POLITICALS

ମୋ ଇଚ୍ଛାରେ ଜଣେ ବି ପ୍ରାର୍ଥୀଙ୍କୁ ଦିଆଯାଇନି ଟିକେଟ: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ

ପାର୍ଥୀପତ୍ର ଚୟନକୁ ନେଇ ଲାଗି ରହିଛି ପ୍ରତି ଦଳରେ ଗୋଷ୍ଠୀ କନ୍ଦଳ । ତେବେ ଏହି ଗୋଷ୍ଠୀ କନ୍ଦଳ କଂଗ୍ରେସରେ ପହଞ୍ଚିଛି ଚରମ ସୀମାରେ। କାଲି ଦଳରୁ ଇସ୍ତଫା ଦେଇଥିବା ସୁମିତ୍ରା ଜେନା  ବିଜେଡ଼ିରେ ମିଶି କଂଗ୍ରେସ ବିରୋଧରେ ଦେଇଛନ୍ତି ବିବାଦୀୟ ମନ୍ତବ୍ୟ । ଯାହା କଂଗ୍ରେସର ଗୋପନୀୟତାକୁ ପଦାରେ ପକାଇଛି ବୋଲି ସାଧାରଣରେ ଚର୍ଚା ହେଉଛି। ଦଳ ସଭାପତି ମଦ ଦୋକାନୀ  ସୁନ୍ଦରୀଙ୍କୁ ଏଥର ଦେଇଛନ୍ତି ଟିକଟ ବୋଲି କହିଛନ୍ତି ସୁମିତ୍ରା ଜେନା। ଏହା ସହିତ ସୁମିତ୍ରା ଆହୁରି କହିଛନ୍ତି ଯେ, ୪ବର୍ଷରୁ ଉଦ୍ଧ୍ୱର୍ ସମୟ ଧରି ମହିଳା କଂଗ୍ରେସ ନିଷ୍କ୍ରିୟ ହୋଇ ରହିଥିଲା । ମୁଁ ଆଉ କର୍ମୀମାନେ ତାହାକୁ ସୁଦୃଢ କଲୁ ଏବଂ ମହିଳା କଂଗ୍ରେସକୁ ଆଗକୁ ବଢାଇଥିଲୁ।

ତେବେ ଏହି ଅଭିଯୋଗକୁ ଖଣ୍ଡନ କରିବାକୁ ଯାଇ ଆରୋପ ପ୍ରତ୍ୟାରୋପକୁ ନେଇ ହାତ ଟେକି ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି ଯେ ଜଣେ ବି ପ୍ରାର୍ଥୀ ତାଙ୍କ ଇଚ୍ଛାରେ ଦିଆଯାଇନି। ନିରଞ୍ଜନ କହିଛନ୍ତି, ପ୍ରାର୍ଥୀ ଚୟନ ଏକ ସମୂହ ନିଷ୍ପତ୍ତି। ଏଥର ଦଳ ୮୩ ନୂଆମୁହଁଙ୍କୁ ଟିକେଟ୍ ଦେଇଛି। ତେବେ ଆଶାୟୀଙ୍କ ସଂଖ୍ୟା ବହୁତ ଅଧିକ ଥିଲା। ତେଣୁ ଅସନ୍ତୋଷ  ଦେଖାଦେବା ସ୍ୱାଭାବିକ।
ପଢନ୍ତୁ: ନାମାଙ୍କନ ପତ୍ର ଦାଖଲ୍ କଲେ ରାହୁଲ ଗାନ୍ଧି

Related posts

ବିଜେଡି କାର୍ଯ୍ୟାଳୟରେ ଦୁଷ୍କର୍ମ!

ENO Beuro

ଓଡିଶାରେ ଚାଲିଛି ଶେଷ ପର୍ଯ୍ୟାୟ ମତଦାନ

Ratnamani Moharana

ସଂପର୍କ ଯୋଡ଼ୁଛି ‘ଫନି’: ବଦଳୁଛି ରାଜନୀତି ପାଣିପାଗ

Ratnamani Moharana

Leave a Comment