22.1 C
Bhubaneswar
December 7, 2021
EnewsOdia.Com
ଦେଶ ବିଦେଶ ନ୍ୟୁଜ୍ ରାଜନୀତି

ନଭେମ୍ବରରୁ ୨ରୁ ୧୮ ବର୍ଷ ପିଲାଙ୍କୁ ମିଳିବ କୋଭିଡ୍‌ ଟିକା

୨ରୁ ୧୮ ବର୍ଷ ମଧ୍ୟରେ ଥିବା ପିଲାମାନଙ୍କୁ ଆସନ୍ତା ନଭେମ୍ବର ମାସରୁ କୋଭିଡ୍‌ ଟିକା ପ୍ରଦାନ କରାଯିବ। ୨ରୁ ୧୮ ବର୍ଷ ବୟସ ମଧ୍ୟରେ ପିଲାମାନଙ୍କ ପାଇଁ କୋଭିଡ୍‌ ଟିକା କୋଭାକ୍ସିନ୍‌କୁ ସରକାର ଗତକାଲି (ବୁଧବାର) ଆନୁଷ୍ଠାନିକ ଭାବେ ଅନୁମୋଦନ ପ୍ରଦାନ କରିଥିଲେ। ଆସନ୍ତା ନଭେମ୍ବର ଦ୍ୱିତୀୟ ସପ୍ତାହରୁ ଆରମ୍ଭ ହେବାକୁ ଥିବା ଏହି ଶିଶୁ ଟିକାକରଣ କାର୍ଯ୍ୟକ୍ରମରେ ଗୁରୁତର ରୋଗରେ ପୀଡ଼ିତ ଥିବା ଓ ଇମ୍ୟୁନିଟି ଦୁର୍ବଳ ଥିବା ଶିଶୁମାନଙ୍କୁ ପ୍ରାଥମିକତା ପ୍ରଦାନ କରାଯିବ ବୋଲି ଜାଣିବାକୁ ମିଳିଛି। ଟିକାକରଣରେ ପିଲାମାନଙ୍କୁ ଦୁଇ-ଡୋଜ୍‌ କୋଭାକ୍ସିନ୍‌ ଦିଆଯିବ ଏବଂ ପ୍ରଥମ ଏବଂ ଦ୍ୱିତୀୟ ଡୋଜ ମଧ୍ୟରେ ୨୮ ଦିନର ବ୍ୟବଧାନ ରହିବ।  ପିଲାମାନଙ୍କ ମଧ୍ୟରେ ଏହି ଟିକାକରଣ ଡ୍ରାଇଭ୍‌ ପ୍ରଥମେ କ୍ରନିକ୍‌ କିମ୍ବା ଗୁରୁତର ସ୍ୱାସ୍ଥ୍ୟ ଅବସ୍ଥାରେ ପୀଡିତ ପିଲାମାନଙ୍କୁ ଟିକା ଯୋଗାଇବ। ଏଥିପାଇଁ ରୋଗର ପ୍ରାଥମିକ ତାଲିକା ପ୍ରସ୍ତୁତ ହେବାକୁ ତିନି ସପ୍ତାହ ପର୍ଯ୍ୟନ୍ତ ସମୟ ଲାଗିପାରେ ବୋଲି ସେ ସୂଚନା ଦେଇଛନ୍ତି।

ରାଜ୍ୟ ଟିକାକରଣ ନୋଡାଲ ଅଧିକାରୀ ଡା.ବିଜୟ ପାଣିଗ୍ରାହୀ କହିଛନ୍ତି, କେନ୍ଦ୍ରୀୟ ଟାସ୍କଫୋର୍ସର ରିପୋର୍ଟ ଅନୁଯାୟୀ ଡିସିଜିଆଇ ଟିକାକୁ ଅନୁମୋଦନ କରିବେ। କେନ୍ଦ୍ରର ଗାଇଡଲାଇନ୍ ଆସିବା ପରେ ରାଜ୍ୟକୁ ପ୍ରତି ମାସରେ କେତେ ଟିକା ଆବଣ୍ଟିତ ହେବ ତାହା ସ୍ପଷ୍ଟ ହୋଇପାରିବ। ରାଜ୍ୟରେ ଟିକା ଦେବା ଲାଗି ଭ୍ୟାକ୍ସିନେଟରଙ୍କ ଅଭାବ ନାହିଁ। ଯେହେତୁ ପୂର୍ବରୁ ଶିଶୁମାନଙ୍କୁ ଡିପିଟି ଓ ପୋଲିଓ ଟିକା ଦିଆଯାଉଥିଲା, ତେଣୁ ରାଜ୍ୟରେ ପିଲାଙ୍କ ଟିକାକରଣରେ କୌଣସି ସମସ୍ୟା ହେବ ନାହିଁ। ଆକଳନ ଅନୁସାରେ ରାଜ୍ୟରେ ୨-୧୮ବର୍ଗରେ ୧.୪ କୋଟି ପିଲା ରହିଛନ୍ତି। ୧୮ବର୍ଷରୁ ଅଧିକ ୩.୯ କୋଟି ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ତେ‌ବେ ପିଲାଙ୍କ ପାଇଁ କେନ୍ଦ୍ରର ଗାଇଡଲାଇନ୍ ଓ ଟିକାର ଉପଲବ୍ଧତାକୁ ବିଚାରକୁ ନେଇ ଟିକାକରଣ ପ୍ଲାନିଂ କରାଯିବ।

ପଢନ୍ତୁ: ଦିଲ୍ଲୀ ଏମ୍ସରେ ଭର୍ତ୍ତି ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ

Related posts

୨ବର୍ଷର ଶିଶୁଙ୍କୁ କରୋନା ଭ୍ୟାକସିନ ଦେଉଛି କ୍ୟୁବା

Ratnamani Maharana

ଆଫଗାନିସ୍ତାନ ଅଧିକାର ପରେ ପାଗଳ ହେଇଗଲେଣି ତାଲିବାନୀ

Ratnamani Maharana

ବିଶ୍ୱର ଉଚ୍ଚତମ ପ୍ରତିମା ଷ୍ଟାଚୁ ଅଫ ୟୁନିଟି ହେଲା ଏସସିଓର ୮ମ ଆଶ୍ଚର୍ଯ୍ୟ

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More