News

ମ୍ୟାଟ୍ରିକ୍‌ରେ ଶୂନ ରେଜଲ୍ଟ କରିଥିବା ୮୨ଟି ସ୍କୁଲକୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ନୋଟିସ

Sch

ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ଶୂନ ଫଳ  କରିଥିବା ୮୨ଟି ବିଦ୍ୟାଳୟକୁ ନୋଟିସ୍ ଜାରି କରାଯାଇଛି । ବୋର୍ଡ କାର୍ଯ୍ୟାଳୟ ଗସ୍ତ ବେଳେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ  ଏହି ସୂଚନା ଦେଇଛନ୍ତି । ଜିରୋ ରେଜଲ୍ଟ ହୋଇଥିବା ସ୍କୁଲଗୁଡ଼ିକୁ ନୋଟିସ୍ ଦିଆଯିବା ସହ କାହିଁକି ଏଭଳି ଘଟିଲା ତାର ସମୀକ୍ଷା ହେବ । ତାର ଉତ୍ତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।ଶୂନ ଫଳାଫଳକୁ ନେଇ ଅସୁବିଧା କେଉଁଠି ରହିଲା ତାହା ଅନୁଧ୍ୟାନ କରିବାଲାଗି ନିଜେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଉକ୍ତ ବିଦ୍ୟାଳୟ ପରିଦର୍ଶନ କରିବେ ବୋଲି ନିଷ୍ପତି ନେଇଛନ୍ତି।

ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଆଜି ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟକୁ ଗସ୍ତ କରିଥିଲେ। ଏହି ଅବସରରେ ସେ କହିଛନ୍ତି,“ ମୁଁ ମନ୍ତ୍ରୀ ହେବା ପରେ ବୋର୍ଡ ଅଫିସକୁ ସୌଜନ୍ୟ ମୂଳକ ଭାବେ ବୁଲିବାକୁ ଆସିଥିଲି। ବୋର୍ଡ ସଭାପତି ଜାହାନ ଆରା ବେଗମଙ୍କ ସହ ଆଲୋଚନା କଲି। ଶୂନ ରେଜଲ୍ଟ କରିଥିବା ସ୍କୁଲକୁ ମୁଁ ନିଜେ ଗସ୍ତ କରିବି। କ’ଣ ଅସୁବିଧା ରହିଛି ସେ ନେଇ ସମୀକ୍ଷା କରାଯିବ ଓ ଆବଶ୍ୟକ ପଦକ୍ଷେପ ନିଆଯିବ।” ତେବେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ରୁଚିକୁ ନଜରରେ ରଖି ସ୍ପୋକନ ଇଂରାଜୀ ପାଠ୍ୟକ୍ରମ ସାମିଲ କାରିଯବା ନେଇ ଯୋଜନା ଚାଲିଛି।”

ପଢନ୍ତୁ: ପୁଣି ହ୍ରାସ ପାଇଲା ରେପୋ ରେଟ୍

Related posts

ପୋଷ୍ଟରରେ ରାହୁଲଙ୍କୁ ଭଗବାନ ରାମ ଭାବେ ଚିତ୍ରଣ , ଫଟୋ ଭାଇରାଲ୍‌

ENO Beuro

ଜରିନ୍‌ ଖାନ୍‌ଙ୍କ କାର ସହ ପିଟି ହୋଇ ବାଇକ୍‌ ଆରୋହୀ ମୃତ

ENO Beuro

ପୁଲଓ୍ୱାମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ସମେତ ୩ ଆତଙ୍କୀଙ୍କୁ ମାରିଲେ ସୁରକ୍ଷାବାହିନୀ

Ratnamani Moharana

Leave a Comment