Entertainment

ଏହି ଓଡିଆ ଫିଲ୍ମକୁ ମିଳିଛି ଆଉ ଏକ ଅପୂର୍ବ ସଫଳତା,ହଙ୍ଗେରିରେ ପ୍ରଦର୍ଶିତ ହେବ ‘କ୍ଷଣିକା ଦି ଲଷ୍ଟ୍‍ ଆଇଡିଆ”!

“କ୍ଷଣିକା ଦି ଲଷ୍ଟ୍‍ ଆଇଡିଆ”

ଓଡ଼ିଆ ଫିଲ୍ମ ‘କ୍ଷଣିକା ଦି ଲଷ୍ଟ୍ ଆଇଡିଆ’କୁ ମିଳିଛି ଆଉ ଏକ ବଡ ସଫଳତା। ହଙ୍ଗେରିର ସେଜ୍‌ଡରେ ଆୟୋଜିତ ହେବାକୁ ଯାଉଥିବା ‘ସିଗ୍‌ମଣ୍ଡ୍‌ ଭିଲ୍‌ମସ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ’ରେ ଏହା ପ୍ରଦର୍ଶିତ ହେବ। ମହତ୍ଵପୂର୍ଣ କଥା ହେଉଛି ଯେ ଏକମାତ୍ର ଭାରତୀୟ ଚଳଚ୍ଚିତ୍ର ଭାବେ ଏହି ଓଡ଼ିଆ ଚଳଚ୍ଚିତ୍ରଟି ସେଠାରେ ପ୍ରଦର୍ଶିତ ହେବାର ସୁନାମ ଅର୍ଜନ କରିଛି।

୮୯ ମିନିଟ୍‌ର ଏହି ଚଳଚ୍ଚିତ୍ରରେ ଦୁଇ ସୃଜନକର୍ତାଙ୍କ ମଧ୍ୟରେ ତାଙ୍କ ସୃଜନୀ ଚେତନାର ପ୍ରତିଫଳନ ଦେଖିବାକୁ ମିଳିଛି। ସୃଜନୀର ପ୍ରାମାଣିକ ପ୍ରସ୍ତୁତିର କପି ରାଇଟ୍‌ ଥାଇପାରେ, କିନ୍ତୁ ଏହି ଚଳଚ୍ଚିତ୍ରରେ କବି ଓ ଚିତ୍ରଶିଳ୍ପୀ କିଭଳି ଏକ ପ୍ରକାର ଚିନ୍ତନକୁ ନିଜର ବୋଲି ଦାବି କରୁଛନ୍ତି, ଏହା ଚଳଚ୍ଚିତ୍ରରେ ବେଶ୍‌ ଚତୁରାତାର ସହ ଦେଖାଇଛନ୍ତି ନିର୍ଦେଶକ ଅମର୍ତ୍ୟ ଭଟ୍ଟାଚାର୍ଯ୍ୟ।

ଏହି ଓଡିଆ ଫିଲ୍ମକୁ ମିଳିଛି ଆଉ ଏକ ଅପୂର୍ବ ସଫଳତା,ହଙ୍ଗେରିରେ ପ୍ରଦର୍ଶିତ ହେବ ‘କ୍ଷଣିକା ଦି ଲଷ୍ଟ୍‍ ଆଇଡିଆ”! khynikaa

ଏହି ସିନେମାଟି ସ୍ୱସ୍ତିକ ଆର୍ଟ ହାଉସ୍‌ ବ୍ୟାନର୍‌ର। ସୁଶାନ୍ତ ମିଶ୍ର ଚିତ୍ରଶିଳ୍ପୀ ଓ ସ୍ୱସ୍ତିକ ଚୌଧୁରୀ କବି ଚରିତ୍ରରେ ଅଭିନୟ କରିଥିବା ବେଳେ ଚୌଧୁରୀ ବିକାଶ ଦାସ ଜଣେ ପାଗଳ ଭୂମିକାରେ ଅଭିନୟ କରିଛନ୍ତି। ସେହିଭଳି ଧନୁଯାତ୍ରାରେ ଦୀର୍ଘବର୍ଷ ଧରି କଂସ ଭୂମିକାରେ ମନ ଜିଣିଥିବା ହୃଷିକେଶ ଭୋଇ ଏକ ବିଶେଷ ଭୂମିକାରେ ଅଭିନୟ କରିଥିବା ବେଳେ ଅଭିନେତ୍ରୀ ଅନୁ ଚୌଧୁରୀଅତିଥି କଳାକାର ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି।

ଏହି ଓଡିଆ ଫିଲ୍ମକୁ ମିଳିଛି ଆଉ ଏକ ଅପୂର୍ବ ସଫଳତା,ହଙ୍ଗେରିରେ ପ୍ରଦର୍ଶିତ ହେବ ‘କ୍ଷଣିକା ଦି ଲଷ୍ଟ୍‍ ଆଇଡିଆ”! the lost idea 01

ପୂର୍ବରୁ ଏହି ଚଳଚ୍ଚିତ୍ରଟି ଗୋଆରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହୋଇଥିବା ବେଳେ ପଞ୍ଚମ ନୋଇଡା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ମଧ୍ୟ ପୁରସ୍କୃତ ହୋଇଛି। ସେହିଭଳି କାନାଡ଼ା, ୟୁକେ, ରୁଷିଆ ଏବଂ ଅନ୍ୟ ଦେଶରେ ଚଳଚ୍ଚିତ୍ରଟି ପ୍ରଦର୍ଶିତ ହୋଇ ଉଚ୍ଚ ପ୍ରଶଂସିତ ହୋଇପାରିଛି।

ଏହି ଓଡିଆ ଫିଲ୍ମକୁ ମିଳିଛି ଆଉ ଏକ ଅପୂର୍ବ ସଫଳତା,ହଙ୍ଗେରିରେ ପ୍ରଦର୍ଶିତ ହେବ ‘କ୍ଷଣିକା ଦି ଲଷ୍ଟ୍‍ ଆଇଡିଆ”! khyanika

ପଢନ୍ତୁ; ସାମ୍ନାକୁ କୁ ଆସିଲା “ଦେବଦାସ”ର ଫାଷ୍ଟ ପୋଷ୍ଟର, ଚର୍ଚ୍ଚାରେ ଓଲିଉଡର ପାରୋ !

Related posts

ଛୋଟ ପରଦାରେ ପୁଣି ନଜର ଆସିବେ ମାଧୁରୀ ଦିକ୍ଷିତ୍

Krishna Kumar Manoj

ସୋସିଆଲ ମିଡ଼ିଆରେ ଭାଇରାଲ୍ ହେଲା ବିରାଟଙ୍କ ଡ୍ୟାନ୍ସ

Krishna Kumar Manoj

ମହାକାଶ ଯିବେ ପ୍ରିୟଙ୍କା ଚୋପ୍ରା

Krishna Kumar Manoj

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More