Spread the loveପୁଣି ଥରେ ନିଜର ଶକ୍ତି ସାବ୍ୟସ୍ତ କରିବାକୁ ଯାଇ କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି ଉତ୍ତରକୋରିଆ । ସର୍ବାଧିକ ସକ୍ତିଶାଳୀ ଏବଂ ସବୁଠୁ ଦୂରଗାମୀ ଅନ୍ତର୍ଦେଶୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ପରୀକ୍ଷଣ କରିଥିବା ନେଇ... ଆମେରିକା ସହିତ ସମସ୍ତ ବିଶ୍ଵରେ ଆତଙ୍କ ସୃଷ୍ଟି କରିଛି ଉତ୍ତର କୋରିଆର ମିସାଇଲ ପରୀକ୍ଷଣ
Spread the love

ପୁଣି ଥରେ ନିଜର ଶକ୍ତି ସାବ୍ୟସ୍ତ କରିବାକୁ ଯାଇ କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି ଉତ୍ତରକୋରିଆ । ସର୍ବାଧିକ ସକ୍ତିଶାଳୀ ଏବଂ ସବୁଠୁ ଦୂରଗାମୀ ଅନ୍ତର୍ଦେଶୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ପରୀକ୍ଷଣ କରିଥିବା ନେଇ ଆମେରିକା ପ୍ରତିରକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆମେରିକା ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଏହା ଏକ ଅନ୍ତର୍ମହାଦ୍ୱୀପ ବାଲିଷ୍ଟକ ମିସାଇଲ ।

ଏହି ମିସାଇଲ ୧ ହଜାର କିଲୋମିଟର ଅତିକ୍ରମ କରି ଜାପାନ ସାଗରରେ ପଡିଛି । ଜାପାନ ଉପକୂଳରେ ଅବତରଣ କରିବା ପୂର୍ବରୁ ମାତ୍ର ୫୪ ମିନଟରେ ଭୂପୃଷ୍ଠଠାରୁ ୨ ହଜାର ୮୦୦ ମାଇଲ ଉଚ୍ଚକୁ ଯାଇ ୬୨୦ ମାଇଲ ଅତିକ୍ରମ କରିଥିଲା। ତେବେ ଏହି କ୍ଷେପଣାସ୍ତ୍ର ଜାପାନ ଉପର ଦେଇ ଅତିକ୍ରମ କରିଛି କି ନାହିଁ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

ଉତ୍ତର କୋରିଆର ଏହି ବାଲିଷ୍ଟିକ୍ ମିସାଇଲ ଆମେରିକା ରାଜଧାନୀ ସମେତ ବିଶ୍ୱର ଯେ କୌଣସି ସ୍ଥାନକୁ ମଧ୍ୟ ଟାର୍ଗେଟ୍ କରିପାରିବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଏହି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ସମୁଦ୍ର ପତ୍ତନଠାରୁ ୪ ହଜାର ୫୦୦ କିଲୋମିଟର ଉଚ୍ଚକୁ ଯିବାର କ୍ଷମତା ରଖିଛି। ଯାହାକି ନାସାର ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର କକ୍ଷପଥଠାରୁ ପ୍ରାୟ ୧୦ ଗୁଣ ଅଧିକ। ଉତ୍ତରକୋରିଆର ଏହି ପଦକ୍ଷେପ ଏହା ସାରା ବିଶ୍ୱ ପାଇଁ ବିପଜ୍ଜନକ ବୋଲି କହିଛନ୍ତି ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଜେମ୍ସ ମେଟିସ ଓ ଏହା ଉପରେ କଡା ନଜର ରଖାଯାଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ହାକୁ ମିଶାଇ ଉତ୍ତର କୋରିଆ ଚଳିତ ବର୍ଷ ୨୦ ତମ ବାଲିଷ୍ଟିକ୍ ମିଜାଇଲ ପରୀକ୍ଷା କରିଛି।

ଆମେରିକା ସହିତ ସମସ୍ତ ବିଶ୍ଵରେ ଆତଙ୍କ ସୃଷ୍ଟି କରିଛି ଉତ୍ତର କୋରିଆର ମିସାଇଲ ପରୀକ୍ଷଣ

ପଢନ୍ତୁ, ହୋମିଓପାଥିରେ ଇଣ୍ଟର୍ଣ୍ଣସିପ ପାଠ୍ୟକ୍ରମ ନିଜର ହିନ୍ଦୁ ନାମ ସହିତ ଜାରି ରଖିବେ ହାଦିଆ

 

No comments so far.

Be first to leave comment below.

Your email address will not be published. Required fields are marked *