ପଡୋଶୀ ରାଷ୍ଟ୍ର ଇରିଟ୍ରିଆ ସହିତ ସୀମା ବିବାଦ ସମାଧାନରେ ନିର୍ଣ୍ଣାୟକ ଭୂମିକା ପାଇଁ ଅବି ଅହମ୍ମଦଙ୍କୁ ମିଳିବ ସମ୍ମାନ
୨୦୧୯ ବର୍ଷ ପାଇଁ ଘୋଷଣା ହୋଇଛି ନୋବେଲ୍ ଶାନ୍ତି ସମ୍ମାନ । ଚଳିତ ବର୍ଷ ଇଥଓପିଆ ପ୍ରଧାନମନ୍ତ୍ରୀଙ୍କୁ ମିଳିବ ନୋବେଲ ଶାନ୍ତି ପୁରସ୍କାର । ଏନେଇ ଘୋଷଣା କରିଛି ନୋବେଲ ଏକାଡେମୀ । ଚଳିତ ବର୍ଷର ନୋବେଲ ଶନ୍ତି ପୁରସ୍କାର ଇଥିଓପିଆର ପ୍ରଧାନମନ୍ତ୍ରୀ ଅବି ଅହମଦ ଅଲିଙ୍କୁ ପ୍ରଦାନ କରାଯିବ। ପଡ଼ୋଶୀ ରାଷ୍ଟ୍ର ଇରିଟ୍ରିଆ ସହ ସୀମା ବିବାଦର ସମାଧାନ ପାଇଁ ନିର୍ଣ୍ଣାୟକ ଭୂମିକା ନିର୍ବାହ କରିଥିବାରୁ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯିବ ବୋଲି ଆଜି ନୋବେଲ ଏକାଡେମି ଘୋଷଣା କରିଛି।
ଇଥିଓପିଆ ଏବଂ ଇରିଟ୍ରିଆ ମଧ୍ୟରେ ଦୀର୍ଘ ବର୍ଷ ଧରି ସୀମାକୁ ନେଇ ଶତ୍ରୁତା ଲାଗି ରହିଥିଲା। ୧୯୯୮ରୁ ୨୦୦୦ ପର୍ଯ୍ୟନ୍ତ ସୀମାକୁ ନେଇ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହୋଇଥିଲା। ଅବି ଅହମଦଙ୍କ ନିରନ୍ତର ପ୍ରୟାସ ଯୋଗୁଁ ଗତବର୍ଷ ଜୁଲାଇରେ ଦୁଇ ରାଷ୍ଟ୍ର ମଧ୍ୟରେ ଶାନ୍ତି ସ୍ଥାପନ ସମ୍ଭବ ହୋଇପାରିଛି। ଏଥିପାଇଁ ତାଙ୍କୁ ଇଥିଓପିଆର ‘ନେଲ୍ସନ ମଣ୍ଡେଲା’ ବୋଲି ମଧ୍ୟ କୁହାଯାଉଛି। ଓସ୍ଲୋରେ ଆସନ୍ତା ଡିସେମ୍ବର ୧୦ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ଭବ୍ୟ ପୁରସ୍କାର ପ୍ରଦାନ ଉତ୍ସବରେ ୪୩ ବର୍ଷୀୟ ଅବି ଅହମଦ ନୋବେଲ ଶାନ୍ତି ପୁରସ୍କାର ଗ୍ରହଣ କରିବେ।