EnewsOdia.Com

ସ୍ଥଗିତ ହେଲା ଜାତୀୟ ନାଗରିକ ପଞ୍ଜୀକରଣ ଯୋଜନା

ବ୍ୟାପକ ବିରୋଧ ଏବଂ ହିଂସାକାଣ୍ଡ ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ବର୍ତମାନ ପାଇଁ ବିବାଦୀୟ ଏନ୍‌ଆର୍‌ସି ବା ଜାତୀୟ ନାଗରିକ ପଞ୍ଜୀକରଣ ଯୋଜନାରୁ ଓହରି ଯାଇଥିବାର ସୂଚନା ମିଳିଛି। ତେବେ ଦେଶବ୍ୟାପୀ ଏହାକୁ ନେଇ ଲାଗି ରହିଥିବା ଅସନ୍ତୋଷ ଓ ଅଶାନ୍ତିକୁ ଦୃଷ୍ଟିରେ ରଖି ଏହି ଯୋଜନାକୁ ସ୍ଥଗିତ ରଖାଯାଇଛି। ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ମଧ୍ୟ ଏଭଳି ସୂଚନା ମିଳିଛି। ବିଭିନ୍ନ ଗଣମାଧ୍ୟମ ଜରିଆରେ ବିଜ୍ଞାପନ ଦେଇ ସରକାର କହିଛନ୍ତି ଯେ ଦେଶବ୍ୟାପୀ ଏନଆରସି ଲାଗୁ କରିବାକୁ ଘୋଷଣା କରାଯାଇ ନାହିଁ। ଯେତେବେଳେ ଘୋଷଣା କରାଯିବ ସେତେବେଳେ ଏପରି ନିୟମ ଏବଂ ନିର୍ଦେଶାବଳୀ ପ୍ରସ୍ତୁତ କରାଯିବ ଯାହା ଫଳରେ କୌଣସି ଭାରତୀୟ ନାଗରିକ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ।

ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏନେଇ ନୂଆଦିଲ୍ଲୀ ରାଲିରେ ଇଙ୍ଗିତ କରିଥିଲେ। ସେ କହିଥିଲେ ‌ଯେ ଏନ୍‌ଆର୍‌ସିକୁ ନେଇ ଜାଣିଶୁଣି ବିଭ୍ରାନ୍ତି ସୃଷ୍ଟି କରାଯାଉଛି। ଏବେ ସରକାର ଏହି ପ୍ରସଙ୍ଗରେ ଆଲୋଚନା କରୁ ନାହାନ୍ତି। ଏନ୍‌ଆର୍‌ସିକୁ ନାଗରିକତା ସଂଶୋଧନ ଆଇନ (ସିଏଏ) ସହ ଯେପରି ଯୋଡ଼ାଯାଉଛି ତାହାର ‌ସେ ନିନ୍ଦା କରିଥିଲେ। ସେ ଆହୁରି କହିଥିଲେ ଯେ ଏସବୁ ଆଇନର ଭାରତୀୟ ମୁସଲମାନ ନାଗରିକର କୌଣସି ସଂପର୍କ ନାହିଁ।
ପଢନ୍ତୁ: ଆସନ୍ତାକାଲି ବଡ଼ଦିନ : ଆଜି ମଧ୍ୟରାତ୍ରୀରେ ଜନ୍ମନେବେ ପ୍ରଭୁ ଯିଶୁ

ସମ୍ବନ୍ଧିତ ଖବର

ବିବାହ ବନ୍ଧନରେ ବାନ୍ଧିହେବେ ସାଉଥ ସୁପରଷ୍ଟାର ନିତୀନ

Ratnamani Maharana

ପ୍ରେମିକାକୁ ଧୋକା ଦେଉଥିଲା ପ୍ରେମିକ, ଧରା ପକାଇଲା ଫିଟନେସ୍ ୱାଚ୍

Ratnamani Maharana

ଅଯୋଧ୍ୟା ଟ୍ରଷ୍ଟ୍‌କୁ ୧ ଟଙ୍କା ଦେଲେ ସରକାର

Ratnamani Maharana

ଘରେ ବସି କରନ୍ତୁ ପାନ୍‌ କାର୍ଡ କରେକସନ୍‌

Ratnamani Maharana

ବଜ୍ରକାପ୍ତାରୁ ବ୍ୟାପୁଛି କରୋନା ଭାଇରସ୍‌ !

Ratnamani Maharana

କରୋନା ପାଇଁ ଫେସବୁକ୍‌ ଦେଉଛି ୭୪ ହଜାର ଟଙ୍କାର ବୋନସ୍‌

Ratnamani Maharana