Loading...

ବେଆଇନ ଢଙ୍ଗରେ ପାର୍ଟି ଓ ପଶୁପକ୍ଷୀ ଚୋରାଚାଲାଣ ଅଭିଯୋଗରେ ଗିରଫ ହେବେ ଏଲଭିସ ଯାଦବ

ବେଆଇନ ଢଙ୍ଗରେ ପାର୍ଟି ଓ ପଶୁପକ୍ଷୀ ଚୋରାଚାଲାଣ ଅଭିଯୋଗରେ ଗିରଫ ହେବେ ଏଲଭିସ ଯାଦବ

ନୋଏଡା ପୋଲିସ ସେକ୍ଟର ୪୯ରେ ରେଡ୍ କରି ୫ ଜଣ ଲୋକଙ୍କୁ ଗିରଫ କରିଛି । ରେଡ୍ ବେଳେ ଉକ୍ତ ସ୍ଥାନରୁ ୫ଟି ନାଗସାପ ସହ ବିଷ ଜବତ କରିଛି ପୋଲିସ । ଯେତେବେଳେ ଗିରଫ ବ୍ୟକ୍ତିଙ୍କୁ ପୋଲିସ ପଚରାଉଚରା କଲା ସେତେବେଳେ ବିଗବସ୍ ବିଜେତା ଏଲଭିସ ଯାଦବଙ୍କ ନାଁ ସାମ୍ନାକୁ ଆସିଥିଲା ।

ବିଗବସ୍ ବିଜେତା ୟୁଟ୍ୟୁବର ଏଲଭିସ ଯାଦବଙ୍କର ବଢିଛି ଅଡୁଆ । ନୋଏଡା ପୋଲିସ ଏନେଇ ଏଲଭିସଙ୍କ ନାଁରେ ମାମଲା ରୁଜୁ କରିଛି । ବେଆଇନ ଢଙ୍ଗରେ ପାର୍ଟି ଆୟୋଜନ ସହ ପଶୁପକ୍ଷୀ ଚୋରାଚାଲାଣ କରୁଥିବା ବ୍ୟକ୍ତିଙ୍କ ସହ ଏଲଭିସ ସାମିଲ ଥିବା ମାମଲାରେ ଦର୍ଶାଯାଇଛି । ଏକ ଏନଜିଓ ଷ୍ଟିଙ୍ଗ ଅପରେସନ କରି ନୋଏଡା ପୋଲିସ ନିକଟରେ ଏନେଇ ଅଭିଯୋଗ କରିଥିଲେ । ଯାହା ଆଧାରରେ ନୋଏଡା ପୋଲିସ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛି । ନୋଏଡା ପୋଲିସ ସେକ୍ଟର ୪୯ରେ ରେଡ୍ କରି ୫ ଜଣ ଲୋକଙ୍କୁ ଗିରଫ କରିଛି । ରେଡ୍ ବେଳେ ଉକ୍ତ ସ୍ଥାନରୁ ୫ଟି ନାଗସାପ ସହ ବିଷ ଜବତ କରିଛି ପୋଲିସ । ଯେତେବେଳେ ଗିରଫ ବ୍ୟକ୍ତିଙ୍କୁ ପୋଲିସ ପଚରାଉଚରା କଲା ସେତେବେଳେ ବିଗବସ୍ ବିଜେତା ଏଲଭିସ ଯାଦବଙ୍କ ନାଁ ସାମ୍ନାକୁ ଆସିଥିଲା । ଫଳରେ ପୋଲିସ ଏଲଭିସଙ୍କ ନାଁରେ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଛି ।

 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.