Loading...

ଏଣିକି ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ୩ ନୁହେଁ ୪ ସୁଯୋଗ ପାଇବେ ଆଶାୟୀ

ଏଣିକି ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ୩ ନୁହେଁ ୪ ସୁଯୋଗ ପାଇବେ ଆଶାୟୀ

ଓଡ଼ିଶା ପ୍ରଶାସନିକ ସେବା(ଓସିଏସ୍‌) ପାଇଁ ପ୍ରସ୍ତୁତ ହେଉଥିବା ବୟସ୍କ ପରୀକ୍ଷାର୍ଥୀଙ୍କ ପାଇଁ ଖୁସି ଖବର। ଆଶାୟୀଙ୍କୁ ପୁଣିଥରେ ସୁଯୋଗ ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

ଓଡ଼ିଶା ପ୍ରଶାସନିକ ସେବା(ଓସିଏସ୍‌) ପାଇଁ ପ୍ରସ୍ତୁତ ହେଉଥିବା ବୟସ୍କ ପରୀକ୍ଷାର୍ଥୀଙ୍କ ପାଇଁ ଖୁସି ଖବର। ଆଶାୟୀଙ୍କୁ ପୁଣିଥରେ ସୁଯୋଗ ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ୩ଟି ସୁଯୋଗ ସରିଥିଲେ ମଧ୍ୟ ପରୀକ୍ଷାର୍ଥୀଙ୍କୁ ଆଉ ଥରେ ପରୀକ୍ଷା ଦେବାକୁ ସୁଯୋଗ ଦିଆଯିବ। ୨୦୧୯, ୨୦୨୦ ଓ ୨୦୨୧ର ପରୀକ୍ଷାର୍ଥୀଙ୍କ ପାଇଁ ବୟସ ସୀମା କୋହଳ କରାଯାଇଛି। ଅର୍ଥାତ୍ ଓସିଏସ୍‌ ଅଂଶଗ୍ରହଣ ହେଉ କି ନିର୍ଦ୍ଧାରିତ ବୟସ ସୀମା ଅତିକ୍ରମ କରିଥିବାରୁ ଯେଉଁ ଆଶାୟୀମାନେ ୨୦୨୨ ଓସିଏସ ପରୀକ୍ଷା ଦେବାରୁ ବଞ୍ଚିତ ହେଉଥିଲେ, ସେମାନେ ଏଥର ପରୀକ୍ଷାରେ ଭାଗ ନେଇପାରିବେ।ଓସିଏସ୍‌ ପରୀକ୍ଷାରେ ପୁଣିଥରେ ସୁଯୋଗ ଦେବାକୁ ବହୁ ଆଶାୟୀ ସରକାରଙ୍କୁ ଅନୁରୋଧ କରି ସ୍ମାରକପତ୍ର ଦେବା ପରେ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଚଳିତ ବର୍ଷଠାରୁ ପ୍ରଥମ ଥର ପାଇଁ ଓଡ଼ିଆ ଭାଷାରେ ଓସିଏସ୍‌ ପରୀକ୍ଷା ଅନୁଷ୍ଠିତ ହେବ। ରାଜ୍ୟ ସରକାର ନିୟମ କୋହଳ କରିଥିବାରୁ ଗ୍ରାମାଞ୍ଚଳର ବହୁ ଆଶାୟୀ ଉପକୃତ ହେବେ ବୋଲି ଶିକ୍ଷାବିତ୍‌ମାନେ ମତପ୍ରକାଶ କରିଛନ୍ତି। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.