Loading...

ଏଣିକି କ୍ୟାପିଟାଲ୍ ହସ୍ପିଟାଲରେ ନବଜାତକଙ୍କ ଗୋଡ଼ରେ ଲାଗିବ ଟ୍ୟାଗ ଫୁଟ୍‌ ପ୍ରିଣ୍ଟ୍‌ ନେବେ କର୍ତ୍ତୁପକ୍ଷ

ଏଣିକି କ୍ୟାପିଟାଲ୍ ହସ୍ପିଟାଲରେ ନବଜାତକଙ୍କ ଗୋଡ଼ରେ ଲାଗିବ ଟ୍ୟାଗ ଫୁଟ୍‌ ପ୍ରିଣ୍ଟ୍‌ ନେବେ କର୍ତ୍ତୁପକ୍ଷ

କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଅଭିଯୋଗ ଘଟଣାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଡିଏନ୍‌ଏ ରିପୋର୍ଟ ଆସିବା ପରେ ଅଭିଯୋଗକାରୀ ପ୍ରାଣକୃଷ୍ଣ ବିଶ୍ୱାଳଙ୍କ ସ୍ତ୍ରୀଙ୍କର ପୁଅ ନୁହେଁ, ଝିଅ ହୋଇଥିବା ସ୍ପଷ୍ଟ ହୋଇଛି।

କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଅଭିଯୋଗ ଘଟଣାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଡିଏନ୍‌ଏ ରିପୋର୍ଟ ଆସିବା ପରେ ଅଭିଯୋଗକାରୀ ପ୍ରାଣକୃଷ୍ଣ ବିଶ୍ୱାଳଙ୍କ ସ୍ତ୍ରୀଙ୍କର ପୁଅ ନୁହେଁ, ଝିଅ ହୋଇଥିବା ସ୍ପଷ୍ଟ ହୋଇଛି। ତେବେ ଏଭଳି ଘଟଣା ପାଇଁ ହସ୍ପିଟାଲ ବଦନାମ ହୋଇଥିବାରୁ ଆଗକୁ ଯେପରି ଏହା ନ ଘଟିବ ସେଥିପାଇଁ ଦୃଢ଼ ପଦକ୍ଷେପ ଗ୍ରହଣ କରିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ। ଏଣିକି ନବଜାତଙ୍କ ଗୋଡ଼ରେ ଟ୍ୟାଗ୍‌ ଲାଗିବ। ଜନ୍ମ ହେବା ମାତ୍ରେ ଫୁଟ୍‌ ପ୍ରିଣ୍ଟ ରଖାଯିବ। ଝିଅ କିମ୍ବା ପୁଅ ହୋଇଥିଲେ ଆଟେଣ୍ଡାଣ୍ଟମାନେ ଡାକ୍ତରଙ୍କ ପାଖରୁ ଖବର ନେଇ ପରିବାରକୁ ଦେବେ। ଫଳରେ ଆଉ ଭୁଲ୍‌ ମେସେଜ ଯିବ ନାହିଁ ବୋଲି ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି। ଏଥିସହ ଶିଶୁ ବଦଳ ନେଇ ମିଥ୍ୟା ଅଭିଯୋଗ ଆଣିଥିବା ପ୍ରାଣକୃଷ୍ଣଙ୍କ ଉପରେ କ୍ଷୋଭ ପ୍ରକାଶ କରି ସେ କହିଛନ୍ତି, ଜଣେ ଲୋକଙ୍କ ହୀନ ମାନସିକତା ଓ ଅବାଞ୍ଝିତ ମନ୍ତବ୍ୟ ପାଇଁ ହସ୍ପିଟାଲ ବଦନାମ ହେଲା। ପୋଲିସଠାରୁ ଆରମ୍ଭ କରି କୋର୍ଟ ସମସ୍ତଙ୍କ ସମୟ ନଷ୍ଟ ହେଲା।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.