News

ଗ୍ରାମାଞ୍ଚଳ ପାଇଁ ନୂଆ ପ୍ରସ୍ତାବ, ୧୦,୦୦୦ ଜମା ଥିଲେ ଗରିବ ନୁହଁ

ଗ୍ରାମପଞ୍ଚାୟତରେ ଗରିବ ଲୋକଙ୍କ ପାଇଁ କେନ୍ଦ୍ର ସରକାର ନୂଆ ମାନଦଣ୍ଡ ଧାର୍ଯ୍ୟ କରିଛନ୍ତି । ଏହି ମାନଦଣ୍ଡ ଅନୁସାରେ ବ୍ୟାଙ୍କ ସଞ୍ଚୟ ଖାତାରେ ସର୍ବନିମ୍ନ ୧୦ ହଜାର ଟଙ୍କା ସଞ୍ଚୟ କରିଥିବା ଗ୍ରାମୀଣ ପରିବାରକୁ ଗରିବ ଭାବେ ବିବେଚନା କରାଯିବ ନାହିଁ । ସରକାର ଗରିବ ମାପିବା ପାଇଁ ଯେଉଁ ସୂଚୀ ପ୍ରସ୍ତୁତ କରିବେ ସେଥିରେ ଯେଉଁ ପଞ୍ଚାୟତରେ ଅଧିକ ସଂଖ୍ୟକ ପରିବାରର ବ୍ୟାଙ୍କ ଖାତାରେ ୧୦ ହଜାର ଟଙ୍କା ରହିଛି ସେହି ପଞ୍ଚାୟତ ଗୁଡ଼ିକୁ ଏହି ସୂଚୀରେ ଉତ୍ତମ ସ୍ଥାନ ଦେବେ । କେବଳ ଜମା ନୁହେଁ, ଜୀବୀକାରେ ବିବିଧତା ଆଣିବା ପାଇଁ ଯେଉଁ ପଞ୍ଚାୟତରେ ଅଧିକ ଲୋକ ଋଣ ନେଇଛନ୍ତି ସେଗୁଡ଼ିକୁ ମଧ୍ୟ ଉକ୍ତ ସୂଚୀରେ ଉତ୍ତମ ସ୍ଥାନ ମିଳିବ ।

ସୂଚନା ମୁତାବକ, ଗ୍ରାମପଞ୍ଚାୟତ ଗୁଡିକର ସ୍ଥିତି ପରଖିବା ସକାଶେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରାଳୟ ପକ୍ଷରୁ ୨୧ ଟି ମାନଦଣ୍ଡ ଚୁଡାନ୍ତ କରାଯାଇଛି । “ମିଶନ ଅନ୍ତ୍ୟୋଦୟ” ଅଧୀନରେ ଏଭଳି ମାନଦଣ୍ଡ ଧାର୍ଯ୍ୟ କରାଯାଇଛି । ପଞ୍ଚାଯତର ବାସ୍ତବ ଚିତ୍ର ଜାଣିବା ଲାଗି ପ୍ରଥମେ ଗରିବ ପରିବାର ସଂଖ୍ୟା ସମ୍ପର୍କରେ ଜାଣିବା ଲାଗି କେନ୍ଦ୍ର ନିସ୍ପତି ନେଇଛି । ବିଶେଷକରି ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ ତଥ୍ୟରୁ ଏହି ସୂଚନା ମିଳିବ ବୋଲି କୁହାଯାଇଛି ।

ଏତଦବ୍ୟତୀତ ଯେଉଁ ପଞ୍ଚାୟତରେ ଅଧିକ ସଂଖ୍ୟକ ମହିଳା ଚାକିରି କରିଛନ୍ତି କିମ୍ବା ଆତ୍ମନିଯୁକ୍ତ ଅଛନ୍ତି ଦାରିଦ୍ର୍ୟ ସୂଚୀରେ ସେହି ପଞ୍ଚାୟତର ସ୍ଥିତି ଭଲ ରହିବ । ସେହିଭଳି କେତେ ସଂଖ୍ୟକ ପରିବାରରେ ଏଲପିଜି ସଂଯୋଗ ରହିଛି ବା କେତେ ପରିବାର ଦିନକୁ ୧୨ ଘଣ୍ଟା ବିଜୁଳି ସୁଯୋଗ ପାଉଛନ୍ତି ତାହାକୁ ମଧ୍ୟ ଦାରିଦ୍ର୍ୟ ସୂଚୀ ମାପ ପାଇଁ ବିଚାରକୁ ନିଆଯିବ । ଦେଶରେ ୫୦ ହଜାର ଦାରିଦ୍ର୍ୟମୁକ୍ତ ପଞ୍ଚାୟତ ସୃଷ୍ଟି କରିବା ପାଇଁ ଏହି ନୂଆ ସ୍କିମ୍ ପ୍ରସ୍ତୁତ ହେଉଛି ।

ଗ୍ରାମାଞ୍ଚଳ ପାଇଁ ନୂଆ ପ୍ରସ୍ତାବ, ୧୦,୦୦୦ ଜମା ଥିଲେ ଗରିବ ନୁହଁ   ଗ୍ରାମାଞ୍ଚଳ ପାଇଁ ନୂଆ ପ୍ରସ୍ତାବ, ୧୦,୦୦୦ ଜମା ଥିଲେ ଗରିବ ନୁହଁ

ପଢନ୍ତୁ, ଦୁର୍ବଳ ହେଲା ଲାଗୁଚାପ, ବର୍ଷା ପ୍ରଭାବ କମିବା ସହ ବଢିବ ଶୀତର ପ୍ରକୋପ

Related posts

ମୋଦି ଗଲେ, ଆଜି ପୁରୀ ଆସୁଛନ୍ତି ଅମିତ ଶାହ

ENO Beuro

ଗଞ୍ଜାମ ଜିଲ୍ଲାରେ ଭୟାବହ ଅଗ୍ନିକାଣ୍ଡ, ୨୭ ବଖରା ଘର ଜଳିପୋଡ଼ି ପାଉଁଶ

ENO Beuro

ଝାରସୁଗଡ଼ା:ଟ୍ରେନ୍‌ ଧକ୍କାରେ ୪ ହାତୀ ମୃତ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More