Loading...

ଏଣିକି ଓଡ଼ିଆରେ ଷ୍ଟାଫ୍‌ ସିଲେକ୍ସନ ପରୀକ୍ଷା ଦେବେ ଛାତ୍ରଛାତ୍ରୀ

ଏଣିକି ଓଡ଼ିଆରେ ଷ୍ଟାଫ୍‌ ସିଲେକ୍ସନ ପରୀକ୍ଷା ଦେବେ ଛାତ୍ରଛାତ୍ରୀ

ଷ୍ଟାଫ୍‌ ସିଲେକ୍ସନ କମିଶନ ମଲ୍ଟିଟାସ୍କିଙ୍ଗ(ଅଣବୈଷୟିକ) କର୍ମଚାରୀ ଚୟନ ଲାଗି (ଏସ୍‌ଏସ୍‌ସି ଏମ୍‌ଟିଏସ୍‌) ପରୀକ୍ଷା,୨୦୨୨ ଏବଂ ମିଳିତ ଉଚ୍ଚମାଧ୍ୟମିକ ସ୍ତରୀୟ ପରୀକ୍ଷା (ସିଏଚ୍‌ଏସ୍‌ଏଲ୍‌ଇ),୨୦୨୨ ହିନ୍ଦୀ, ଇଂଲିଶ ବ୍ୟତୀତ ଓଡ଼ିଆ ଓ ଅନ୍ୟ ଆଞ୍ଚଳିକ ଭାଷାରେ ହେବ।

ଷ୍ଟାଫ୍‌ ସିଲେକ୍ସନ କମିଶନ ମଲ୍ଟିଟାସ୍କିଙ୍ଗ(ଅଣବୈଷୟିକ) କର୍ମଚାରୀ ଚୟନ ଲାଗି (ଏସ୍‌ଏସ୍‌ସି ଏମ୍‌ଟିଏସ୍‌) ପରୀକ୍ଷା,୨୦୨୨ ଏବଂ ମିଳିତ ଉଚ୍ଚମାଧ୍ୟମିକ ସ୍ତରୀୟ ପରୀକ୍ଷା (ସିଏଚ୍‌ଏସ୍‌ଏଲ୍‌ଇ),୨୦୨୨ ହିନ୍ଦୀ, ଇଂଲିଶ ବ୍ୟତୀତ ଓଡ଼ିଆ ଓ ଅନ୍ୟ ଆଞ୍ଚଳିକ ଭାଷାରେ ହେବ। କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (ଡିଓପିଟି) ଏହାକୁ ଅନୁମୋଦନ କରିଥିବା ବିଭାଗୀୟ ମନ୍ତ୍ରୀ ଜିତେନ୍ଦ୍ର ସିଂ ଘୋଷଣା କରିଛନ୍ତି। ଏଣିକି ଉପରୋକ୍ତ ପରୀକ୍ଷା ପାଇଁ ୧୩ଟି ଆଞ୍ଚଳିକ ଭାଷାରେ ପ୍ରଶ୍ନପତ୍ର ଆସିବ। ଓଡ଼ିଆ ସମେତ ଅସମୀୟା, ବେଙ୍ଗଲୀ, ଗୁଜରାଟୀ, ମରାଠୀ, ମାଲୟାଲମ, କନ୍ନଡ, ତାମିଲ, ତେଲୁଗୁ, ଉର୍ଦ୍ଦୁ, ପଞ୍ଜାବୀ, ମଣିପୁରୀ ଏବଂ କୋଙ୍କଣୀ ଭାଷାରେ ଷ୍ଟାଫ୍‌ ସିଲେକ୍ସନ ପରୀକ୍ଷା ହେବ। ପୂର୍ବରୁ କେବଳ ହିନ୍ଦୀ ଓ ଇଂଲିଶରେ ଏହି ପରୀକ୍ଷା ହେଉଥିଲା। ଆଞ୍ଚଳିକ ଭାଷାରେ ପରୀକ୍ଷା କରାଇବା ନେଇ ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ସରକାର ଏକ ବିଶେଷଜ୍ଞ କମିଟି ଗଠନ କରିଥିଲେ। 

 

ଭାରତ ଏକ ବହୁଭାଷୀ ଦେଶ ହୋଇଥିବାରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଭିନ୍ନ ଭିନ୍ନ ଭାଷାରେ କରାଯାଉଛି। ରେଲ୍‌ଓ୍ବେ ରିକ୍ରୁଟ୍‌ମେଣ୍ଟ ବୋର୍ଡ/ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ବ୍ୟାଙ୍କିଙ୍ଗ୍‌ ପର୍ସୋନେଲ ସିଲେକ୍ସନ(ଆଇବିପିଏସ୍‌) ପରୀକ୍ଷାରେ ୧୪ଟି ଭାଷାର ବ୍ୟବହାର କରାଗଲାଣି। ତେଣୁ ଏସ୍‌ଏସ୍‌ସି ପରୀକ୍ଷା ଆଞ୍ଚଳିକ ଭାଷାରେ କରିବା ଲାଗି ବିଶେଷଜ୍ଞ କମିଟି ସୁପାରିସ କରିଥିଲା। ଏହି ନିଷ୍ପତ୍ତି ଲକ୍ଷ ଲକ୍ଷ ପରୀକ୍ଷାର୍ଥୀଙ୍କ ପାଇଁ ସହାୟକ ହେବ ଏବଂ ସେମାନେ ନିଜ ନିଜର ମାତୃଭାଷା କିମ୍ବା ଆଞ୍ଚଳିକ ଭାଷାରେ ପରୀକ୍ଷା ଦେଇପାରିବେ। ଫଳରେ ସେମାନେ ଷ୍ଟାଫ୍‌ ସିଲେକ୍ସନ ପରୀକ୍ଷାରେ ଉନ୍ନତ ପ୍ରଦର୍ଶନ କରିବାର ସୁଯୋଗ ପାଇବେ ବୋଲି କୁହାଯାଇଛି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.