News

ରେଡିଓକଲାରରେ କୁମ୍ଭୀରଙ୍କୁ ଟ୍ରାକିଂ କରିବ ବନ ବିଭାଗ

Tt

ପ୍ରଥମ ଥର ପାଇଁ ବନ ବିଭାଗ କୁମ୍ଭୀର ଟ୍ରାକିଂ  କରିବ।  ଜନ୍ତୁ-ମଣିଷ ବିବାଦର ସମାଧାନ ପାଇଁ ବନ ବିଭାଗର ନୂଆ ଯୋଜନା।  ରାଜ୍ୟରେ ପ୍ରଥମ ଥର ପାଇଁ କୁମ୍ଭୀରଙ୍କ ଦେହରେ ଲଗାଯିବ ଆଣ୍ଟିନା। ଏନେଇ ଚିଫ୍ ଓ୍ୱାଇଲ୍ଡ ଲାଇଫ୍ ଓ୍ୱାର୍ଡେନ ଅଜୟ କୁମାର ମହାପାତ୍ର ସୂଚନା ଦେଇଛନ୍ତି । ନଦୀରେ କେଉଁଠି ରହୁଛନ୍ତି କୁମ୍ଭୀର? କୁଆଡ଼େ ଯାଉଛନ୍ତି? କେଉଁଠି କରୁଛନ୍ତି ଚଳପ୍ରଚଳ ? ସେମାନଙ୍କ ଗିତିବିଧି ବାବଦରେ ଜାଣିବା ପାଇଁ ବନବିଭାଗ ହାଇଟେକ ଉପାୟ ଅବଲମ୍ବନ କରିବ। ଏଥିପାଇଁ ଟେକ୍ନୋଲୋଜିର ସହାୟତା ନେବ ବନ ବିଭାଗ।

ଚଳିତ ମାସରୁ କୁମ୍ଭୀରଙ୍କୁ ରେଡିଓ କଲାର  ଲଗାଯାଇ ଛଡ଼ାଯିବାକୁ ଯୋଜନା କରାଯାଉଛି । ଦେହରେ ରେଡିଓ କୋଲାର ଲଗାଯିବା ଦ୍ୱାରା ଗୋଟିଏ ସ୍ଥାନରୁ ଅନ୍ୟତ୍ର ସ୍ଥାନନ୍ତରିତ ହେଉଥିବା କୁମ୍ଭୀରଙ୍କ ଗତିବିଧି ସମ୍ପର୍କରେ ତଥ୍ୟ ସଂଗ୍ରହ ହୋଇପାରିବ। ପୂର୍ବରୁ ପ୍ରାୟ ୭ଶହ ଘଡିଆଳ କୁମ୍ଭୀରଙ୍କୁ ବିଭିନ୍ନ ସ୍ଥାନରେ ସ୍ଥାନାନ୍ତରିତ କରାଯାଇଛି। ମାତ୍ର ସେଗୁଡ଼ିକ କୁଆଡ଼େ ଗଲେ ତା’ର ହିସାବ ମିଳିପାରୁ ନାହିଁ। ଏହି ଯୋଜନା ଉଭୟ ସାଧାରଣ ଲୋକ ଓ ବନ ବିଭାଗ ପାଇଁ ଫଳପ୍ରଦ ହେବ ବୋଲି ଆଶା କରାଯାଉଛି।
ପଢନ୍ତୁ: ଜଗନ ମୋହନ ରେଡ୍ଡୀଙ୍କ ନୂଆ ନିଷ୍ପତି: ଆନ୍ଧ୍ରରେ ରହିବେ ପାଞ୍ଚ ଉପମୁଖ୍ୟମନ୍ତ୍ରୀ

Related posts

ମର୍ମନ୍ତୁଦ ସଡକ ଦୁର୍ଘଟଣା:ଯୁବକଙ୍କ ଉପରେ ଚଢିଗଲା ବସ

ENO Beuro

ଆଜି କେନ୍ଦ୍ରାପଡ଼ା ବନ୍ଦ,ସହରରେ ୧୪୪ ଧାରା, ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ

ENO Beuro

ମୋଦିଙ୍କ ଦ୍ଵିତୀୟ ଇନିଙ୍ଗ୍ସ ଆରମ୍ଭ: ମୋଦିଙ୍କ ସମେତ ଶପଥ ନେଲେ ୫୭ ମନ୍ତ୍ରୀ

Ratnamani Moharana

Leave a Comment