News

ହାସ୍ୟ ଅଭିନେତା ସଲିଲ ମିତ୍ରଙ୍କ ବିୟୋଗ

Sss

ପୁଣି ଜଣେ ଅଭିନେତାଙ୍କୁ ହରାଇଲା ଓଲିଉଡ ଇଣ୍ଡଷ୍ଟ୍ରି । ହସେଇ ହସେଇ ବେଦମ୍ କରୁଥିବା ସଲିଲ ମିତ୍ର  ଶେଷରେ ସମସ୍ତଙ୍କୁ ଦୁଃଖର ସାଗରରେ ଭସେଇ ଚାଲିଗଲେ ଆରପାରିକୁ।   ସୋମବାର ବିଳମ୍ବିତ ରାତିରେ କିମ୍ସ ହସ୍ପିଟାଲରେ ସଲିଲଙ୍କ ପରଲୋକ ହୋଇଯାଇଛି। କେନ୍ଦୁଝରରୁ ସୁଟିଂ ଶେଷ କରି କାର୍‌ରେ କଟକ ଫେରୁଥିବା ବେଳେ ଘଟଗାଁ କଲେଜ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ । ଦୁର୍ଘଟଣାରେ ସେ ଏବଂ କାର୍‌ ଚାଳକ ଗୁରୁତର ଆହତ ହୋଇଥି‌ଲେ । ଦୁର୍ଘଟଣାରେ ତାଙ୍କ ହାତ ଓ ଗୋଡ ଭାଙ୍ଗି ଯାଇଥିବା ବେଳେ ଛାତିରେ ମଧ୍ୟ ଆଘାତ ଲାଗିଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା । ପରେ ସେଠାରୁ ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି ।

୧୯୯୯ ମସିହାରେ ‘ପୁଅ ଭାଙ୍ଗିଦେଲା ସୁନା ସଂସାର’  ଚଳଚ୍ଚିତ୍ରରୁ ସଲିଲ ନିଜ ଫିଲ୍ମ କ୍ୟାରିଅର ଆରମ୍ଭ କରିଥିଲେ। ଏହାପରେ ‘ଶାସ୍ତି’, ‘ଲଭ୍ ଷ୍ଟେସନ୍’, ‘ଲଭ୍ ପାଇଁ କୁଛ୍ ଭି କରେଗା’, ‘ମହାନାୟକ’, ‘ଗପ ହେଲେ ବି ସତ’ ଓ ‘ସିଷ୍ଟର ଶ୍ରୀଦେବୀ’ ଭଳି ଅନେକ ଫିଲ୍ମରେ ଅଭିନୟ କରି ସେ ଓଡ଼ିଆ ଦର୍ଶକଙ୍କ ମନ ଜିଣି ପାରିଥିଲେ। ତାଙ୍କ ମୃତ୍ୟୁରେ ଓଡ଼ିଆ ଫିଲ୍ମ ଜଗତରେ ଶୋକର ଛାୟା ଖେଳିଯାଇଛି।

ପଢନ୍ତୁ: ଜୁନ୍‌ ୩ରେ ପ୍ରକାଶ ପାଇବ +୨ ବିଜ୍ଞାନ ପରୀକ୍ଷା ଫଳ

Related posts

ବହୁ ଦିନର ବାଦ ବିବାଦ ପରେ ଶେଷରେ ହାରିଗଲା ଓଡ଼ିଶା, ପଶ୍ଚିମବଙ୍ଗକୁ ମିଳିଲା ଜିଆଇ ଟାଗ୍

ENO Beuro

ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ:ପାସ୍ ହାର ୪୧.୧୫%

ENO Beuro

ଏଣିକି ଦେଶରେ ଆଉ ଚଳିବନି ପୁରୁଣା ଡ୍ରାଇଭିଂ ଲାଇସେନ୍ସ

ENO Beuro

Leave a Comment