SPORTS

ସେପ୍ଟେମ୍ବର ୨୭ରେ ଓସିଏ ନିର୍ବାଚନ

Oca

ବିସିସିଆଇ ତଥା ରାଜ୍ୟ କ୍ରିକେଟ ଆସୋସିଏସନ୍‌ର ନିର୍ବାଚନ ପ୍ରସଙ୍ଗରେ ବିସିସିଆଇର ପ୍ରଶାସକ କମିଟି (ସିଓଏ) ଶୁକ୍ରବାର ନିର୍ଦେଶନାମା ଜାରିକରିବା ପରେ ଓଡ଼ିଶା କ୍ରିକେଟ ଆସୋସିଏସନ୍ (ଓସିଏ) ତା’ର ନିର୍ବାଚନ ପ୍ରକ୍ରିୟାକୁ ପଛୁଆ କରିବାକୁ ବାଧ୍ୟକରିଛି। ଶନିବାର ଓସିଏ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ ସେପ୍ଟେମ୍ବର ୨୭ରେ ଏହାର ନିର୍ବାଚନ ଅନୁଷ୍ଠିତ ହେବ। ଏହିଦିନ ଓସିଏ ସମ୍ମିଳନୀ କକ୍ଷରେ ଓସିଏର ସ୍ବତନ୍ତ୍ର ସାଧାରଣ ପରିଷଦ ବୈଠକ (ଏସ୍‌ଜିଏମ୍‌)ପୂର୍ବାହ୍ନ ୧୧ଟାରେ ଅନୁଷ୍ଠିତ ହେବ ଏବଂ ୬ଟି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏହି ୬ଟି ପଦ ହେଲା ସଭାପତି, ଉପସଭାପତି, ସମ୍ପାଦକ, ଯୁଗ୍ମସମ୍ପାଦକ, କୋଷାଧ୍ୟକ୍ଷ ଓ ଆପେକ୍ସ କାଉନ୍‌ସିଲ ସଦସ୍ୟ।

ସେପ୍ଟେମ୍ବର ୨୦ରେ ଏହି ୬ଟି ପଦ ପାଇଁ ପାର୍ଥିପତ୍ର ଦାଖଲ କରାଯିବ। ୨୧ରେ ପ୍ରାର୍ଥିପତ୍ରରେ ଯାଞ୍ଚ କରାଯିବ। ୨୨ ତାରିଖ ପାର୍ଥିପତ୍ର ପ୍ରତ୍ୟାହାରର ଶେଷତାରିଖ ରହିଛି। ୨୭ରେ ହେବାକୁ ଥିବା ଏସ୍‌ଜିଏମ୍‌ରେ ଉପରୋକ୍ତ ୫ଜଣ କର୍ମକର୍ତ୍ତା ନିର୍ବାଚନ ହେବ। ମତଦାନ ପରେ ଏହାର ଗଣନା, ଫଳାଫଳ ପ୍ରକାଶ ଓ ନିର୍ବାଚନ ପ୍ରକିୟା ସେପ୍ଟେମ୍ବର ୨୭ରେ ହିଁ ସମାପ୍ତ ହେବ। ସେହିଦିନ କିମ୍ବା ସେପ୍ଟେମ୍ବର ୨୮ରେ ବିସିସିଆଇର ନିର୍ବାଚନ ଲାଗି ଓସିଏ ତା’ର ପ୍ରତନିଧିଙ୍କ ନାମ ପଠାଇବ।

ପଢନ୍ତୁ:ବର୍ଷକୁ ୧୦ କୋଟି ଟଙ୍କା ବେତନ ପାଇବେ ରବି ଶାସ୍ତ୍ରୀ

Related posts

ହକି ବିଶ୍ଵ ଲିଗ ଫାଇନାଲ ପାଇଁ ଭାରତୀୟ ହକି ଦଳକୁ ସ୍ଵାଗତ କଲା ରାଜଧାନୀ

ENO Beuro

ପଞ୍ଚମ ଦିନିକିଆରେ ଅଷ୍ଟ୍ରେଲିଆ ବିଜୟ: ପରାଜୟ ସହ ସିରିଜ ହାରିଲା ଟିମ୍ ଇଣ୍ଡିଆ

Ratnamani Moharana

ଅଲ୍‌ ଇଂଲଣ୍ଡ ଓପନ ବ୍ୟାଡ୍‌ମିଣ୍ଟନ୍‌: ସାଇନା, ଶ୍ରୀକାନ୍ତଙ୍କ ଅଭିଯାନ ଶେଷ

ENO Beuro

Leave a Comment