Entertainment

ଏହି ଧାରାବାହିକରେ ନଜର ଆସିବେ ଲୋକପ୍ରିୟ ନାୟକ ଋଷି

By Krishna Kumar Manoj

February 20, 2018

ଖୁବ ଶୀଘ୍ର ଓଲିଉଡରେ ଡେବୁ କରିବେ ଋଷି

ଛୋଟ ପରଦାର ସେ ଜଣେ ଲୋକପ୍ରିୟ ନାୟକ । ଏଠାରେ ଯେଉଁ ନାୟକଙ୍କ କଥା କୁହାଯାଉଛି ସେ ହେଲେ ଋଷି । ଏହି ନାୟକ ନଜର ଆସିଥିଲେ ତରଙ୍ଗ ଚାନେଲରେ ପ୍ରସାରିତ ମେଗା ଧାରାବାହିକ ‘ଶଙ୍ଖା ସିନ୍ଦୁର’ରେ । ଏଥିରେ ଦର୍ଶକ ତାଙ୍କୁ ଖୁବ୍‌ ପସନ୍ଦ କରିଥିଲେ । ଏଥିରେ ଋଷିଙ୍କ ବିପକ୍ଷରେ ନଜର ଆସିଥିଲେ ସୁଲଗ୍ନା । ‘ତୋ’ ପାଇଁ ମୁଁ’ରେ ଋଷିଙ୍କୁ ଦର୍ଶକ ଖୁବ୍‌ ଶୀଘ୍ର ଖୁବ ଶୀଘ୍ର ନାୟକ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ । ଏଥିରେ ନାୟିକା ଭୂମିକାରେ ନଜର ଆସିବେ ଦେବସ୍ମିତା।ଏହା ଜି ସାର୍ଥକ ଚାନେଲରେ ପ୍ରସାରିତ ହେବ ।

ଋଷିଙ୍କୁ ଖୁବ୍‌ ଶୀଘ୍ର ଓଲିଉଡରେ ନାୟକ ଭୂମିକାରେ ଦେଖିବାକୁ ପାଇବେ ତାହା ହେଲା ତୋର ମୋର ପ୍ରେମ କାହାଣୀ ସିନେମାରେ ।ଏଥିରେ ତାଙ୍କ ଚରିତ୍ରଟି ଏପରି ଯେ ତାଙ୍କୁ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ଆଉ ଜଣଙ୍କୁ ବାହା ହେବାକୁ ପଡ଼ୁଛି । ତେବେ ତାଙ୍କ ସ୍ତ୍ରୀଙ୍କର କେମିତ ନିଧନ ହେଲା ଏବଂ ଦ୍ୱିତୀୟ ବିବାହ କାହିଁକି କରିବାକୁ ପଡ଼ିଲା ତାହା ତୋର ମୋର ପ୍ରେମ କାହାଣୀ ରିଲିଜ୍‌ ହେବାପରେ ଆପଣମାନେ ଜାଣି ପାରିବେ ।

ଏହି ସିନେମାରେ ଋଷିଙ୍କ ବିପକ୍ଷରେ ଜଣାଶୁଣା ଟେଲି ନାୟିକା ଲୀନା ଏବଂ ପ୍ରଜ୍ଞା ଅଛନ୍ତି । ଆଉ ଏ ଦୁହିଁଙ୍କ ମଧ୍ୟରୁ କିଏ ପ୍ରଥମ ଓ କିଏ ଦ୍ୱତୀୟ ପତ୍ନୀ ତାହା ମଧ୍ୟ ତୋର ମୋର ପ୍ରେମ କାହାଣୀ ରିଲିଜ୍‌ ହେବାପରେ ଆପଣମାନେ ଜାଣି ପାରିବେ ।

ପଢନ୍ତୁ ;

ମହୁକୁ ଏହି ଦ୍ରବ୍ୟ ସହ ମିଶାଇ ଖାଇଲେ କ’ଣ ହୁଏ ଆସନ୍ତୁ ଜାଣିବା