EnewsOdia.Com

ଏବେ ନିଜ ସମ୍ପତ୍ତି ସହିତ କରିବାକୁ ପଡିବ ଆଧାର ଲିଙ୍କ୍

ଉତ୍ତରପ୍ରଦେଶରେ ସବୁ ସହରୀ ସମ୍ପତ୍ତି, ସେମାନଙ୍କ ମାଲିକ ମାନଙ୍କ ଆଧାର କାର୍ଡ ସହିତ ଲିଙ୍କ୍ କରାଯିବ । ଯୋଗୀ ଆଦିତ୍ୟନାଥଙ୍କ ସରକାର ଏହି ଅର୍ବାନ ପ୍ରୋପର୍ଟିଜ୍ ଓନରସିପ୍ ରେକର୍ଡ ଯୋଜନା ଏଠାରେ ଲାଗୁ କରିବାକୁ ଯାଉଛନ୍ତି । ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି କି, ଏହି ଯୋଜନା ଦ୍ବାରା ବେନାମୀ ସମ୍ପତ୍ତି ଏବଂ ଅନ୍ୟ ସମ୍ପତ୍ତିର ପରିଚୟ କରିବାରେ ସହାୟତା ମିଳିବ ଏବଂ ନଗର ଉନ୍ନୟନ ପାଇଁ ଟ୍ୟାକ୍ସ କଲେକ୍ସନ୍ ବଢିବ।

ଏହା ସହିତ ଅଧିକାରୀ ଜଣକ କହିଛନ୍ତି କି, ଆରମ୍ଭରୁ ଏହି ଯୋଜନା ଲକ୍ଷ୍ନୋ,କାନପୁର,ଆଗ୍ରା,ଗାଜିୟାବାଦ,ବାରଣସୀ,ମେରଠ ଏବଂ ପ୍ରୟାଗରାଜରେ ଲାଗୁ କରାଯିବ। ପ୍ରଦେଶ ସରକାର ସର୍ଭେ ଅଫ୍ ଇଣ୍ଡିଆର ସାହାଯ୍ୟ ନେବ ଏବଂ ଏକ ସେବାନିବୃତ ଆଇଏଏସ୍ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ କମିଟି ଗଠିତ କରିବ । କମିଟିରେ ଯୋଜନା, ସହରୀ ଏବଂ ଗ୍ରାମୀଣ ବିକାଶ, ବିକାଶ ପ୍ରାଧିକରଣ ଏବଂ ନଗରପାଳିକାର ପ୍ରତିନିଧି ସାମିଲ ରହିବେ ।

ପଢନ୍ତୁ: ଭୁବନେଶ୍ଵର କମିଲା ପେଟ୍ରୋଲ୍‌ ଓ ଡିଜେଲ୍ ଦର

ସମ୍ବନ୍ଧିତ ଖବର

କଟକରେ ରୁଚି-ଫ୍ରୋଜିଟର ନୂଆ ଆଉଟଲେଟ ଉଦଘାଟିତ

Ratnamani Maharana

ଓଡ଼ିଶୀ ନୃତ୍ୟାଙ୍ଗନା ମିନତି ମିଶ୍ରଙ୍କ ପରଲୋକ

Ratnamani Maharana

ଡଷ୍ଟବିନ୍‌ରେ ମହାପ୍ରଭୁଙ୍କ ମହାପ୍ରସାଦ, ଶ୍ରଦ୍ଧାଳୁଙ୍କ ମହଲରେ ଅସନ୍ତୋଷ

Ratnamani Maharana

ମୋ ବସ ଯାତ୍ରୀଙ୍କ ପାଇଁ ଖୁସି ଖବର

Ratnamani Maharana

ବଢିବ ତାପମାତ୍ରା, କମିବ ଶୀତ

Ratnamani Maharana

ଛୁଟି ଦିନ ସତ୍ତ୍ୱେ ଫେବୃଆରୀ ୧ରେ ହେବ ବଜେଟ ଉପସ୍ଥାପନ

Ratnamani Maharana