News

ଡେନିସ୍‍,ନାଦିଆଙ୍କୁ ଶାନ୍ତି ନୋବେଲ୍‍ ପୁରସ୍କାର

ଆଫ୍ରିକୀୟ ଦେଶ କଙ୍ଗୋର ଡାକ୍ତର ଡେନିସ ମୁକେଓ୍ଵଜ ଓ ଯୁଦ୍ଧବିଧ୍ୱସ୍ତ ଇରାକର ସାମାଜିକ କର୍ମୀ ନାଦିଆ ମୁରାଦ ଏ ବର୍ଷର ବିଶ୍ୱର ସବୁଠୁ ମର୍ଯ୍ୟାଦାଜନକ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯିବ। ବଳାତ୍କାର ହିଂସା ବିରୋଧରେ ସଂଗ୍ରାମ ପାଇଁ ସେମାନଙ୍କୁ ଏହି ସମ୍ମାନଜନକ ପୁରସ୍କାର ମିଳିଛି ବୋଲି ନରୱେ ସ୍ଥିତ ନୋବେଲ ପୁରସ୍କାର କମିଟି ପକ୍ଷରୁ ସୂଚନା ଦିଆଯାଇଛି।

୨୫ ବର୍ଷୀୟା ନାଦିଆ ମୁରାଦ୍‌ ହେଉଛନ୍ତି ଇରାକ୍‌ର ଜଣେ ୟାଜିଦି କୁର୍ଦ୍ଦିଶ ମାନବାଧିକାର କର୍ମୀ। ସେ ସେଠାକାର ସଂଖ୍ୟାଲଘୁ ସମ୍ପ୍ରଦାୟର ବଳାତ୍କାର ପୀଡ଼ିତାଙ୍କ ମଧ୍ୟରୁ ଜଣେ, ଯାହାଙ୍କୁ ଇସ୍‌ଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌) ସଜାଇଥିଲା ଯୌନଦାସୀ। ୨୦୧୪ ଅଗଷ୍ଟରେ ଆଇଏସ୍‌ ଇରାକ୍‌ର କେତେକ ଗୁରୁତ୍ୱପୂର୍ଣ୍ଣ ସହର ଦଖଲ କରିଥିବାବେଳେ ୩,୦୦୦ ମହିଳା ଓ ଯୁବତୀଙ୍କୁ ଅପହରଣ କରିନେଇଥିଲା। ସେମାନଙ୍କ ମଧ୍ୟରେ ମୁରାଦ୍‌ ଥିଲେ ଅନ୍ୟତମ। ଜେହାଦୀମାନେ ମୁରାଦଙ୍କୁ ଉତ୍ତର ଇରାକ୍‌ସ୍ଥିତ ତାଙ୍କ ଗାଁରୁ ଉଠାଇନେଇ ଜବରଦସ୍ତ ଇସ୍‌ଲାମ୍‌ ଧର୍ମ ଗ୍ରହଣ କରାଇଥିଲେ। ଆଇଏସ୍‌ ଜେହାଦୀଙ୍କ କବଳରୁ ଖସିଆସିବା ପୂର୍ବରୁ ୩ ମାସ ଧରି ସେ ବଳାତ୍କାର ଓ ଅକଥନୀୟ ଅତ୍ୟାଚାରର ଶିକାର ହୋଇଥିଲେ। ସେହି ସମୟରେ କୁର୍ଦ୍ଦିଶ ଭାଷାଭାଷୀ ସଂଖ୍ୟାଲଘୁଙ୍କ ଉପରେ ଏଭଳି ବର୍ବରତାକୁ ଗଣହତ୍ୟା ବୋଲି ଅଭିହିତ କରିଥିଲା ଜାତିସଂଘ।

ସୂଚନାଯୋଗ୍ୟ,ଚଳିତବର୍ଷ ନୋବେଲ୍‌ କମିଟି ପାଖରେ ୩୩୧ ବ୍ୟକ୍ତି ଓ ସଂସ୍ଥାଙ୍କ ତାଲିକା ରହିଥିଲା । ସେଥିରେ ରହିଥିଲା ୨୧୬ ବ୍ୟକ୍ତି ବିଶେଷ ଓ ୧୧୫ଟି ସଂଗଠନର ନାଁ। ଆସନ୍ତା ଡିସେମ୍ବର ୧୦ ତାରିଖରେ ସେମାନଙ୍କୁ ପୁରସ୍କୃତ କରାଯିବ।

ପଢନ୍ତୁ;ଅଢେଇ ଟଙ୍କା କମିଲା ପେଟ୍ରୋଲ ଓ ଡିଜେଲ ଦର

Related posts

ମୋବାଇଲ ନମ୍ବର ଓ ଆଧାର ସଂଯୋଗ ଏବେ ହେବ ସହଜ, ଘରେବସି କରିପାରିବେ ଏହି କାମ

ENO Beuro

କୃଷି ବୈଜ୍ଞାନିକ ନିଯୁକ୍ତି ବୋର୍ଡକୁ କ୍ୟାବିନେଟର ମଞ୍ଜୁରି

ENO Beuro

୨ ରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା : ଦଳିତ ଛାତ୍ର ସୋମନାଥ ହତ୍ୟା ମାମଲା

Ratnamani Moharana

Leave a Comment