Celebs News

ଓଡ଼ିଆ ଅଭିନେତା ସୁନିଲ ନାୟକଙ୍କ ପରଲୋକ

Suniln

ଓଡିଆ ଧାରାବାହିକ ତଥା ସିନେ ଅଭିନେତା ସୁନିଲ ନାୟକଙ୍କର ପରଲୋକ ଘଟିଛି। ହୃଦଘାତରେ ସୁନିଲଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ୍ୟୁ ବେଳକୁ ତାଙ୍କୁ ୪୯ବର୍ଷ ହୋଇଥିଲା। ମଙ୍ଗଳବାର ଏକ କମେଡି ଧାରାବାହିକର ସୁଟିଂ ଚାଲିଥିବା ସେ ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ  କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ସୁନୀଲଙ୍କୁ ମୃତ ଘୋଷଣା କରିଥିଲେ।

ଅଭିନେତା ସୁନୀଲ ଓରଫ ଦିନୁ କଟକସ୍ଥିତ ସତୀଚଉରାଠାରେ ଜନ୍ମଗ୍ରହଣ କରିଥିଲେ। ସେ ସିନ୍ଦୁର ବିନ୍ଦୁ, ପୁଣି ଗଡବଡ, ଜେଜେମା, ତରଙ୍ଗ ପିକନିକ ପ୍ରଭୁତି ଅନେକ ଧାରାବାହିକରେ ହାସ୍ୟାଭିନେତା   ଭାବେ ନିଖୁଣ ଅଭିନୟ କରିଥିଲେ। ସେ ଚଳଚିତ୍ର ଏକ୍ସକ୍ୟୁଜ ମିରେ ମଧ୍ୟ ଅଭିନୟ କରିଥିଲେ। ସେ ପରାୟ ୧୦ରୁ ଅଧିକ ଚଳଚିତ୍ରରେ ହାସ୍ୟଭିନେତା ଭାବେ ଅଭିନୟ କରିସାରିଛନ୍ତି। ବହୁ ଟେଲି କଳାକାର ତାଙ୍କର ଅନ୍ତିମ ଦର୍ଶନ କରିଛନ୍ତି। ସୁନୀଲଙ୍କ ମୃତ୍ୟୁକୁ ନେଇ ଓଡ଼ିଆ ଟେଲି ଓ ସିନେ ଜଗତରେ ଶୋକର ଛାୟା ଖେଳି ଯାଇଛି।

Di
Di

ପଢନ୍ତୁ: ରେକର୍ଡ ଧାରାରେ ପାରାଦୀପ ବନ୍ଦର

Related posts

Ollywood Stars Have Made Their Mark In Different Film Industries

ENO Beuro

କାନ୍ଦିଲେ ବୋନି କପୁର

ENO Beuro

Diptirekha Padhi Ollywood Singer Biography And Musical Journey

ENO Beuro

1 comment

କପିଲ୍‌ଙ୍କ ଶୋ’ରେ ଦୌଡ଼ ରାଣୀ ଦୂତୀ ଚାନ୍ଦ May 30, 2019 at 3:29 pm

[…] ଓଡ଼ିଆ ଅଭିନେତା ସୁନିଲ ନାୟକଙ୍କ ପରଲୋକ […]

Leave a Comment