ନୋବେଲ ବିଜୟୀ ଭି.ଏସ୍ ନାଇପଲଙ୍କ ପରଲୋକ

naipaul

ନୋବେଲ ପୁରସ୍କାରରେ ସମ୍ମାନିତ ଭାରତୀୟ ବିଖ୍ୟାତ ଲେଖକ ଭି.ଏସ୍ ନାଇପଲଙ୍କ ପରଲୋକ ଘଟିଛି। ସେ ତାଙ୍କ ଲଣ୍ଡନସ୍ଥିତ ବାସ ଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୫ବର୍ଷ ହୋଇଥିଲା।

୧୯୩୨ ଅଗଷ୍ଟ ୧୭ ତାରିଖରେ ସେ ତ୍ରିନିଦାଦ୍‌ର ଚାଙ୍ଗୁନାସ୍‌ରେ ଏକ ହିନ୍ଦୁ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ପିତା ଜଣେ ପ୍ରଶାସନିକ ଅଧିକାରୀ ଥିଲେ। ଯୁବକ ଥିବା ସମୟରେ ସେ ନିରାଶ ହୋଇ ଆତ୍ମହତ୍ୟା କରିବାର ପ୍ରୟାସ କରିଥିଲେ। ମାତ୍ର ପରବର୍ତ୍ତୀ ସମୟରେ ତାଙ୍କର ଜୀବନର ଗତିପଥ ବଦଳି ଯାଇଥିଲା। ତାଙ୍କର ପ୍ରଥମ ଉପନ୍ୟାସ ଦି ମିଷ୍ଟ୍ରିକ୍‌ ମୈସର ୧୯୫୧ରେ ପ୍ରକାଶିତ ହୋଇଥିଲା।

naipaul

୧୯୭୧ରେ ସାହିତ୍ୟରେ ତାଙ୍କୁ ପ୍ରଦାନ କରାଯାଇଥିଲା ବୁକର ପୁରସ୍କାର। ଏହାପରେ ୨୦୦୧ରେ ସାହିତ୍ୟ କ୍ଷେତ୍ରରେ ଜୀବନବ୍ୟାପି ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ପ୍ରଦାନ କରାଯାଇଥିଲା ନୋବେଲ୍‌ ପୁରସ୍କାର।

ନାଇପାଲଙ୍କ ପିତା ସିପ୍ରସାଦ ତ୍ରିନିଦାଦ ଗର୍ଜିୟାନରେ ରିପୋର୍ଟର ଏବଂ ଫିକ୍ସନ ଲେଖକ ଥିଲେ । କୁହାଯାଏ ଭି.ଏସ୍ ନାଇପଲଙ୍କ ଭିତରେ ଲେଖା-ପଢାର ସଉକ ତାଙ୍କ ପିତାଙ୍କୁ ଦେଖି ଆସିଥିଲା । ନାଇପାଲଙ୍କ ପାଠପଢା ଇଂଲଣ୍ଡରେ ହୋଇଥିଲା । ତେବେ ସେ ଅନେକ ଥର ବିବାଦରେ ମଧ୍ୟ ଛନ୍ଦି ହୋଇଥିଲେ।

ପଢନ୍ତୁ;ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମିଳିତ ଜାତିସଂଘ ସାଧାରଣ ପରିଷଦର ନିର୍ବାଚିତ ଅଧ୍ୟକ୍ଷ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More