News

ରାଜଧାନୀ ଦିଲ୍ଲୀ ର ପ୍ରଦୂଷଣକୁ ରୋକିବା ପାଇଁ ସରକାରଙ୍କ ନୂତନ ନିସ୍ପତି

ରାଜଧାନୀ ଦିଲ୍ଲୀ ର ପ୍ରଦୂଷଣକୁ ରୋକିବା ପାଇଁ ସରକାରଙ୍କ ନୂତନ ନିସ୍ପତି

ରାଜଧାନୀ ଦିଲ୍ଲୀ ତଥା ଏହାର ଆଖ ପାଖ ଅଞ୍ଚଳର ପ୍ରଦୂଷଣ ସରକାରଙ୍କ ଚିନ୍ତା ବଢାଇ ଦେଇଛି । ଏହାକୁ ରୋକିବା ପାଇଁ ଏହି ନଡାପାଳକୁ କୃଷକଙ୍କଠାରୁ ଟନ ପିଛା ୫ହଜାର ୫ଶହ ଟଙ୍କାରେ କ୍ରୟ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଏନଟିପିସି ପଞ୍ଜାବ, ଉତ୍ତରପ୍ରଦେଶ ଓ ହରିୟାନା ଭଳି ରାଜ୍ୟର ଚାଷୀଙ୍କଠାରୁ ନଡାପାଳ ସଂଗ୍ରହ କରିବା ପରେ ଏହାକୁ କୋଇଲା ସହିତ ମିଶାଇ ଇନ୍ଧନ ଭାବେ ବ୍ୟବହାର କରିବ । ଏହି ପ୍ରକ୍ରିୟା ଆରମ୍ଭ କରିବାକୁ କେନ୍ଦ୍ର ଶକ୍ତି ମନ୍ତ୍ରାଳୟ ଗୁରୁତ୍ୱ ଦେଇଛି ।

ନଡାପାଳ କିଣିବା ପାଇଁ ଖୁବଶୀଘ୍ର ବିଜ୍ଞପ୍ତି ଜାରି ହେବ । କୃଷକମାନେ ଫସଲ ଅମଳ ପରେ କ୍ଷେତରେ ଅବଶିଷ୍ଟ ନଡାପାଳ ଜାଳି ଦେଉଥିବାରୁ ଏହା ରାଜଧାନୀ ଦିଲ୍ଲୀ ତଥା ଏହାର ଆଖ ପାଖ ଅଞ୍ଚଳର ପ୍ରଦୂଷଣର କାରଣ ହେଉଛି ।

ଗୋଟିଏ ଏକର କ୍ଷେତରୁ ପ୍ରାୟ ୨ଟନ ନଡାପାଳ ବାହାରିଥାଏ । ସରକାରଙ୍କ ଏହି ଯୋଜାନରେ କୃଷକ ମାନେ ବେଶ ଲାଭ ପାଇପାରିବେ ଏବଂ ପ୍ରଦୂଷଣ ରୋକିବା ଦିଗରେ ମଧ୍ୟ ଏହା ସହାୟକ ହେବ ।

ରାଜଧାନୀ ଦିଲ୍ଲୀ ର ପ୍ରଦୂଷଣକୁ ରୋକିବା ପାଇଁ ସରକାରଙ୍କ ନୂତନ ନିସ୍ପତି

ପଢନ୍ତୁ, ମାଦକଦ୍ରବ୍ୟ ଭାବେ ବ୍ୟବହୃତ ଭାଙ୍ଗ ବୃକ୍ଷରେ ମଧ୍ୟ ଲୁଚିରହିଛି ଅନେକ ଔଷଧୀୟ ଗୁଣ

Related posts

ସିବିଆଇର ପୂର୍ବ ଅନ୍ତରୀଣ ନିର୍ଦେଶକ ନାଗେଶ୍ଵର ରାଓଙ୍କୁ ସୁପ୍ରୀମକୋର୍ଟଙ୍କ କଡା ଭର୍ତ୍ସନା

ENO Beuro

ମହାରାଷ୍ଟ୍ର ଖଣ୍ଡାଲାରେ ଦୁର୍ଘଟଣା: ବ୍ୟାରିକେଡରେ ପିଟିହେଲା ମିନିଟ୍ରକ୍‌ ୧୭ ମୃତ

ENO Beuro

ଏବେ ମଣିଷ ଖାଇବେ ପଶୁମାନଙ୍କ ଔଷଧ, ଯାଣନ୍ତୁ ଏହି ଘଟଣା ବିଷୟରେ

ENO Beuro

Leave a Comment