News

ଏହି ସବୁ ରାଜ୍ୟରେ ‘ଆୟୁଷ୍ମାନ ଭାରତ ଯୋଜନା’ ହେବନି ଲାଗୁ

state

ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ସର୍ବବୃହତ ସ୍ବାସ୍ଥ୍ୟସେବା ଯୋଜନା ‘ଆୟୁଷ୍ମାନ ଭାରତ’ର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରୁ ୫ଟି ରାଜ୍ୟ ବାଦ ପଡିଛି। ଏମାନଙ୍କ ମଧ୍ୟରେ ସବୁଠାରେ ଆଗରେ ରହିଛି ଓଡ଼ିଶା। ଏହାପରେ ତେଲେଙ୍ଗାନା, କେରଳ, ପଞ୍ଜାବ ଓ ଦିଲ୍ଲୀ। ଏଥିରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକଙ୍କୁ ଦୋଷାରୋପ କରିଛନ୍ତି ମୋଦି। ସେ କହିଛନ୍ତି ନବୀନ ‘ଆୟୁଷ୍ମାନ ଭାରତ’ର ଅର୍ଥ ବୁଝି ନ ଥିବାରୁ ଏହାକୁ ଲାଗୁ କରିବାକୁ ଦେଉ ନାହାଁନ୍ତି ଓ ଓଡ଼ିଶାବାସୀଙ୍କୁ ଏହାର ଲାଭ ମିଳୁ ବୋଲି ସେ ଚାହୁଁ ନାହାଁନ୍ତି। ଏହାର ଜବାବରେ କିନ୍ତୁ ନବୀନ କହିଛନ୍ତି, ଆୟୁଷ୍ମାନ ଭାରତ ଯୋଜନାଠାରୁ ବହୁ ଗୁଣରେ ଭଲ ‘ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା’।

state

ଏହି କଥାଉପରେ ମନ୍ତବ୍ୟ ରଖି ନବୀନ କହିଛନ୍ତି ଯେ, ମୋଦି ସରକାର ୫ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ବୀମା ଦେଉଥିବା ବେଳେ ଓଡିଶା ସରକାର ମହିଳାମାନଙ୍କୁ ୭ ଲକ୍ଷ ଟଙ୍କାର ବୀମାରାଶି ପ୍ରଦାନ କରୁଛନ୍ତି। ତେଣୁ ମୋଦି ଏଥିରେ କିଛି ଅଧିକ କରି ନାହାନ୍ତି। ସେହିପରି ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ କହିଛନ୍ତି ଯେ ପର୍ଯ୍ୟନ୍ତ ‘ଆୟୁଷ୍ମାନ ଭାରତ ଯୋଜନା’କୁ ନେଇ ଥିବା କିଛି ପ୍ରଶ୍ନର ଉତ୍ତର ଆମେ ପାଇ ନାହୁଁ ସେପର୍ଯ୍ୟନ୍ତ ରାଜ୍ୟରେ ଏହି ଯୋଜନା ଲାଗୁ ହେବ ନାହିଁ।

ପଢନ୍ତୁ;ହସ୍ପିଟାଲରେ ଭର୍ତ୍ତି ହେଲେ ଭାରତୀ ଏବଂ ପତି ହର୍ଷ

Related posts

ରାଷ୍ଟ୍ରୀୟ ଶିକ୍ଷକ ଦିବସ ଅବସରରେ ପୁରସ୍କାର ବିଜେତାଙ୍କ ସହ ମତ ବିନିମୟ କଲେ ପ୍ରଧାନମନ୍ତ୍ରୀ

ENO Beuro

ଜୁନ୍‌ରେ ଓଡ଼ିଶା ଫେରିବେ ଜଗା-କାଳିଆ

Ratnamani Moharana

ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଏମ୍‌. ଭେଙ୍କାୟା ନାଇଡୁ

ENO Beuro

Leave a Comment