News

ଆଗାମୀ ୫ ଦିନ ରାଜ୍ୟରେ କାଳବୈଶାଖୀ: ଘଡଘଡି ସାଙ୍ଗକୁ ବର୍ଷା ପବନ

ଏମିତି ଲାଗୁଛି ସତେ ଯେମିତି ଆକାଶରୁ ନିଆଁ ବର୍ଷୁଛି। ସାରା ରାଜ୍ୟରେ ଏବେ ଅସମ୍ଭାଳ ତାତି। ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ୧୦ଟି ସହରର ତାପମାତ୍ରା ୪୦ ଡିଗ୍ରୀ   ରହୁଥିବା ବେଳେ ଉପକୂଳ ଓଡିଶାରେ ବି ତାପମାତ୍ରା ଏକରୁ ଦୁଇ ଡିଗ୍ରୀ ବଢିଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ଆସନ୍ତା ୩-୪ ଦିନ  ପର୍ଯ୍ୟନ୍ତ ୨ରୁ୩ ଡିଗ୍ରୀ ତାପମାତ୍ରା ବଢ଼ିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ପୂର୍ବ ବିହାରରେ ଏକ ଘୂର୍ଣ୍ଣିବଳୟ  ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଉତ୍ତର, ପଶ୍ଚିମ ଓ ଦକ୍ଷିଣ-ପଶ୍ଚିମ ଓଡ଼ିଶାରେ କାଳବୈଶାଖୀର ପ୍ରଭାବ ରହିବ ବୋଲି  ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।  ବିଶେଷ କରି ୩ ଦିନ ଯାଏଁ କେନ୍ଦୁଝର, ମୟୁରଭଞ୍ଜ, କୋରାପୁଟ, କନ୍ଧମାଳ, ବୌଦ୍ଧ ଜିଲ୍ଲାବାସୀଙ୍କ ପାଇଁ କାଳବୈଶାଖୀ  ସତର୍କତା ଜାରି କରାଯାଇଛି।

ପଢନ୍ତୁ: ଓଡିଶାରେ ବିଳମ୍ବ ହେବ ଭୋଟ ଫଳ ଘୋଷଣା

Related posts

ଆଜିଠୁ ୧୪ ଯାଏ ବର୍ଷିବ, ଉତ୍ତର ଓ ପଶ୍ଚିମ ଓଡିଶାରେ ପ୍ରବଳ ବର୍ଷା

Ratnamani Moharana

୧୫ ରୁ ବର୍ଷା ଏବଂ ଝଡ଼ ତୋଫାନ ସମ୍ଭାବନା

ENO Beuro

ଆଜି ରାଜ୍ୟ ବଜେଟ୍‌

ENO Beuro

Leave a Comment