EnewsOdia.Com

ଏବେ ମୋବାଇଲ ସିମ୍ ଭଳି ଉପଭୋକ୍ତା ବଦଳାଇ ପାରିବେ ବିଦ୍ୟୁତ୍ କମ୍ପାନୀ

ବିଦ୍ୟୁତ୍ ସେବା ଯୋଗାଉଥିବା କମ୍ପାନୀ ଆଗକୁ ଗ୍ରାହକଙ୍କ ଉପରେ ମନମାନୀ ଚଳାଇ ପାରିବେ ନାହିଁ। ମୋବାଇଲ୍ ସିମ୍ ବଦଳାଇବା ପରି ଏଥର ଉପଭୋକ୍ତାମାନେ ମଧ୍ୟ ବିଦ୍ୟୁତ କମ୍ପାନୀ ବଦଳାଇ ପାରିବେ। ଏ ନେଇ କେନ୍ଦ୍ର ସରକାର ନୂଆ ଯୋଜନା ଆଣିବାକୁ ଯାଉଛନ୍ତି। ଅର୍ଥାତ୍ ଉପଭୋକ୍ତମାନେ ବିଦ୍ୟୁତ ସେବା ଭଲ ନଲାଗିଲେ କମ୍ପାନୀ ବଦଳାଇପାରିବେ।

ଦେଶବାସୀଙ୍କୁ ଚବିଶ ଘଣ୍ଟିଆ ବିଜୁଳି ସେବା  ଯୋଗାଇ ଦେବା ପାଇଁ ମୋଦି ସରକାର ପୂର୍ବରୁ ଘୋଷଣା କରି ସାରିଛନ୍ତି। ଗୋଟିଏ ଅଞ୍ଚଳରେ ଗୋଟିଏ ବିଦ୍ୟୁତ ସେବା ପ୍ରଦାନକାରୀ ସଂସ୍ଥା ରହୁଥିବାରୁ ଅନେକାଂଶରେ କମ୍ପାନୀ ସେବା ଯୋଗାଇବାରେ ମନମାନି ଚଳାଉଥିବା ଦେଖିବାକୁ ମିଳେ। ଏହାକୁ ନଜରରେ ରଖି ମୋଦି ସରକାର ଗୋଟିଏ ଅଞ୍ଚଳରେ ତିନିରୁ ଚାରି ବିଦ୍ୟୁତ ସେବା  ପ୍ରଦାନକାରୀ ସଂସ୍ଥା ରଖିବାକୁ ନିଷ୍ପତ୍ତି ନେଇଛନ୍ତି।

କେନ୍ଦ୍ର ଶକ୍ତି ମନ୍ତ୍ରୀ ଆରକେ ସିଂହ  ଶୁକ୍ରବାର ଗୁଜରାଟର କେଭଡିୟା ସହରରେ ରାଜ୍ୟ ଶକ୍ତି ମନ୍ତ୍ରୀଙ୍କ ସହ ଏକ ବୈଠକ କରିଥିଲେ। ଏହି ଅବସରରେ ସେ କହିଛନ୍ତି, ବିଦ୍ୟୁତ ସେବା ଯୋଗାଉଥିବା କମ୍ପାନୀ ଏବେ ସ୍ଥାନୀୟ ଅଞ୍ଚଳରେ ତିନିରୁ ଚାରି ଘରୋଇ କମ୍ପାନୀକୁ ଏହି ବିଦ୍ୟୁତ ସେବା କାମରେ ନିୟୋଜିତ କରିବେ। ସେମାନେ ସ୍ଥାନୀୟ ଲୋକଙ୍କୁ ବିଦ୍ୟୁତ ସେବା ଯୋଗାଇ ଦେବେ। ଏହାଦ୍ୱାରା ସରକାରଙ୍କ ଉପରେ ଆର୍ଥିକ ବୋଝ ଓ ଟେନସନ କମିଯିବ। ଫଳରେ ଉପଭୋକ୍ତାମାନେ ବିଜୁଳି ସେବା ବଦଳାଇ ପାରିବାର କ୍ଷମତା ପାଇବେ।

ପଢନ୍ତୁ: ବିଜେପୁରରେ ନବୀନଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର

ସମ୍ବନ୍ଧିତ ଖବର

ଏଣିକି ରେଳରେ ଛେପ ପକାଇଲେ ଯାତ୍ରୀ ଗଣିବେ ତଣ୍ଡ

Ratnamani Maharana

ହୋଲିରେ ଭିଜିବ ଓଡିଶା !

Ratnamani Maharana

ମିଠା ପ୍ୟାକେଟରେ ଏକ୍ସପାୟରୀ ଡେଟ୍‌ ଲେଖିବା ହେଲା ବାଧ୍ୟତାମୂଳକ

Ratnamani Maharana

ଆଜି ଲୌହମାନବ ସର୍ଦ୍ଦାର ବଲ୍ଲଭବାଇ ପଟେଲଙ୍କ ୧୪୪ତମ ଜୟନ୍ତୀ

Ratnamani Maharana

କଟକ ବାଲିଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି

Ratnamani Maharana

ଜାଲରେ ପଡ଼ିଲା ୨ କୁଇଣ୍ଟାଲର ସାଙ୍କୁଚ ମାଛ

Ratnamani Maharana