EnewsOdia.Com

ପ୍ରେମିକଙ୍କ ସହ ଧରାପଡ଼ିଲେ ବିବାହିତା ମହିଳା, ଦୁହିଁଙ୍କ ନାକ କାଟିଦେଲେ ଲୋକ

ଅଯୋଧ୍ୟାରେ ଲଜ୍ଜା । ପ୍ରେମ ପାଇଁ କଟିଲା ନାକ । ବର୍ବରୋଚିତ ବ୍ୟବହାରର ଆଉ ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ଅଯୋଧ୍ୟାରେ । ରାମ ଜନ୍ମଭୂମି ଅଯୋଧ୍ୟା ରାମ ମନ୍ଦିରକୁ ନେଇ ଚର୍ଚ୍ଚାକୁ ଆସୁଥିବା ବେଳେ ଏକ ଅଜବ ଘଟଣା ପାଇଁ ପୁଣି ଶିରୋନାମା ପାଲଟିଛି । ପର ପୁରୁଷ ସହ ଧରାପଡ଼ି ନାକ ହରାଇଛନ୍ତି ବିବାହିତା ମହିଳା । ସଭ୍ୟ ସମାଜର କିଛି ଅସଭ୍ୟ ଲୋକ ମହିଳାଙ୍କ ସହ ଉକ୍ତ ଯୁବକଙ୍କ ନାକକୁ କାଟି ଦେଇଛନ୍ତି । କୁହାଯାଉଛି ମହିଳାଙ୍କ ସହ ଥିବା ଯୁବକ ଜଣକ ଅନ୍ୟ ଏକ ସମ୍ପଦାୟର । ଅଯୋଧ୍ୟା ପୋଲିସ ମାମଲାର ତଦନ୍ତ କରୁଛି ।

ପଟରଙ୍ଗା ଥାନା ପିପରା ଗାଁର ଜଣେ ୩୦ ବର୍ଷୀୟ ମହିଳାଙ୍କୁ ପ୍ରେମିକଙ୍କ ସହ ଦେଖି ପରିବାର ଲୋକ ରାଗି ଯାଇଥିଲେ । ଦୁହିଁଙ୍କ ସମ୍ପର୍କ ବିଷୟରେ ଜାଣିବା ପରେ ଉଭୟଙ୍କ ନାକ କାଟି ଦେଇଥିଲେ । ଉଭୟଙ୍କ ଅବସ୍ଥା ଗୁରୁତର ହେବାରୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ମଙ୍ଗଳବାର ଉଭୟଙ୍କୁ ଆପତ୍ତିଜନକ ଅବସ୍ଥାରେ ଗାଁ ଲୋକ ଧରିଥିଲେ । ତାପରେ ଆରମ୍ଭ ହୋଇଥିଲା ବର୍ବରତା । ଦୁହିଁଙ୍କୁ ଦଉଡ଼ିରେ ବାନ୍ଧିଦେଇ ନିର୍ଧୁମ ପିଟିବା ସହ ନାକ କାଟିଦେଇଥିଲେ ।

ପଢନ୍ତୁ: ପାକିସ୍ତାନକୁ ହରାଇବା ପାଇଁ ଭାରତକୁ ୧୦ ଦିନରୁ ଅଧିକ ଲାଗିବ ନାହିଁ

ସମ୍ବନ୍ଧିତ ଖବର

କରୋନା ପାଇଁ ଜିମ୍ ବନ୍ଦ ହେବା ପରେ ରାସ୍ତାରେ ବ୍ୟାୟାମ କଲେ ଲୋକ

Ratnamani Maharana

୪୦ ଦିନ ଶିଶୁର ଜୀବନ ବଞ୍ଚାଇଲେ ଆମ୍ବୁଲାନ୍ସ ଡ୍ରାଇଭର

Ratnamani Maharana

ସିଏଏ ହିଂସାକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ

Ratnamani Maharana

କରୋନା ପାଇଁ ମାର୍ଚ୍ଚ ୩୧ ଯାଏ ଦିଲ୍ଲୀରେ ବନ୍ଦ ରହିବ ସବୁ ପ୍ରାଥମିକ ସ୍କୁଲ

Ratnamani Maharana

ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳର ଏକ କ୍ୟାବିନ୍‌ରେ ବସିବାକୁ ଡରୁଛନ୍ତି ମନ୍ତ୍ରୀ

Ratnamani Maharana

ଦେଖୁ ଦେଖୁ ଭାଇରାଲ ହୋଇଗଲା ଛୋଟେ ନଓ୍ଵାବ୍‌ଙ୍କର ଏହି ଲାଟେଷ୍ଟ ଫଟୋ

Ratnamani Maharana