30.1 C
Bhubaneswar
October 22, 2021
EnewsOdia.Com
ନ୍ୟୁଜ୍ ରାଜନୀତି

ଏଣିକି ବ୍ଲକରେ ହେବ ପଞ୍ଚାୟତ ‌ଭୋଟ୍‌ ଗଣତି

ବୁଥ୍‌ରେ ନୁହେଁ, ବ୍ଲକରେ ଗଣତି। ଏଥର ପଞ୍ଚାୟତ ନିର୍ବାଚନରେ ଭୋଟ ଗଣତି ବୁଥ୍‌ରେ ନୁହେଁ ବରଂ ବ୍ଲକ କାର୍ଯ୍ୟାଳୟରେ କରାଯିବ। ଏ ସଂକ୍ରାନ୍ତରେ ଆଇନରେ ସଂଶୋଧନ ପରେ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଛି। ନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା ପରେ ଭୋଟ ବାକ୍ସକୁ ପ୍ରାର୍ଥୀ କିମ୍ବା ତାଙ୍କ ଏଜେଣ୍ଟଙ୍କ ଉପସ୍ଥିତିରେ ତୁରନ୍ତ ସିଲ୍‌ କରାଯିବ ଓ ଏହାକୁ ଅଧିକାରୀମାନେ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରିବେ। ନିର୍ଧାରିତ ଭୋଟ ଗଣତି ଦିନ ଏହାକୁ ଖୋଲାଯିବ।

ସଂଶୋଧିତ ନିୟମାବଳୀ ଅନୁଯାୟୀ, ମତଦାନ କେନ୍ଦ୍ରରେ ଭୋଟ୍‌ ଗ୍ରହଣ ‌େ‌ଶଷ ହେବା ପରେ ପ୍ରାର୍ଥୀ କିମ୍ବା ତାଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ ପ୍ରିଜାଇଡିଂ ଅଫିସର ଭୋଟ୍‌ ବାକ୍ସ/ଇଭିଏମ୍‌କୁ ସିଲ୍‌ କରିବେ। ଏହାପରେ ଏହାକୁ ବ୍ଲକ ମୁଖ୍ୟାଳୟରେ ଥିବା ଷ୍ଟ୍ରଙ୍ଗ ରୁମ୍‌କୁ ପଠାଇବେ। ସାରା ଓଡ଼ିଶାରେ ସବୁ ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ପରେ ଗୋଟିଏ ଦିନରେ ଭୋଟ୍‌ ଗଣତି ହେବ। ସୂଚନାଯୋଗ୍ୟ ଯେ, ଏହି ନିୟମରେ ସଂଶୋଧନ ପାଇଁ ଗତ ମାସ ୧୮ତାରିଖରେ ଚିଠା ନିୟମାବଳୀ ଜାରି କରାଯାଇ ଲୋକଙ୍କ ଆପତ୍ତି ଓ ପ୍ରସ୍ତାବ ମଗାଯାଇଥିଲା। ତେବେ କୌଣସି ଆପତ୍ତି ଓ ପ୍ରସ୍ତାବ ନମିଳିଲା ପରେ ଏହି ଗେଜେଟ୍ ବିଜ୍ଞପ୍ତି ଜାରି ହୋଇଛି।

Related posts

ଡରାଇଲାଣି ଫାଶୀ, ଦୋଷୀ ବିନୟ ଶର୍ମାର ଆତ୍ମହତ୍ୟା ଉଦ୍ୟମ

Ratnamani Maharana

ଏଣିକି ଓଡିଶାର ୩ ପର୍ଯ୍ୟଟନସ୍ଥଳୀ ବୁଲିବେ ଛାତ୍ରଛାତ୍ରୀ

Ratnamani Maharana

ଫାଶୀରୁ ବର୍ତ୍ତିବା ପାଇଁ ନିର୍ଭୟ ଦୋଷୀଙ୍କ ଗଳାବାଟ

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More