POLITICALS

୧୪୪ ଧାରା ସତ୍ତ୍ୱେ ସ୍ୱାଭାବିକ ଅଛି ଜମ୍ମୁ ଓ କଶ୍ମୀରର ସ୍ଥିତି

Untitled 1

ସୋମବାର ଦିନ ଧାରା ୩୭୦ ପ୍ରତ୍ୟାହାର ନେଇ ରାଜ୍ୟସଭାରେ ବିଲ୍ ଆଗତ ପୂର୍ବରୁ  ସାରା ଜମ୍ମୁ ଓ କଶ୍ମୀରରେ ୧୪୪ ଧାରା  ଲାଗୁ ହୋଇଥିଲା। ସମ୍ଭାବ୍ୟ ଅପ୍ରୀତିକର ସ୍ଥିତିକୁ ଏଡେଇବା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିଲା। ଜମ୍ମୁ ଓ କାଶ୍ମୀରରେ ବ୍ୟାପକ ରକ୍ଷା କର୍ମୀଙ୍କୁ ମଧ୍ୟ ପଠାଯାଇଛି। ତେବେ ଜମ୍ମୁ ଓ କଶ୍ମୀରରେ ୧୪୪ ଧାରା ଲାଗୁ ପରେ ଧୀରେ ଧୀରେ ସ୍ଥିତି ସ୍ୱାଭାବିକ ହେବାରେ ଲାଗିଛି। ଗତକାଲିଠାରୁ ଜମ୍ମୁରେ ସ୍ଥିତି ସ୍ୱାଭାବିକ ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି। ଧାରା ୩୭୦ ପ୍ରତ୍ୟାହାର ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ସାଧାରଣ ନାଗରିକ  ସ୍ୱାଗତ କରିଛନ୍ତି।

ଜମ୍ମୁ ଓ କଶ୍ମୀରର ଲୋକମାନେ ଘରୁ ବାହାରି ନିଜର ଅତ୍ୟାବଶ୍ୟକ ସାମଗ୍ରୀ କିଣୁଥିବା ଦେଖିବାକୁ ମିଳିଛି। ଲୋକମାନେ ପନିପରିବା, କ୍ଷୀର ଭଳି ଖାଦ୍ୟ ସାମଗ୍ରୀ କିଣିବାକୁ ବାହାରକୁ ଆସିଛନ୍ତି। ସେହିପରି ବ୍ୟବସାୟୀମାନେ ବ୍ୟବସାୟ ପ୍ରତିଷ୍ଠାନ ଖୋଲିବାକୁ ସ୍ଥାନୀୟ ଲୋକେ ଆହ୍ୱାନ କରିଛନ୍ତି।ଅନପକ୍ଷରେ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ସୁରକ୍ଷା କର୍ମୀମାନେ ସତର୍କ ଦୃଷ୍ଟି ରଖିଛନ୍ତି। ଗତକାଲି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଶ୍ରୀନଗର ଯାଇ ସ୍ଥିତି ସମୀକ୍ଷା କରିବା ସହ ସାଧାରଣ ଜନତାଙ୍କୁ ଭେଟି ମତ ବିନିମୟ କରିଥିଲେ।
ପଢନ୍ତୁ: ଏଣିକି ଓଡିଶାର ସମସ୍ତ ବସ୍‌ଷ୍ଟାଣ୍ଡରେ ମିଳିବ ୱାଇଫାଇ ସୁବିଧା

Related posts

ବୁଧବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କୁମାରସ୍ୱାମୀ !

ENO Beuro

ଆସନ୍ତା କାଲି ରାଜଧାନୀରେ ରୋଡ ସୋ କରିବେ ମୋଦି

Ratnamani Moharana

ବିଜେଡ଼ିକୁ ଓଡିଶାରୁ ଓପାଡି ଫିଙ୍ଗି ଦିଅ ବୋଲି କହିଲେ ଅମିତ ଶାହା

Ratnamani Moharana

Leave a Comment