Loading...

ୱେବ୍‌ସାଇଟ୍‌ରେ ଦଶମ ଏସ୍‌ଏ-୧ ଆଡ୍‌ମିଟ୍‌ କାର୍ଡ

ୱେବ୍‌ସାଇଟ୍‌ରେ ଦଶମ ଏସ୍‌ଏ-୧ ଆଡ୍‌ମିଟ୍‌ କାର୍ଡ

ମଧ୍ୟମା ପରୀକ୍ଷାର୍ଥୀମାନେ ମଧ୍ୟ ସେମାନଙ୍କ ନାମ ଓ ବାପାଙ୍କ ନାମ ଲଗ୍‌ଇନ୍ କରି ଆଡ୍‌ମିଟ୍‌ କାର୍ଡ ଡାଉନ୍‌ଲୋଡ କରିବେ ବୋଲି ବୋର୍ଡ ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି।

ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଆସନ୍ତା ଜାନୁଆରି ୫ରୁ ୮ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଦଶମ ଶ୍ରେଣୀ(ମାଟ୍ରିକ୍‌) ଓ ମଧ୍ୟମାର ପ୍ରଥମ ସମ୍ମେଟିଭ୍ ଆସେସ୍‌ମେଣ୍ଟ(ଏସ୍‌ଏ-୧) ପରୀକ୍ଷାର ଆଡମିଟ୍ କାର୍ଡ ବୋର୍ଡ ‌ୱେବ୍‌ସାଇଟ୍‌ www.bseodisha.ac.in ରେ ଅପ୍‌ଲୋଡ୍ କରାଯାଇଛି।ମାଟ୍ରିକ୍(ରେଗୁଲାର ଓ ଏକ୍ସରେଗୁଲାର) ପରୀକ୍ଷାର୍ଥୀଙ୍କ ଆଡମିଟ୍ କାର୍ଡକୁ ବିଦ୍ୟାଳୟର ମୁଖ୍ୟମାନେ ସ୍କୁଲ କୋଡ୍‌ ଓ ପାସ୍‌ୱାର୍ଡ ଲଗ୍‌ଇନ୍ କରି ଡାଉନ୍‌ଲୋଡ୍ କରି‌ପାରିବେ। ସେହିପରି ପତ୍ରବିନିମୟ ଛାତ୍ରଛାତ୍ରୀମାନେ ସେମାନଙ୍କ ନାମ ଓ ବାପାଙ୍କ ନାମ ବ୍ୟବହାର କରି ଆଡମିଟ୍‌ କାର୍ଡକୁ ଡାଉନଲୋଡ କରିବେ।

 

ମଧ୍ୟମା ପରୀକ୍ଷାର୍ଥୀମାନେ ମଧ୍ୟ ସେମାନଙ୍କ ନାମ ଓ ବାପାଙ୍କ ନାମ ଲଗ୍‌ଇନ୍ କରି ଆଡ୍‌ମିଟ୍‌ କାର୍ଡ ଡାଉନ୍‌ଲୋଡ କରିବେ ବୋଲି ବୋର୍ଡ ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି। ସୂଚନା ଯୋଗ୍ୟ, ଏସ୍‌ଏ-୧ ପରୀକ୍ଷା ରାଜ୍ୟର ୩୦୯୩ ଟି କେନ୍ଦ୍ରରେ ଜାନୁଆରି ୫ରୁ ୮ତାରିଖ ପର୍ଯ୍ୟନ୍ତ ଦିନକୁ ୨ଟି ସିଟିଂରେ ଅନୁଷ୍ଠିତ ହେବ।

 ପଢନ୍ତୁ: ଓମିକ୍ରନ ପାଇଁ ରାତିରେ ଶିରିଡି ସାଇବାବାଙ୍କ ଦର୍ଶନ ବନ୍ଦ

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.