୩୪ବର୍ଷ ହେଲା ପ୍ରଫେସର ଭାବେ କାର୍ଯ୍ୟ କରୁଛନ୍ତି।

ଉଲ୍ଲେଖଯୋଗ୍ୟ, ପ୍ରତିବର୍ଷ ଚିକିତ୍ସା ବିଜ୍ଞାନ କ୍ଷେତ୍ର ପାଇଁ ପ୍ରଥମେ ନୋବେଲ୍ ପୁରସ୍କାର ଘୋଷଣା କରାଯାଇଥାଏ। ଆଜି ଚିକିତ୍ସା ବିଜ୍ଞାନ ପାଇଁ ନୋବେଲ୍ ଘୋଷଣା କରାଯାଇଥିବା ବେଳେ ମଙ୍ଗଳବାର ପଦାର୍ଥ ବିଜ୍ଞାନ, ବୁଧବାର ରସାୟନ ବିଜ୍ଞାନ, ଶୁକ୍ରବାର ନୋବେଲ୍ ଶାନ୍ତି ଏବଂ ଆସନ୍ତା ସୋମବାର ଅର୍ଥଶାସ୍ତ୍ର ପାଇଁ ନୋବେଲ୍ ବିଜେତାଙ୍କ ନାମ ଘୋଷଣା କରାଯିବ।

ପଢନ୍ତୁ;ଆଜି ଗାନ୍ଧୀ ଜୟନ୍ତୀ:ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

Related posts

Wedding Venues In Kolkata: What To Look For ?

Krishna Kumar Manoj

ପୁଲିସ-ବାଲି ମାଫିଆଙ୍କ ଅସାଧୁ ମେଣ୍ଟ : ସାମ୍ବାଦିକଙ୍କୁ ଡମ୍ପର ମଡ଼ାଇ ହତ୍ୟା

Krishna Kumar Manoj

ଏବେ ସରକାରୀ କିମ୍ବା ଘରୋଇ ସମ୍ପତ୍ତି ନଷ୍ଟ କଲେ କ୍ଷତିପୂରଣ ସହ ୫ ବର୍ଷ ଜେଲ ଦଣ୍ଡ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More