News

ପ୍ରଖ୍ୟାତ ହିନ୍ଦୀ କବି ଗୋପାଳ ଦାସ ନୀରଜଙ୍କ ପରଲୋକ

ପ୍ରଖ୍ୟାତ ଗୀତିକାର ଓ ହିନ୍ଦୀ କବି ଗୋପାଳ ଦାସ ନୀରଜଙ୍କ ଗୁରୁବାର ଦିଲ୍ଲୀ ଅଖିଳ ଭାରତୀୟ ଆୟୁବିଜ୍ଞାନ ସଂସ୍ଥାନରେ ପରଲୋକ ହୋଇ ଯାଇଛି । ତାଙ୍କର ସ୍ୱାସ୍ଥ୍ୟ ବିଗିଡ଼ିବା ପେର ତାଙ୍କୁ ମଙ୍ଗଳବାର ଆଗ୍ରାସ୍ଥିତ ଲୋଟସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସ୍ୱାସ୍ଥ୍ୟରେ କୌଣସି ଉନ୍ନତି ନଆସିବାରୁ ତାଙ୍କୁ ଏମ୍ସ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ନିରଜ ଗୁରୁବାର ସନ୍ଧ୍ୟା ୭ଟା ୩୦ରେ ଶେଷ ନିଃଶ୍ୱାସ ଛାଡ଼ିଥିଲେ।

୧୯୨୫ ମସିହା ଜାନୁୟାରୀ ୪ ତାରିଖରେ ଗୋପାଳ ଦାସ ନୀରଜ ଉତ୍ତର ପ୍ରଦେଶର ଇଟାୱା ଜିଲାର ପୁରାବଲୀ ଗାଁରେ ଜନ୍ମ ଗ୍ରହଣ କରିଥିଲେ। ଅନେକ ଫିଲ୍ମରେ ସୁପରହିଟ୍‍ ଗୀତ ଲେଖିବା ସହିତ ସେ ମଞ୍ଚରେ ହିନ୍ଦୀ କବିତା ଆବୃତି କରିବାରେ ବେଶ ପ୍ରସିଦ୍ଧି ଲାଭ କରିଥିଲେ। ନିଜ ଲେଖା ପାଇଁ ତାଙ୍କୁ ଅନେକ ପୁରସ୍କାର ଓ ସମ୍ମାନ ମିଳିଥିଲା।

୧୯୯୧ରେ ତାଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରାଯାଇଥିଲା। ୨୦୦୭ରେ ଭାରତ ସରକାରଙ୍କ ପକ୍ଷରୁ ତାଙ୍କୁ ପଦ୍ମଭୂଷଣରେ ମଧ୍ୟ ସମ୍ମାନିତ କରାଯାଇଥିଲା। ଉତ୍ତର ପ୍ରଦେଶ ସରକାର ତାଙ୍କୁ ଯଶ ଭାରତୀ ସମ୍ମାନରେ ସମ୍ମାନିତ କରିଥିଲେ। ବଲିଉଡ଼ରେ ଅନେକ ସୁପର ହିଟ୍‍ ଗୀତ ପାଇଁ ତାଙ୍କୁ ମଧ୍ୟ ତିନି ଥର ଫିଲ୍ମ ଫେୟାର ପୁରସ୍କାର ମିଳିଥିଲା।

ପଢନ୍ତୁ;ପତ୍ନୀଙ୍କୁ ଛାଡ଼ି ବିଦେଶ ପଳାଇଥିବା ୮ ଏନ୍‌ଆର୍‌ଆଇଙ୍କ ପାସପୋର୍ଟ ରଦ୍ଦ କଲେ ସରକାର

Related posts

କଂଗ୍ରେସ କ୍ଷମତାକୁ ଆସିଲେ ରାଜନ ହୋଇପାରନ୍ତି ଅର୍ଥମନ୍ତ୍ରୀ

Ratnamani Moharana

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଅନ୍ୟତ୍ର ସ୍ଥାନାନ୍ତର ହେବ ବୋଲି ରାଜ୍ୟ ସରକାରଙ୍କ ନିଷ୍ପତ୍ତି

ENO Beuro

କଂଗ୍ରେସ କର୍ମୀଙ୍କ ଦାଦାଗିରି : ଆଇଟିଆଇ ଛାତ୍ରଙ୍କୁ ଆକ୍ରମଣ, ମଧୁପାଟଣା ଥାନାରେ ଏତଲା !

ENO Beuro

1 comment

Leave a Comment