News

“ଵାଲାକୋଟ ଏୟାର ଷ୍ଟ୍ରାଇକରେ କେହି ନିହତ ହୋଇନାହାନ୍ତି” ବୋଲି କହିଲେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ

ଦେଶରେ ଲୋକସଭା ନିର୍ବାଚନ  ଚାଲିଥିବାବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ଏକ ଖରାପ ଖବର |ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ  ଏବେ କହିଛନ୍ତି ଯେ, ଭାରତର ଏୟାର ଷ୍ଟ୍ରାଇକରେ ପାକିସ୍ତାନ ସେନା କିମ୍ବା କୌଣସି ନାଗରିକ ନିହତ ହୋଇ ନାହାନ୍ତି  ବୋଲି କହିଛନ୍ତି। ବାୟୁସେନାର ଏୟାର ଷ୍ଟ୍ରାଇକରେ ପାକିସ୍ତାନର କୌଣସି ନାଗରିକ ବା ସେନାକୁ ଟାର୍ଗେଟ କରାଯାଇନଥିଲା ବୋଲି ଭାରତ ପୂର୍ବରୁ ହିଁ ସ୍ପଷ୍ଟ  କରିଥିଲା | ଏହି ହମଲା କେବଳ ଆତ୍ମରକ୍ଷା ପାଇଁ  କରିବା ପାଇଁ କରାଯାଇଥିଲା ବୋଲି ଭାରତ କହିଥିଲା |

ଗୁରୁବାର ଦିନ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ବିଜେପି ମହିଳା କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରୁଥିଲେ | ସେତେବେଳେ ସେ କହିଥିଲେ ଯେ, ଭାରତୀୟ ସେନାକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଖୋଲାଖୋଲି ଭାବେ ଅନୁମତି ଦିଆଯାଇଥିଲା | କିନ୍ତୁ କୌଣସି ପାକିସ୍ତାନୀ ନାଗରିକ ଯେମିତି ଏହି ଏୟାର ଷ୍ଟ୍ରାଇକରେ ଆହତ ନ ହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଥିଲା | ଏପରିକି ପାକିସ୍ତାନୀ ସେନାକୁ ମଧ୍ୟ କୌଣସି କ୍ଷତି ହେବା କଥା ନୁହେଁ ବୋଲି କୁହାଯାଇଥିଲା | ଏୟାର ଷ୍ଟ୍ରାଇକ କେବଳ ଜୈସ ଆତଙ୍କବାଦ ସଂଗଠନକୁ ଟାର୍ଗେଟ  କରାଯିବ ବୋଲି ସ୍ପଷ୍ଟ କରାଯାଇଥିଲା |

ପଢନ୍ତୁ: ଟିକ ଟକ କମ୍ପାନୀ ଭାରତରେ ଲଞ୍ଚ କରିବ ନୂଆ ଆପ

Related posts

Sprinter Dutee Chand Brought Cheer For Odisha By Winning A Bronze Medal

ENO Beuro

ସ୍ୱର୍ଣ୍ଣପଦକର ସ୍ଵପ୍ନ ଦେଖୁଥିବା ଶିକ୍ଷାର୍ଥୀମାନେ ଶାକାହାରୀ ହେବା ପାଇଁ ବାଧ୍ୟ : ପୁଣେ ବିଶ୍ୱବିଦ୍ୟାଳୟ

ENO Beuro

ଭାରତୀୟ ଜୀବନ ବୀମା ନିଗମ(ଏଲଆଇସି)ଦ୍ୱାରା କର୍କଟ ରୋଗୀଙ୍କ ପାଇଁ ନୂତନ ସ୍ୱାସ୍ଥ୍ୟ ବୀମା ଯୋଜନା

ENO Beuro

1 comment

Leave a Comment