SPORTS

‘ଆଇରନ୍‌ ମ୍ୟାନ୍‌’ ଟାଇଟଲ୍‌ ଜିତିଲେ ଓଡ଼ିଆ ପୁଅ

67101243 478839289342369 1928384537163726848 N

ଆଇରନ୍‌ମ୍ୟାନ୍‌’ ଏକ ଷ୍ଟଣ୍ଟ ଶୋ’ ପ୍ରତିଯୋଗିତା। ସୁଇଜରଲ୍ୟାଣ୍ଡର ଜୁରିଚ୍‌ଠାରେ ଆୟୋଜିତ ଏହି ପ୍ରତିଯୋଗିତାରେ ବିଶ୍ୱର ଅଧିକାଂଶ ଦେଶର ପ୍ରତିଯୋଗୀ ଅଂଶଗ୍ରହଣ କରିଥାନ୍ତି। ତେବେ ସୁଇଜରଲ୍ୟାଣ୍ଡର ‘ଆଇରନ୍‌ ମ୍ୟାନ୍‌ ଟାଇଟଲ୍‌’ ଜିତିଛନ୍ତି ଓଡ଼ିଆ ପୁଅ ଅଭିଷେକ ପଟ୍ଟଯୋଷୀ। ନିର୍ଦ୍ଧାରିତ ସମୟଠାରୁ ଏକ ଘଣ୍ଟା ପୂର୍ବରୁ ସମସ୍ତ ପ୍ରତିଯୋଗିତରେ ସଫଳତା ହାସଲ କରି ଏହି କୃତିତ୍ୱ ଅର୍ଜନ କରିଛନ୍ତି। ୧୮ ଘଣ୍ଟା ଭିତରେ ପ୍ରତିଯୋଗୀଙ୍କୁ ୩.୮ କିମି ସମୁଦ୍ର ଭିତରେ ସନ୍ତରଣ କରିବା, ୧୮୦ କିମି ସାଇକେଲ୍‌ ଚଳାଇବା ଓ ୪୨.୨ କିମି ଦୌଡ଼ିବାକୁ ପଡ଼ିଥାଏ। ତେବେ ସବୁ ପ୍ରତିଯୋଗିତାକୁ କଳାହାଣ୍ଡି ଜିଲ୍ଲାର ଅଭିଷେକ ନିର୍ଦ୍ଧାରିତ ସମୟଠାରୁ ପ୍ରାୟ ୧ ଘଣ୍ଟା ଆଗରୁ ଅର୍ଥାତ ୧୭ ଘଣ୍ଟାରେ ଶେଷ କରି ସେ ‘ଆଇରନ୍‌ ମ୍ୟାନ୍‌’ ଟାଇଟଲ୍‌ ହାସଲ କରିଛନ୍ତି।

ଅଭିଷେକ ହେଉଛନ୍ତି ଧର୍ମଗଡ଼ର ବରିଷ୍ଠ ଆଇନ୍‌ଜୀବୀ ମିହିର ରଞ୍ଜନ ପଟ୍ଟଯୋଷୀଙ୍କ ପୁଅ। ସେ ଭାରତର ସର୍ବ କନିଷ୍ଠ ପ୍ରତିଯୋଗୀ ଭାବେ ଏହି ଟାଇଟଲ୍‌ ହାସଲ କରି ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି। ଏଥିପାଇଁ ତାଙ୍କ ପାଖକୁ ଅଭିନନ୍ଦନର ସୁଅ ଛୁଟିଛି।
ପଢନ୍ତୁ: ସଂସଦରେ ମୋଦୀଙ୍କ କୁନି ସାଙ୍ଗ

Related posts

ପ୍ରଥମ ଦିନରେ ଭାରତ ୧୮୭ ରନରେ ଅଲ ଆଉଟ , ଦକ୍ଷିଣ ଆଫ୍ରିକା ୬/୧

ENO Beuro

୫ ମାସ ଲାଗି କ୍ରିକେଟରୁ ନିଲମ୍ବିତ ହେଲେ ୟୁସୁଫ ପଠାନ

ENO Beuro

୧୦-୦ ବିଜୟରୁ ଅଭିଯାନ ଆରମ୍ଭ କଲା ଭରତ

Ratnamani Moharana

Leave a Comment