News

ନାରୀ ଶକ୍ତି ପୁରସ୍କାର ୨୦୧୮ ପାଇଁ ନାମାଙ୍କନ ଆମନ୍ତ୍ରିତ

By ENO Beuro

September 08, 2018

ମହିଳାଙ୍କ ଆର୍ଥିକ ଓ ସାମାଜିକ ସଶକ୍ତିକରଣ କ୍ଷେତ୍ରରେ ଅସାଧାରଣ କାର୍ଯ୍ୟ ପାଇଁ ପ୍ରଦାନ କରାଯିବ ପୁରସ୍କାର

ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ନାରୀ ଶକ୍ତି ପୁରସ୍କାର 2018 ପାଇଁ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଆବେଦନ ପତ୍ର ଆହ୍ୱାନ କରିଛନ୍ତି। ଏହି ପ୍ରତିଷ୍ଠିତ ପୁରସ୍କାର ସେହି ଅସାଧାରଣ ମହିଳାମାନଙ୍କୁ ଏବଂ ସଂଗଠନଗୁଡିକୁ ପ୍ରଦାନ କରାଯାଏ ଯେଉଁମାନେ ମହିଳା ସଶକ୍ତିକରଣ ପାଇଁ ଅବରିତ ଭାବେ କାର୍ଯ୍ୟ କରିଥାନ୍ତି।

ପ୍ରତିବର୍ଷ ଅନ୍ତର୍ରାଷ୍ଟ୍ରୀୟ ମହିଳା ଦିବସ ଅବସରରେ ଭାରତର ରାଷ୍ଟ୍ରପତି ଏହି ନାରୀ ଶକ୍ତି ପୁରସ୍କାର ପ୍ରଦାନ କରିଥାନ୍ତି। ଚଳିତ ବର୍ଷ 19 ବର୍ଷରେ ପଦାର୍ପଣ କରିଥିବା ଏହି ପୁରସ୍କାର, ସମାଜରେ ମହିଳାମାନଙ୍କର ଉତ୍କୃଷ୍ଟ ଯୋଗଦାନକୁ ପ୍ରାଧାନ୍ୟ ଦେଇଥାଏ । ଯେଉଁମାନେ ନିଜ ପାଇଁ ଏକ ପ୍ରତିଷ୍ଠିତ ସ୍ଥାନ ସୃଷ୍ଟି କରିଥାନ୍ତି ଏବଂ ମହିଳାମାନଙ୍କର ଆର୍ଥିକ ସ୍ଥିରତାକୁ ସୁନିଶ୍ଚିତ କରିଥାନ୍ତି ସେହି ଲୋକମାନଙ୍କୁ ଏହି ପୁରସ୍କାର ଗୁରୁତ୍ୱ ଦେଇଥାଏ।

କେନ୍ଦ୍ର ମହିଳା ଓ ଶିଶୁ ବିକାଶ ବିକାଶ ମନ୍ତ୍ରୀ ଶ୍ରୀମତୀ ମେନକା ସଂଜୟ ଗାନ୍ଧୀ କହିଥିଲେ ଯେ 1999ରେ ନାରୀଶକ୍ତି ପୁରସ୍କାର ଆରମ୍ଭ କରାଯାଇଥିଲା । ଉତ୍ସାହୀ ମହିଳା ଆଚିଭର୍ସଙ୍କ ଏକ ବ୍ୟାପକ ଡାଟାବେସ ସଂଗ୍ରହ କରାଯାଇଛି ଯେଉଁମାନେ ବିଭିନ୍ନ ବାଧାବିଘ୍ନ ସତ୍ତ୍ୱେ ନୂତନ କ୍ଷେତ୍ରଗୁଡିକ ଉପରେ କାର୍ଯ୍ୟ କରିବା ସହିତ ସମାଜ ପ୍ରତି ଅତୁଳନୀୟ ଅବଦାନ କରିଛନ୍ତି । ଚଳିତ ବର୍ଷ ମଧ୍ୟ ମହିଳାମାନଙ୍କ ଉତ୍ଥାନ ପାଇଁ ସମାଜରେ ଅସାଧାରଣ କାର୍ଯ୍ୟ କରିଥିବା ସଂଗଠନଗୁଡିକୁ ପଞ୍ଜିକରଣ କରିବା ପାଇଁ ନିଦେବନ କରିଛୁ।

2018ର ନାରୀ ଶକ୍ତି ପୁରସ୍କାର ପଞ୍ଜିକରଣ ପାଇଁ 31 ଅକ୍ଟୋବର 2018 ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ କରାଯାଇଛି । ଯେଉଁମାନେ ପଞ୍ଜିକରଣ କରିବାକୁ ଚାହୁଁଛନ୍ତି ସେମାନେ ନିଜର ବିବରଣୀ ଉପ ସଚିବ (WD & IC), ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ, କୋଠରି ସଂଖ୍ୟା- 632, 6ଷ୍ଠ ମହଲା, ଶାସ୍ତ୍ରୀ ଭବନ, ନୂଆଦିଲ୍ଲୀ – 110001.

ଆବେଦକମାନଙ୍କୁ http://www.wcd.nic.in/awardକୁ ଯାଇ ପୁରସ୍କାରଗୁଡିକର ନିୟମାବଳୀକୁ ପଢିବା ପାଇଁ ଅନୁରୋଧ କରାଯାଉଛି।

ପୁରସ୍କାରଗୁଡିକ ପାଇଁ ସ୍ୱନାମାଙ୍କନ ଉପରେ ମଧ୍ୟ ବିଚାର ବିମର୍ଷ କରାଯାଉଛି । ଚୟନ କମିଟି ସ୍ୱ-ବିବେକ ଆଧାରରେ ରାଜ୍ୟ ସରକାର ଏବଂ କେନ୍ଦ୍ର ମନ୍ତ୍ରଣାଳୟଗୁଡିକ ଦ୍ୱାରା ପଠାଯାଇଥିବା ନାମଗୁଡିକ ବ୍ୟତୀତ ଅନ୍ୟ ନାମଗୁଡିକ ଉପରେ ବିଚାର କରିବାର ବ୍ୟବସ୍ଥା କରାଯାଉଛି।

ଏକ ଚୟନ କମିଟି ପୁରସ୍କାର ପାଇଁ ପ୍ରାପ୍ତ ନାଁ ଗୁଡିକର ନିରୀକ୍ଷଣ କରି ଚୟନ କରିବେ । ଏହି କାର୍ଯ୍ୟ ପାଇଁ ଗଠିତ ଚୟନ କମିଟି ସେହି ବ୍ୟକ୍ତି ଏବଂ ସଂଗଠନଗୁଡିକର ଉପଲବ୍ଧି ଉପରେ ବିଚାର କରିବେ ଯାହାଙ୍କର ନାମ ଉପଯୁକ୍ତ ଅଧିକାରୀଙ୍କ ଦ୍ୱାରା କରାଯାଇଥିବ । ଏହି ପୁରସ୍କାର ବିଜେତାମାନଙ୍କର ଚୟନ କରିବା ପାଇଁ ସେମାନଙ୍କ ଦ୍ୱାରା କରାଯାଇଥିବା ଅସାଧାରଣ କାର୍ଯ୍ୟକୁ ସବୁଠାରୁ ଅଧିକ ପ୍ରାଥମିକତା ପ୍ରଦାନ କରାଯିବ।

ପୁରସ୍କାରର ଅନ୍ତିମ ବିଜେତାମାନଙ୍କର ଚୟନ ଏକ ରାଷ୍ଟ୍ରୀୟ ଚୟନ କମିଟି ଦ୍ୱାରା କରାଯିବ । ସ୍କ୍ରିନିଂଗ କମିଟି ଦ୍ୱାରା ଚୟନିତ ନାମଗୁଡିକ ଉପରେ ବିଚାର କରିବ।

ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ମହିଳାମାନଙ୍କୁ ରାଷ୍ଟ୍ରୀୟ ବିକାଶର ଏକ ଅଭିନ୍ନ ଅଙ୍ଗ ଭାବେ ସମାନ ସୁଯୋଗ ପ୍ରଦାନ କରିବା ପାଇଁ ନିଜ ପ୍ରତିଶୃତିବଦ୍ଧତାକୁ ବଜାୟ ରଖିଛି । ମନ୍ତ୍ରଣାଳୟ ନାରୀ ଶକ୍ତି ପୁରସ୍କାର ବିଜେତାମାନଙ୍କର ଅଦମ୍ୟ କ୍ଷମତାଗୁଡିକୁ ମଧ୍ୟ ନମସ୍କାର କରୁଛି ଯାହା ଆଗାମୀ ପିଢି ପାଇଁ ମାର୍ଗ ଦର୍ଶନ କରିବ।

ପଢନ୍ତୁ; ବଙ୍ଗାଳୀ ଅଭିନେତ୍ରୀ ପାୟଲ ଚକ୍ରବର୍ତ୍ତୀଙ୍କ ସନ୍ଦେହଜନକ ମୃତ୍ୟୁ