Movie News

ଓଡିଆ ସିନେମାର ହିରୋ ବାବୁସାନ ମହାନ୍ତିଙ୍କ ହିରୋ ନମ୍ବର ୱାନ ହେବାର ସ୍ଵପ୍ନ

ଓଡିଆ ସିନେମାର ହିରୋ ବାବୁସାନ ମହାନ୍ତି ହିରୋ ନମ୍ବର ୱାନ ହେବାର ସ୍ଵପ୍ନ ଦେଖୁଛନ୍ତି । ଆଜ୍ଞା ହଁ ବାବୁସାନ ଏବେ ନିଜ ସ୍ଵପ୍ନ ରାଇଜରେ ଘୁରି ବୁଲୁଛନ୍ତି ହିରୋ ହେବାପାଇଁ । ତରଙ୍ଗ ସିନେ ପ୍ରଡକ୍ସନର ଆଗାମୀ ପୂଜା ସିନେମା “ହିରୋ ନଂ-୧”ରେ ଅଭିନେତା ବାବୁସାନ ଯେଉଁ ଚରିତ୍ରଟି ପାଇଛନ୍ତି, ତାହାହେଲା ନିମ୍ନ ମଧ୍ୟବିତ୍ତ ପରିବାରର ଜଣେ ଗ୍ରାଜୁଏଟ୍ ଫେଲ୍ ଯୁବକ । ଯାହାର ନାଁ ହେଲା ସଂଜୁ ।

ସଂଜୁର ଏକମାତ୍ର ସ୍ୱପ୍ନ ହେଲା, ସିନେମାରେ ହିରୋ ହେବ । ସେ ପୁଣି ଯାଇତାଇ ସ୍ୱପ୍ନ ନୁହେଁ,  ପୁରା ବଲିଉଡ୍, ଟଲିଉଡ୍ ଓ ହଲିଉଡରେ ରାଜ୍ କରିବ । ସ୍ୱପ୍ନ ଦେଖୁଛନ୍ତି ଗଜନୀ, ବାହୁବଳୀ କିମ୍ବା ରୋବର୍ଟ ଭଳି ବହୁଚର୍ଚ୍ଚିତ ତଥା ଜାତୀୟ ସ୍ତରର ବିଗ୍ ବଜେଟ୍‌ ସିନେମାରେ ଅଭିନୟ କରିବେ ।

ଏହି ଛବିରେ ତାଙ୍କ ସହିତ ଅଛନ୍ତି ଚୁଲବୁଲି ଭୂମିକା ଦାଶ । ସେ ଏକ ସମ୍ବାଦିକା ଭୂମିକାରେ ଆସୁଛନ୍ତି । ଅତି ସାଧାରଣ ବେଶ ପୋଷାକରେ ସେ ଦେଖାଦେବେ ଏହି ସିନେମାରେ । ତାଙ୍କ ଚରିତ୍ର ଟି ଅତ୍ୟନ୍ତ ଗୁରୁତ୍ବପୂର୍ଣ ।

ଆଜି ପର୍ଯ୍ୟନ୍ତ ବାବୁସାନ ଅନେକ ଓଡିଆ ଛବି ରେ ଅଭିନୟ କରିସାରିଲେଣି । କିନ୍ତୁ ଭୂମିକାଙ୍କର ଏହା ଦ୍ଵିତୀୟ ସିନେମା । ଅବଶ୍ୟ ସେ ଶିଶୁ କଳାକାର ଭାବେ ବହୁ ଛବିରେ ଆସିସାରିଛନ୍ତି । ବାବୁସାନ ଓ ଭୂମିକା ଙ୍କର ଏହା ଫ୍ରେଶ ଯୋଡି । ଭୂମିକା ଆଗରୁ ତୁ ମୋ ଲଭ ଷ୍ଟୋରି ରେ ସ୍ଵରାଜ ଙ୍କ ବିପକ୍ଷରେ ଚମତ୍କାର ଅଭିନୟ କରି ସାରିଛନ୍ତି ।

ଓଡିଆ ସିନେମାର ହିରୋ ବାବୁସାନ ମହାନ୍ତିଙ୍କ ହୀରୋ ନମ୍ବର ୱାନ ହେବାର ସ୍ଵପ୍ନ

ଆଜି ଦୁଇଟି ଓଡିଆ ଛବି ମୁକ୍ତିଲାଭ କରୁଛି

Related posts

Ollywood Hit Pair Ashok Pati And Abhijit Majumdar Going To Make Their Hattrick

ENO Beuro

ହର ରଥ – ଶ୍ରୀଧର ମାର୍ଥାଙ୍କ ପ୍ରଯୋଜିତ ନୂଆ ଓଡ଼ିଆ ସିନେମା ଯୋଗୀରେ ମୁଖ୍ୟ ଭୂମିକାରେ ଆସୁଛନ୍ତି

ENO Beuro

AGASTYA movie sets new record in TV Rights

Jitendra

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More