Loading...

ସରିଲା ନାମାଙ୍କନ ଦାଖଲ, ଆଜିଠୁ ମନୋନୟନ ପତ୍ର ଯାଞ୍ଚ

ସରିଲା ନାମାଙ୍କନ ଦାଖଲ, ଆଜିଠୁ ମନୋନୟନ ପତ୍ର ଯାଞ୍ଚ

ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି ପ୍ରାର୍ଥୀମାନଙ୍କର ନାମାଙ୍କନ ଦାଖଲ ପ୍ରକ୍ରିୟା । ଆଉ ଆଜି ସୁଦ୍ଧା କେଉଁ ପଦ ପାଇଁ କେତେ ପ୍ରାର୍ଥୀ ନୋମିନେସନ୍ ଭରିଛନ୍ତି ସେନେଇ ବିସ୍ତୃତ ତଥ୍ୟ ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ ।

ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି ପ୍ରାର୍ଥୀମାନଙ୍କର ନାମାଙ୍କନ ଦାଖଲ ପ୍ରକ୍ରିୟା । ଆଉ ଆଜି ସୁଦ୍ଧା କେଉଁ ପଦ ପାଇଁ କେତେ ପ୍ରାର୍ଥୀ ନୋମିନେସନ୍ ଭରିଛନ୍ତି ସେନେଇ ବିସ୍ତୃତ ତଥ୍ୟ ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ । ମିଳିଥିବା ସୂଚନା ମୁତାବକ, ୱାର୍ଡମେମ୍ବର ପଦ ପାଇଁ ମୋଟ ୧,୬୨,୨୯୭ ଜଣ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେହିଭଳି ସରପଞ୍ଚ ପଦ ପାଇ ମୋଟ ୩୪,୬୧୩ ଜଣ ପ୍ରାର୍ଥୀ, ସମିତି ସଭ୍ୟ ପାଇଁ ୨୮,୧୫୩ ଜଣ ପ୍ରାର୍ଥୀ ନୋମିନେସନ୍ ଭରିଛନ୍ତି । ଅନ୍ୟପଟେ ୮୫୩ ଜିଲ୍ଲା ପରିଷଦ ପଦ ପାଇଁ ୩୯୯୯ ଜଣ ପ୍ରାର୍ଥୀ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିବା ସୂଚନା ରହିଛି । ସୂଚନାଯୋଗ୍ୟ ଯେ, ଚଳିତ ପଞ୍ଚାୟତ ନିର୍ବାଚନରେ ମୋଟ ୯୧,୯୧୩ ୱାର୍ଡମେମ୍ବର, ୬୭୯୩ ସରପଞ୍ଚ, ୬୭୯୩ ସମିତି ସଭ୍ୟ ଓ ୮୫୩ ଜିଲ୍ଲା ପରିଷଦ ଆସନ ପାଇଁ ମତଦାନ ହେବ । ଆଜିଠାରୁ ମନୋନୟନ ପତ୍ର ଯାଞ୍ଚ ହେବ ବୋଲି ସୂଚନା ମିଳିଛି

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.