POLITICALS

ଆଜିଠାରୁ ଆରମ୍ଭ ତୃତୀୟ ପର୍ଯ୍ୟାୟ ଭୋଟ ବିଜ୍ଞପ୍ତି: ୬ ଲୋକସଭା ଓ ୪୨ ବିଧାନସଭା ଲାଗି ହେବ ପ୍ରାର୍ଥୀପତ୍ର ଚୟନ

୬ ଲୋକସଭା, ୪୨ ବିଧାନସଭା ଆସନରେ ହେବ ଭୋଟ…

ଏପ୍ରିଲ ୨୩ରେ ଓଡିଶାରେ ତୃତୀୟ ପର୍ଯ୍ୟାୟ  ମତଦାନ ହେବ। ଏହି ପର୍ଯ୍ୟାୟରେ ୬ ଟି ଆସନ ଓ ୪୨ ଟି ବିଧାନସଭା ଆସନ ପାଇଁ ହେବ ଭୋଟିଂ। ଏଥିପାଇଁ ଆଜି ନିର୍ବାଚନ ଆୟୋଗ ବିଜ୍ଞପ୍ତି  ଜାରି ହୋଇ ନାମାଙ୍କନ ପତ୍ର ଦାଖଲ କରାଯିବ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଓଡ଼ିଶାର ୬ଟି ଲୋକସଭା ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଏବଂ ଭୁବନେଶ୍ୱର ସହ ୪୨ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ।

ଆସନ୍ତାକାଲିଠାରୁ ଏହି ସବୁ ଲୋକସଭା ଓ ବିଧାନସଭା  ଆସନ ପାଇଁ ନାମାଙ୍କନପତ୍ର ଦାଖଲ ଆରମ୍ଭ ହୋଇ ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଏପ୍ରିଲ ୫ ତାରିଖରେ ନାମାଙ୍କନପତ୍ର ଯାଞ୍ଚ  ହୋଇ ତିନିଦିନ ଅର୍ଥାତ ଏପ୍ରିଲ ୮ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର  କରିପାରିବେ। ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଏପ୍ରିଲ ୨୩ ତାରିଖରେ ଭୋଟ ଗ୍ରହଣ ହେବ।
ପଢନ୍ତୁ: ସାମୂହିକ ଇସ୍ତଫା ଦେଲେ କଂଗ୍ରେସର ୩ ପୂର୍ବତନ ବିଧାୟକ

Related posts

ନବୀନଙ୍କ ପୁତୁରା ରାଜନୀତିକୁ ଆସିବା ପ୍ରସଙ୍ଗରେ ପୂର୍ଣ୍ଣଚ୍ଛେଦ ପକାଇଲେ ନବୀନ

Ratnamani Moharana

କଣ ରାଜନୀତିରୁ ସନ୍ୟାସ ନେବେ ନବଜୋତ୍ ସିଂହ ସିଦ୍ଧୁ!

Ratnamani Moharana

ରାହୁଲ ବିରୋଧୀ ବୟାନ ଦେଇଥିବା ବିଏସପି ନେତାଙ୍କୁ ବହିଷ୍କୃତ କଲେ ମାୟାବତୀ

ENO Beuro

Leave a Comment