EnewsOdia.Com

ମୁମ୍ବାଇରେ ଓଡ଼ିଆ ପୁଅ ନିର୍ମାଣ କରୁଛନ୍ତି ‘ସିଲଭର ଗାନ୍ଧୀ’

ସ୍ୱଚ୍ଛଭାରତର ଉଦ୍ଦେଶ୍ୟ ନେଇ ୭ଟି ରାଜ୍ୟରେ ପହଞ୍ଚି ବାର୍ତ୍ତା ଦେଇଛନ୍ତି ଓଡିଆ ପୁଅ ମୋହନ ମହାପାତ୍ର । ନିଜର ଏହି ମହତକାର୍ଯ୍ୟ ପାଇଁ ମୋହନଙ୍କୁ ରାଷ୍ଟ୍ରପତିଙ୍କଠୁ ନେଇ ପ୍ରଧାନମନ୍ତ୍ରୀ ପ୍ରଂଶସା କରିବା ସହ ମୋହନଙ୍କୁ ବିଭିନ୍ନ ସମ୍ମାନ ମିଳିିଛି ।ଏବେ ତାଙ୍କର ଜୀବନୀକୁ ନେଇ ନିର୍ଦ୍ଦେଶକ ଅବିନାଶ ନନ୍ଦ ପ୍ରସ୍ତୁତ କରୁଛନ୍ତି ଫିଲ୍ମ ‘ସିଲଭରଗାନ୍ଧୀ’ । ସାରାଦେଶରେ ସ୍ୱଚ୍ଛଭାରତ ବାର୍ତ୍ତା ବାଣ୍ଟି ଓଡିଆ ପୁଅ ମୋହନ ମହାପାତ୍ର ଚର୍ଚ୍ଚାରେ ରହିସାରିଛନ୍ତି ।

ଏଥିପାଇଁ ସେ କୌଣସି ଯାନବାହନର ସହାୟତା ନନେଇ କେବଳ ପଦଯାତ୍ରା କରି ସ୍ୱଚ୍ଛତାର ବାର୍ତ୍ତା ବାଣ୍ଟିଥିଲେ । ତାଙ୍କର ଏହି ମହତକାର୍ଯ୍ୟରେ ନିର୍ଦ୍ଦେଶକ ଅବିନାଶ ନନ୍ଦ ଅନୁପ୍ରାଣିତ ହୋଇଛନ୍ତି । ବଲିଉଡରେ ଓ ଆଡ ଫିଲ୍ମରେ ପ୍ରତିଷ୍ଠିତ ନିର୍ଦେଶକ ଅବିନାଶ ମୁମ୍ବାଇରେ ରହୁଥିଲେ ସୁଦ୍ଧା ସେ ମାଟି ସହ ଜଡିତ । ତେଣୁ ମୋହନଙ୍କ ଅଭିଯାନରେ ସେ ଅନୁପ୍ରାଣୀତ ହୋଇ ୱେବ ଫିଲ୍ମ ‘ସିଲଭର ଗାନ୍ଧୀ’ ନିର୍ମାଣ କରୁଛନ୍ତି । ଏବେ ଭୁବନେଶ୍ୱର ଓ କଟକରେ ଚାଲିଛି ଫିଲ୍ମର ସୁଟିଂ ।

ଆଗକୁ ଦିଲ୍ଲୀରେ ଆଉ କିଛି ଭାଗର ସୁଟିଂ ହେବ । ସିଲଭର ଗାନ୍ଧୀ ଭୁମିକାରେ ଛୋଟପରଦାର ଜଣାଶୁଣା ଲୋକପ୍ରିୟ ଚେହେରା ହିତେନ ତେଜୱାନୀଙ୍କ ଅଭିନୟ ରହିଛି । ହିତେନ ତେଜୱାନୀଙ୍କ ବିପକ୍ଷରେ ଅନନ୍ୟା ସିଂ ଗୁୁପ୍ତା ଫିମେଲ ଲିଡରେ ଅଭିନୟ କରିଛନ୍ତି । ପୂର୍ବରୁ ଅନେକ ବିଜ୍ଞାପନ ଓ ଫ୍ୟାଶନ ଶୋରେ ଅନନ୍ୟାଙ୍କୁ ଦେଖିବାକୁ ମିଳିଛି |

ପଢନ୍ତୁ: କେବିସିର କର୍ମବୀର ଅଧ୍ୟାୟରେ ଦୂତିଙ୍କ ସହ ସେହବାଗ

ସମ୍ବନ୍ଧିତ ଖବର

ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ‘ପାଟଣାଗଡ଼’

Ratnamani Maharana

ବଲିଉଡ୍‌ରେ ୫୦ ବର୍ଷ ପୂରଣ କଲେ ଅମିତାଭ

Ratnamani Maharana

ଭୁବନେଶ୍ୱରରେ ବଲିଉଡ୍ ଅଭିନେତ୍ରୀ ଜରିନ୍ ଖାନ୍

Ratnamani Maharana

‘କୌନ ବନେଗା କରୋଡପତି’ରେ ଦୂତୀ ଚାନ୍ଦ

Ratnamani Maharana

ଦିନେ ଲଣ୍ଡା ହେବା ପାଇଁ ୫୦ ହଜାର ଟଙ୍କା ନେଇଥିଲେ ରାଇମୋହନ

Ratnamani Maharana

ଦୀପିକା ପାଦୁକୋଣ ନିଜେ ନିର୍ମାଣ କରିବେ ‘ମହାଭାରତ’

Ratnamani Maharana