27 C
Bhubaneswar
October 24, 2020
EnewsOdia.Com
ନ୍ୟୁଜ୍

ସାହିତ୍ୟରେ ଓଲ୍‌ଗା ଓ ହ୍ୟାଣ୍ଡ୍‌କେଙ୍କୁ ନୋବେଲ

ସାହିତ୍ୟ ପାଇଁ ଆଜି ନୋବେଲ୍‌ ପୁରସ୍କାର ଘୋଷଣା କରାଯାଇଛି। ସ୍ବିଡିସ ଏକାଡେମି ୨୦୧୮ ବର୍ଷ ପାଇଁ ପୋଲାଣ୍ଡର ଲେଖକ ଓଲ୍‌ଗା ଟୋକାର୍କଜୁକ୍ ଏବଂ ୨୦୧୯ ବର୍ଷ ପାଇଁ ଅଷ୍ଟ୍ରିଆର ଲେଖକ ପିଟର୍‌ ହ୍ୟାଣ୍ଡ୍‌କେଙ୍କ ନାମ ଘୋଷଣା କରିଛି। ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ସାହିତ୍ୟ କ୍ଷେତ୍ରରେ ୨ ବର୍ଷ ପାଇଁ ଏକାଥରେ ନୋବେଲ ଦିଆଯାଉଛି। ଗତ ବର୍ଷ ଏହି ପୁରସ୍କାର ଯୌନ ନିର୍ଯାତନା ଏବଂ ପଦବୀର ଅପବ୍ୟବହାର ଆଦି ଅଭିଯୋଗ ପାଇଁ ବିବାଦ ଘେରକୁ ଆସିଥିଲା। ଫଳରେ ଏଥିପାଇଁ ଗଠିତ କମିଟିର ଉଚ୍ଚପଦସ୍ଥ ଲୋକେ ପଦ ଛାଡ଼ିବାକୁ ପଡ଼ିଥିଲା। ଏଭଳି ବିବାଦ ପରେ ୨୦୧୮ ମସିହା ପାଇଁ ସାହିତ୍ୟ କ୍ଷେତ୍ରରେ ନୋବେଲ ବନ୍ଦ କରାଯାଇଥିଲା।

ଓଲ୍‌ଗା ଟୋକାର୍କଜୁକ୍ ପୋଲାଣ୍ଡର ସୁଲେଚୋରେ ୧୯୬୨ରେ ଜନ୍ମଗ୍ରହଣ କରିଥିଲେ। ସେ ୧୯୯୩ରେ ପ୍ରଥମ ଉପନ୍ୟାସ ‘ପୋଡ୍ରୋଜ୍‌ ୟୁଡ୍‌ଜି କେସିଗି’ (ଦି ଜର୍ଣ୍ଣି ଅଫ୍‌ ଦି ବୁକ୍‌ ପିପୁଲ୍‌) ଲେଖି ସାହିତ୍ୟ ଦୁନିଆରେ ପ୍ରଥମ ପାଦ ଥାପିଥିଲେ। ୧୯୯୬ରେ ତାଙ୍କର ତୃତୀୟ ଉପନ୍ୟାସ ‘ପ୍ରାୱିକ ଆଇ ଇନେ ଜାସି’ ତାଙ୍କୁ ଅଧିକ ଲୋକପ୍ରିୟ କରିପାରିଥିଲା।

ସେହିଭଳି ୨୦୧୯ ବର୍ଷ ପାଇଁ ଘୋଷିତ ହୋଇଥିବା ଅଷ୍ଟ୍ରିଆ ଲେଖକ ପିଟର୍‌ ହ୍ୟାଣ୍ଡ୍‌କେ ୧୯୪୨ରେ ଦକ୍ଷିଣ ଅଷ୍ଟ୍ରିଆର କର୍ଣ୍ଣଟେନ୍‌ ଅଞ୍ଚଳର ଗ୍ରିଫେନ୍‌ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ୧୯୬୬ ମସିହାରେ ତାଙ୍କର ପ୍ରଥମ ଉପନ୍ୟାସ ‘ଡାଇ ହର୍ଣ୍ଣିସେନ୍‌’ ପ୍ରକାଶିତ ହେବାପରେ ସେ ଉପନ୍ୟାସ ଜଗତରେ ଚର୍ଚ୍ଚିତ ହୋଇଥିଲେ। ତାଙ୍କ ରଚିତ ନାଟକ ‘ଅଫେଣ୍ଡିଂ ଦି ଅଡିଏନ୍‌ସ’ ତାଙ୍କୁ ରାତାରାତି ଚର୍ଚ୍ଚାର ଶୀର୍ଷରେ ପହଞ୍ଚାଇଥିଲା।

ପଢନ୍ତୁ: ଭୋଡାଫୋନ୍‌ ଆଇଡିଆରେ ଫ୍ରି ରହିବ ଅନ୍‌ ଲିମିଟେଡ୍‌ କଲ୍‌

Related posts

ଅଯୋଧ୍ୟା ଟ୍ରଷ୍ଟ୍‌କୁ ୧ ଟଙ୍କା ଦେଲେ ସରକାର

Ratnamani Maharana

ନବୀନ @ ୨୦ : ପାଞ୍ଚ ପାଳିର ସଫଳ ମୁଖ୍ୟମନ୍ତ୍ରୀ

Ratnamani Maharana

ଏଣିକି ବସ୍ ରେ ମହିଳାଙ୍କ ସିଟ୍ ରେ ବସିବା ପଡିବ ମହଙ୍ଗା

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More