EnewsOdia.Com

ଉବେର ଇଟସକୁ କିଣିନେଲା ଜମାଟୋ

ଅନଲାଇନ ଅର୍ଡର ଜରିଆରେ ଘରେ ଘରେ ଖାଦ୍ୟ ପହଞ୍ଚାଉଥିବା ସଂସ୍ଥା ଜମାଟୋ ପ୍ରତିଦ୍ୱନ୍ଦୀ କମ୍ପାନୀ ଉବେର ଇଟସ ଇଣ୍ଡିଆର ଶେୟାର କିଣିଛି। ସୂଚନାଅନୁଯାୟୀ ୧୦୦ ପ୍ରତିଶତ ଶେୟାରରୁ ଏବେ ଉବେର ପାଖରେ ମାତ୍ର ୯.୯ ପ୍ରତିଶତ ଶେୟାର ଅଛି। ଅର୍ଥାତ୍ ଉବେର ଇଟସକୁ ଜମାଟୋ ନିଜ ଅଧିନକୁ ଆଣିଛି। ଉବେର ହେଉଛି ଅନଲାଇନ ଜରିଆରେ କ୍ୟାବ ବୁକ୍ କରି ପରିବହନ ସେବା ଯୋଗାଉଥିବା ସଂସ୍ଥା। ଭାରତରେ ଜମାଟୋକୁ ଆଖି ଆଗରେ ରଖି ସମାନ ବ୍ୟବସାୟ ଆରମ୍ଭ କରିଥିଲା। ହେଲେ ଭଲ ବ୍ୟବସାୟ ହେଉନଥିବାରୁ ଜମାଟୋକୁ ବିକ୍ରି କରିଦେବ ବୋଲି ଚିନ୍ତା କରିଥିଲା।

ଅନ୍ୟପଟେ ଉବେର ଶେୟାର ବ୍ରିକ୍ରି କରିଦେବା ପଛରେ ଆଉ ଏକ କାରଣ ସାମ୍ନାକୁ ଆସିଛି। ଉବେର କମ୍ପାନୀର ନିୟମ ଅନୁଯାୟୀ ଯଦି ସେ ବଜାରରେ ପ୍ରଥମ କି ଦ୍ୱିତୀୟ ସ୍ଥାନରେ ନରହିବ ତା’ହେଲେ କମ୍ପାନୀ ସେହି ବ୍ୟବସାୟକୁ ବନ୍ଦ କରିଦେବ। ତେଣୁ ଏବେ ଜମାଟୋକୁ ଶେୟାର ବିକ୍ରି କରିବା ପଛର ମୁଖ୍ୟ କାରଣ କମ୍ପାନୀର ନୀତି ବୋଲି ଆଲୋଚନା ହେଉଛି। କମ୍ପାନୀ କିନ୍ତୁ ଶେୟାର ବିକ୍ରି ପଛର କାରଣ କିଛି କହି ନାହିଁ। ତେବେ ଅନ୍ୟ ଦେଶ ଗୁଡ଼ିକରେ ଉବେର ଇଟସର ଚାହିଦା ରହିଥିବାରୁ ସେହି ଦେଶରେ ଉବେର ନିଜର ବ୍ୟବସାୟ ଜାରି ରଖିବ ବୋଲି ଜଣାପଡ଼ିଛି।

ପଢନ୍ତୁ: ଏକ ନମ୍ବର ମାର୍କେଟ ବାହାରେ ବାଇକ ପାର୍କିଂ ମନା

ସମ୍ବନ୍ଧିତ ଖବର

ଦିଲ୍ଲୀ ନିର୍ବାଚନରେ ପୁଣି ବାଜି ମାରିନେଲା ଆପ୍‌

Ratnamani Maharana

ଏପ୍ରିଲ୍‌ ୨୮ ଦିନ ନିରାପଦରେ ପୃଥିବୀ ଅତିକ୍ରମ କରିବ ପ୍ରକାଣ୍ଡ ଗ୍ରହାଣୁ

Ratnamani Maharana

ମାର୍ଚ୍ଚ ୨୨ରୁ ୨୯ ପର୍ଯ୍ୟନ୍ତ ଭାରତରେ ମନା ଅନ୍ତରାଷ୍ଟ୍ରୀୟ ବିମାନ

Ratnamani Maharana

ଜାନୁଆରି ୪ରୁ ହେବାକୁ ଯାଉଛି ସ୍ୱଚ୍ଛ ସର୍ବେକ୍ଷଣ-୨୦୨୦

Ratnamani Maharana

କାରୋନା ଭାଇରସ ପାଇଁ ଚୀନକୁ ବନ୍ଦ ହେଲା ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋ ଚଳାଚଳ

Ratnamani Maharana

ଖୁବଶୀଘ୍ର ବଜାରରେ ମିଳିବ ନୂଆ ଟଙ୍କିକିଆ ନୋଟ

Ratnamani Maharana