Movie News

ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଓଡ଼ିଆ ଫିଚର ଫିଲ୍ମ “କ୍ଷଣିକ” ପ୍ରଦର୍ଶିତ ହେବାକୁ ମନୋନୀତ

୪୮ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହେବାକୁ ଯାଉଛି ଓଡ଼ିଆ ଫିଚର ଫିଲ୍ମ କ୍ଷଣିକ । ଆସନ୍ତା ନଭେମ୍ବର ୨୦ରୁ ୨୮ ପର୍ଯ୍ୟନ୍ତ ଗୋଆରେ ଅନୁଷ୍ଠିତ ହେବ ଏହି ମହୋତ୍ସବ । ଭାରତୀୟ ପାନୋରମା ପକ୍ଷରୁ ପ୍ରଦର୍ଶିତ ହେବାକୁ ଯାଉଥିବା ଫିଚର ଏବଂ ନନଫିଚର ଫିଲ୍ମଗୁଡୁକର ଏକ ତାଲିକା ପ୍ରକାଶ ପାଇଛି ଯେଉଁଥିରେ ୨୬ଟି ଫିଚର ଫିଲ୍ମ ଓ ୧୬ଟି ନନ ଫିଚର ଫିଲ୍ମ ସ୍ଥାନ ପାଇଛି ।

ଆଠ ଦିନ ବିଶିଷ୍ଟ ଏହି ମହୋତ୍ସବରେ ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟଙ୍କ ଦ୍ଵାରା ନିର୍ଦ୍ଦେଶିତ ଓଡ଼ିଆ ଫିଚର ଫିଲ୍ମ ‘କ୍ଷଣିକ’ ଓ ନୀଳମାଧବ ପଣ୍ଡାଙ୍କ ଦ୍ଵାରା  ନିର୍ଦ୍ଦେଶିତ ହିନ୍ଦୀ ଫିଲ୍ମ ‘କଡ୍ବି ହାୱା’ ମଧ୍ୟ ପ୍ରଦର୍ଶିତ ହେବ । ଏଥି ସହିତ ପିହୁ, ଜଲି ଏଲ୍ଏଲ୍ବି, ବାହୁବଳୀ-୨ ମଧ୍ୟ ମହୋତ୍ସବରେ ପ୍ରଦର୍ଶିତ ହେବ । ଏଥର ମହୋତ୍ସବରେ ‘କସବ’ ଫିଲ୍ମ ମଧ୍ୟ ପ୍ରଦର୍ଶିତ ହେବ ଯାହାକି ୬୪ତମ ଜାତୀୟ ଫିଲ୍ମ ମହୋତ୍ସବରେ ଶ୍ରେଷ୍ଠ ଚଳଚ୍ଚିତ୍ର ସମ୍ମାନ ପାଇଥିବା । ଫିଲ୍ମ ଅଭିନେତା ତଥା ନିର୍ଦ୍ଦେଶକ ସୁଜୟ ଘୋଷଙ୍କ ଅଧ୍ୟକ୍ଷତାରେ ଗଠିତ ୧୨ ଜଣିଆ ଜୁରି କମିଟି ଦ୍ଵାରା ୨୬ଟି ଫିଚର ଫିଲ୍ମ ଏବଂ ନିର୍ଦ୍ଦେଶକ ସୁଧୀର ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୬ଜଣିଆ ଜୁରି କମିଟି ଦ୍ଵାରା ନନ ଫିଚର ଫିଲ୍ମଗୁଡ଼ିକୁ ବଛାଯାଇଥିଲା ।

ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଓଡ଼ିଆ ଫିଚର ଫିଲ୍ମ ‘କ୍ଷଣିକ’ ପ୍ରଦର୍ଶିତ ହେବାକୁ ମନୋନୀତ

ପଢନ୍ତୁ, ବିନା ଚାଳକରେ ଟ୍ରାକରେ ୧୩କିଲୋମିଟର ଗଡିଲା ରେଳ, ବାଇକ୍‌ରେ ପିଛା କଲେ ଚାଳକ

 

Related posts

Jyoti Ranjan Will Be Seen Romancing With Two Beautiful Odia Actress

Jitendra

ନିର୍ଦ୍ଦେଶକ ରତିକାନ୍ତ ସାହୁଙ୍କ ନୂଆ ଓଡିଆ ଚଳଚ୍ଚିତ୍ର ନଟଖଟ ରୋମେଓ ଶୁଭ ମହୁରତ

ENO Beuro

Ollywood Released Odia Movie Tike Khara Tike Chhai

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More