EnewsOdia.Com

ବ୍ରେନ୍ ଷ୍ଟ୍ରୋକ୍ ର ବିପଦକୁ କମ୍ କରିଥାଏ ଓଟ୍ସ

ନିୟମିତ ଜଳଖିଆରେ ଓଟ୍ସ ସେବନ କରିବା ଦ୍ୱାରା ବ୍ରେନ୍ ଷ୍ଟ୍ରୋକ୍ ର ବିପଦ କମ୍ ହୋଇଥାଏ । ପୂର୍ବରୁ ହୋଇଥିବା ଗବେଷଣା ଅନୁଯାୟୀ ଓଟ୍ସ ଦ୍ୱାରା ବ୍ରେନ୍ ଷ୍ଟ୍ରୋକ୍ ହେବାର ସମ୍ଭାବନା କମ୍ ଥାଏ । କିନ୍ତୁ ବର୍ତ୍ତମାନ ହୋଇଥିବା ଗବେଷଣାରୁ ଜଣାପଡିଛି କି ସାଧାରଣତଃ ଜଳଖିଆ ଖାଉଥିବା ଅଣ୍ଡା , ଦହି ଓ ବ୍ରେଡ୍ ଠାରୁ ଅଧିକ ଲାଭକାରୀ ଓଟ୍ସ ।

ଡେନମାର୍କରେ ୫୫ ହଜାର ବୟସ୍କ ଲୋକଙ୍କୁ ନେଇ ଗବେଷଣା କରାଯାଇଥିଲା । ସମସ୍ତଙ୍କ ବୟସ ପ୍ରାୟତଃ ୫୬ ବର୍ଷ ରହିଥିଲା । ସେମାନଙ୍କ ମଧ୍ୟରେ ବ୍ରେନ୍ ଷ୍ଟ୍ରୋକ୍ ର କୌଣସି ଇତିହାସ ନଥିଲା । ଆରମ୍ଭରୁ ପ୍ରତ୍ୟେକ ସପ୍ତାହରେ ପ୍ରତେିଯୋଗୀଙ୍କୁ ୨.୧ ସର୍ଭିଙ୍ଗ ଅଣ୍ଡା, ୩ ସର୍ଭିଙ୍ଗ ଧଳା ବ୍ରେଡ୍,୧ ସର୍ଭିଙ୍ଗ ଦହି ଏବଂ ୦.୧ ସର୍ଭିଙ୍ଗ ଓଟ୍ସ ଦିଆଯାଇଥିଲା । ଗବେଷକମାନେ ପ୍ରତିଯୋଗୀ ମାନଙ୍କୁ ୧୩ ବର୍ଷ ପର୍ଯ୍ୟନ୍ତ ଦେଖାରଖା କରୁଥିଲେ । ଏହି ଅବସରରେ ୨,୨୬୦ ଲୋକ ବ୍ରେନ୍ ଷ୍ଟ୍ରୋକ୍ ର ଶିକାର ହୋଇଥିଲେ । ଯେଉଁ ଲୋକମାନେ ଅଣ୍ଡା କିମ୍ବା ଧଳା ବ୍ରେଡ୍ ର ଏକ ସର୍ଭିଙ୍ଗ ସ୍ଥାନରେ ଓଟ୍ସ ସେବନ କରିଥିଲେ , ସେମାନଙ୍କଠାରେ ବ୍ରେନ୍ ଷ୍ଟ୍ରୋକ୍ ର ବିପଦ ୪ ପ୍ରତିଶତ କମ୍ ରହିଥିଲା । ସେହିପରି ଯେଉଁମାନେ ଦହି ସେବନ କରିଥିଲେ ସେମାନଙ୍କଠାରେ ବ୍ରେନ୍ ଷ୍ଟ୍ରୋକ୍ ର କୌଣସି ପ୍ରଭାବ ପଡିନଥିଲା ।

ୟୁନିଭରସିଟି ଇନ୍ ଡେନମାର୍କର ଗବେଷକ କ୍ରିଷ୍ଟିନା ଦହନ କହିଛନ୍ତି,ଗବେଷଣାରୁ ଜଣାପଡିଛି କି ଯଦି ଆପଣ ଜଳିଖିଆରେ ଅଧିକ ଅଣ୍ଡା ଏବଂ ଧଳା ବ୍ରେଡ୍ ବଦଳରେ ଓଟ୍ସ ସେବନ କରିବେ , ଲୋକଙ୍କ ଠାରେ ବ୍ରେନ୍ ଷ୍ଟ୍ରୋକ୍ ର ବିପଦ କମ୍ ହେବ ।

ସେ ଆହୁରୀ ମଧ୍ୟ କହିଛନ୍ତି କି, ରକ୍ତ ଜମାଟ ବାନ୍ଧିବା ଦ୍ୱାରା ବ୍ରେନ୍ ଷ୍ଟ୍ରୋକ୍ ହୋଇଥାଏ । ଶରୀରରେ ଉପସ୍ଥିତ କୋଲେଷ୍ଟ୍ରଲର ମାତ୍ରାକୁ କମ୍ କରିଥାଏ ଓଟ୍ସ । ଇସ୍କେମିକ୍ ବ୍ରେନ୍ ଷ୍ଟ୍ରୋକର ପ୍ରମୁଖ କାରଣ ହୋଇଥାଏ କୋଲେଷ୍ଟ୍ରଲ । ଇତିମଧ୍ୟରେ ଯଦି ନିୟମିତ ଓଟ୍ସ ସେବନ କରିବେ ତେବେ କୋଲେଷ୍ଟ୍ରଲର ସ୍ତର କମ୍ ହୁଏ ଏବଂ ବ୍ରେନ୍ ଷ୍ଟ୍ରୋକ୍ ର ବିପଦ କମିଥାଏ ।

କଣ କହୁଛନ୍ତି ବିଶେଷଜ୍ଞ: ବ୍ରେନ୍ ଷ୍ଟ୍ରୋକ୍ ର ବିପଦକୁ କମ କରିବା ପାଇଁ ଆମେରିକାନ୍ ହାର୍ଟ ଆସୋସିଏସନ୍ ପକ୍ଷରୁ ଧୂମ୍ରପାନ ନକରିବା, ନିୟମିତ ବ୍ୟାୟମ କରିବା, ଓଜନ, ରକ୍ତଚାପ, କୋଲେଷ୍ଟ୍ରଲ ଓ ରକ୍ତ ସର୍କରାର ସ୍ତର ଉପରେ ନିୟନ୍ତ୍ରଣ ରଖିବା ପାଇଁ ପରାମର୍ଶ ଦିଆଯାଇଛି । ସେହିପରି ଭୋଜନରେ ଡାଲି , ଫଳ, ପନିବରିବା ଆଦି ଖାଇବା ପାଇଁ କୁହାଯାଇଛି ।

ପଢନ୍ତୁ: ବିନା ପେସକ୍ରିପସନରେ ଔଷଧ ଖାଉଛନ୍ତି କି, ତାହାଲେ ହୋଇଯାନ୍ତୁ ସାବଧାନ

ସମ୍ବନ୍ଧିତ ଖବର

ଓଜନ ଏବଂ ମଧୁମେହ ରୋଗକୁ ନିୟନ୍ତ୍ରଣରେ ରଖେ ଏହି ପରିବା

Ratnamani Maharana

ଜାଣନ୍ତୁ ଶୀତ ଦିନେ ମାଛ ଖାଇବାର କେତୋଟି ଫାଇଦା ସମ୍ପର୍କରେ

Ratnamani Maharana

ଜାଣନ୍ତୁ ଶୀତ ଦିନେ କେମିତି କରିବେ ଡାଇବେଟିସର ସାମ୍ନା

Ratnamani Maharana

ତ୍ୱଚା ସମସ୍ୟାକୁ ଦୂର କରି ଚେହେରାକୁ ଚମକାଇବାରେ ସାହାଯ୍ୟ କରେ କର୍ପୂର

Ratnamani Maharana

କାଇଁଚ ମୂଳରୁ ଭଲ କରିଥାଏ ଶରୀରର ଏହି ସବୁ ରୋଗ

Ratnamani Maharana

ଶରୀରରୁ ହୋଲି ରଙ୍ଗ ଛଡ଼ାଇବାର ଜବରଦସ୍ତ ଫର୍ମୁଲା

Ratnamani Maharana