Loading...

ଫ୍ଲାଟ ବିକ୍ରି ହେରଫେର ମାମଲାରେ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ରେ ‘ଟିଏମ୍‌ସି’ ସାଂସଦ ନୁସ୍‌ରତ୍‌ ଜହାଁ

ଫ୍ଲାଟ ବିକ୍ରି ହେରଫେର ମାମଲାରେ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ରେ ‘ଟିଏମ୍‌ସି’ ସାଂସଦ ନୁସ୍‌ରତ୍‌ ଜହାଁ

ଫ୍ଲାଟ ବିକ୍ରିରେ କୋଟି କୋଟି ଟଙ୍କା ଠକେଇ ମାମଲାରେ ତୃଣମୂଳ କଂଗ୍ରେସ ସାଂସଦ ନୁସରତ ଜାହାନ ଇଡି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି।

ଫ୍ଲାଟ ବିକ୍ରିରେ କୋଟି କୋଟି ଟଙ୍କା ଠକେଇ ମାମଲାରେ ତୃଣମୂଳ କଂଗ୍ରେସ ସାଂସଦ ନୁସରତ ଜାହାନ ଇଡି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ମଙ୍ଗଳବାର ସକାଳେ ସଲ୍ଟ ହ୍ରଦର ସିଜିଓ କମ୍ପ୍ଲେକ୍ସରେ ଇଡି ଅଧିକାରୀ ନୁସରତ ଜାହାନଙ୍କୁ ପଚରାଉଚରା କରାଯାଉଛି।‘ନିୟୁ ଟାଉନ୍‌ ଅଫ୍‌ କୋଲ୍‌କାତା’ରେ କେତୋଟି ଫ୍ଲାଟ୍‌ ଦେବ ବୋଲି ପ୍ରତିଶ୍ରୁତି ଦେଇ ଏକ ରିୟଲ ଇଷ୍ଟେଟ୍‌ କମ୍ପାନି ଠକିଛି ବୋଲି ଦଳେ ବରିଷ୍ଠ ନାଗରିକ ଅଭିଯୋଗ ଫାଇଲ କରିବାରୁ ସାଂସଦ ତଥା ବଙ୍ଗୀୟ ଚଳଚ୍ଚିତ୍ର ଅଭିନେତ୍ରୀ ଜହାଁଙ୍କ ନାଁରେ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ମାମଲା ରୁଜୁ କରିଥିଲା ବୋଲି ‘ପିଟିଆଇ’ରିପୋର୍ଟ କରିଛି।

ସୂଚନାନୁସାରେ, ୨୦୧୪-୧୫ ମସିହାରେ ୪୦୦ ରୁ ଅଧିକ ବରିଷ୍ଠ ନାଗରିକ ଏକ କମ୍ପାନୀରେ ଟଙ୍କା ଜମା କରିଥିଲେ। ଏହି ସମୟ ମଧ୍ୟରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଠାରୁ ୫.୫ ଲକ୍ଷ ଟଙ୍କା ନିଆଯାଇଥିଲା ଏବଂ ସେମାନଙ୍କୁ ପ୍ରତିବଦଳରେ ୧୦୦୦ ବର୍ଗଫୁଟ ଫ୍ଲାଟ ପ୍ରତିଶୃତି ଦିଆଯାଇଥିଲା। ହେଲା ଏହା କରାଯାଇ ନଥିଲା ଏବଂ ଫ୍ଲାଟ କେହି ପାଇ ନଥିଲେ କିମ୍ବା ଟଙ୍କା ଫେରସ୍ତ ହୋଇନଥିଲା। ସେହି ସମୟରେ ନୁସରତ ଜାହାନ କମ୍ପାନୀର ଏକମାତ୍ର ନିର୍ଦ୍ଦେଶକ ଥିଲେ। ଏହି ପରିପ୍ରେକ୍ଷୀରେ ବିଜେପି ନେତା ଶଙ୍କୁଦେବ ଇଡି କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ, ଏହା ପରେ ଇଡି ନୁସରତଙ୍କ ଉପରେ କଡାକଡି କରିବା ଆରମ୍ଭ କରିଥିଲା। ତେବେ ସେ ଏପରି କୌଣସି କମ୍ପାନୀ ସହ ଜଡିତ ନୁହଁନ୍ତି ଏବଂ ମାମଲାର ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ନୁସରତ ଦାବି କରିଛନ୍ତି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.