20 C
Bhubaneswar
January 17, 2021
EnewsOdia.Com
ନ୍ୟୁଜ୍

ହୀରାକୁଦ ଡ୍ୟାମ୍‌ ନିଷିଦ୍ଧାଞ୍ଚଳରେ ଅଭିନେତ୍ରୀଙ୍କ ଭିଡିଓ ଭାଇରାଲ

ହୀରାକୁଦରେ ହିରୋଇନ୍ ।ହୀରାକୁଦ ଡ୍ୟାମକୁ କେହି ହିରୋଇନ୍‌ ବୁଲିଯିବାରେ କିଛି ଅସୁବିଧା ନାହିଁ ।କିନ୍ତୁ ଡ୍ୟାମ୍‌ର ନିଷିଦ୍ଧାଞ୍ଚଳର ଫଟୋ ଉଠାଇବା ସଂପୂର୍ଣ୍ଣ ବେଆଇନ ।ଆଉ ଏମିତି କାମ କିନ୍ତୁ କରିଛନ୍ତି ତିନିଜଣ ଓଲିଉଡ୍ ଅଭିନେତ୍ରୀ ।ତେବେ କେବଳ ହିରୋଇନ୍‌ ନୁହନ୍ତି ବରଂ ଜଣେ ମନ୍ତ୍ରୀଙ୍କ ଝିଅ ମଧ୍ୟ ଏହି ଭିଡିଓରେ ଅଛନ୍ତି ଯାହାକି ସୋସିଆଲ ମିଡିଆ ସାଇଟ୍‌ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରାଯାଇଛି ।ଯାହାକୁ ନେଇ କାଲିଠାରୁ ସବୁଆଡେ ଚର୍ଚା ଜୋର ଧରିଛି।

ମୁହଁଖୋଲିଲେ ଅଭିନେତ୍ରୀ

ଭିଡିଓ ଭାଇରାଲ୍‌ ଘଟଣାରେ ମୁହଁ ଖୋଲିଛନ୍ତି ଏଲିନା ସମନ୍ତରାୟ ଓ ପ୍ରକୃତି ମିଶ୍ର। ଏଲିନା କହିଛନ୍ତି, “ଭୁଲ୍ ହୋଇଛି, କିନ୍ତୁ ମୁଁ ଭୁଲ୍ କରିନି।ନିଷିଦ୍ଧାଞ୍ଚଳରେ ଭିଡିଓ କରାଯିବା ଭୁଲ୍, କିନ୍ତୁ ମୁଁ ସେ ଭୁଲ୍ କରିନି। କେବଳ ମୋତେ କ୍ୟାପ୍ଚର କରାଯିବା ବେଳେ ମୁଁ ସତର୍କ ନଥିଲି। ଏଣିକି ଯେବେ କେହି ମୋ ଭିଡିଓ କ୍ୟାପ୍ଚର କରିବେ, ମୁଁ ଧ୍ୟାନ ଦେବି।” ଏହା ସହିତ ପୁଲିସ୍‌ର ସମସ୍ତ ତଦନ୍ତକୁ ସାମ୍ନା କରିବେ ବୋଲି ଏଲିନା କହିଛନ୍ତି।

ଏପଟେ ପ୍ରକୃତି ଏହି ଘଟଣାରେ ତାଙ୍କ ଭୁଲ୍ ସ୍ୱୀକାର କରିବା ସହିତ କ୍ଷମା ବି ମାଗିଛନ୍ତି। ପ୍ରକୃତି କହିଛନ୍ତି, ଅନୁମତି ନେଇ ଯାଇଥିଲୁ, କିନ୍ତୁ ଜାଣିନଥିଲି ସେଠାରେ ଫଟୋ ଓ ଭିଡିଓ ରେକଡିଂ କରିବା ମନା ବୋଲି। ଆମେ ତ ଛୁଆମାନେ। ଖୁସିରେ ଫଟୋ ଉଠାଇ ଦେଇଥିଲି। ଭୁଲ ହୋଇଯାଇଛି। ଭବିଷ୍ୟତରେ ଏମିତି ଆଉ ହେବନି ବୋଲି ପ୍ରକୃତି କହିଛନ୍ତି। 

ସେହିପରି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅ ମଧ୍ୟ ସେହି ସ୍ଥନରେ ଥିବାରୁ ମନ୍ତ୍ରୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଭିଡିଓ ଦେଖିନି କି ଏ ବାବଦରେ ଜାଣି ନାହିଁ। ଯିଏ ଭିଡିଓରେ ଥଲା ତାକୁ ପଚାରନ୍ତୁ। ମୋ ଝିଅ ଗ୍ରୋନ୍ ଅପ୍ ଗାର୍ଲ। ଆଇନ ତା’ବାଟରେ ଯିବ, ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମନ୍ତ୍ରୀ କହିଛନ୍ତି।

ପଢନ୍ତୁ: ଲେଫ୍ଟନାଣ୍ଟ ଜେନେରାଲ ମନୋଜ ମୁକୁନ୍ଦ ନର୍ଭାନେ ହେବେ ଦେଶର ପରବର୍ତ୍ତୀ ସେନା ମୁଖ୍ୟ

Related posts

୩୧ ବର୍ଷରେ ପାଦ ଥାପିଲେ କ୍ୟାପଟେନ୍ କୋହଲି

Ratnamani Maharana

୫୫ ହଜାର ଟଙ୍କାରେ ନିଲାମ ହେଲା ଦେବୀଙ୍କୁ ସମର୍ପିତ ୪୦ କିଲୋଗ୍ରାମର ଦିବ୍ୟ ଲଡୁ

Ratnamani Maharana

ବଜ୍ରକାପ୍ତାରୁ ବ୍ୟାପୁଛି କରୋନା ଭାଇରସ୍‌ !

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More