News

ଅନ୍ତର୍ଜାତୀୟ ଫ୍ୟାସନ ପ୍ରତିଯୋଗିତାରେ ଓଡିଆ ଝିଅ କ୍ରିସିତା ଚାମ୍ପିଅନ୍‌!

ବିଶ୍ୱସ୍ତରୀୟ ମଡେଲିଂ ପ୍ରତିଯୋଗିତାରେ ଓଡ଼ିଆ ଝିଅ କ୍ରିସିତା ମହାପାତ୍ରଙ୍କ କମାଲ

ବିଶ୍ୱସ୍ତରୀୟ ମଡେଲିଂ ପ୍ରତିଯୋଗିତାରେ କମାଲ ଦେଖାଇଛନ୍ତି ଓଡିଆ ଝିଅ । ବିଶ୍ୱସ୍ତରୀୟ ମଡେଲିଂ ପ୍ରତିଯୋଗିତାରେ ଓଡ଼ିଆ ଝିଅ କ୍ରିସିତା ମହାପାତ୍ର କମାଲ ଦେଖାଇଛନ୍ତି । କେରଳରେ ଅନୁଷ୍ଠିତ ଇଣ୍ଟରନ୍ୟାସନାଲ ଚିଲଡ୍ରେନ୍ସ ଆର୍ଟ ଟ୍ୟାଲେଣ୍ଟ ଆଣ୍ଡ ଫ୍ୟାସନ ପ୍ରତିଯୋଗିତାରେ ସେ ଚାମ୍ପିଅନ୍‌ ହୋଇଛନ୍ତି । ୧୨ ବର୍ଷ ବୟସରେ ଏହି ସଫଳତା ପାଇଛନ୍ତି କ୍ରିସିତା ।

ନିକଟରେ କେରଳର କାଲିକଟଠାରେ ଅନୁଷ୍ଠିତ ହୋଇଥିବା ଜୁନିୟର ମଡେଲ ଇଣ୍ଟିରନ୍ୟାସନାଲ-୨୦୧୮ ପ୍ରତିଯୋଗିତାରେ ଓଡିଶାରୁ ୪ଜଣ ଝିଅ ଭାଗ ନେଇଥିଲେ । ଯେଉଁଥିରେ ବାଲେଶ୍ୱର ସୁନ୍ଦରୀ କ୍ରିସିତା ବାଜିମାତ କରିଛନ୍ତି । ପ୍ରତ୍ୟେକ ରାଉଣ୍ଡରେ ତାଙ୍କର ନୂଆନୂଆ ରୂପ ସମସ୍ତଙ୍କୁ ଚକିତ କରିଥିଲା । ଫଳସ୍ୱରୂପ ଶେଷରେ ସେ ଚମ୍ପିୟନ ମୁକୁଟ ପିନ୍ଧିଛନ୍ତି ।

ଗତ ୨ବର୍ଷ ହେବ କ୍ରିସିତା ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଆସୁଥିବା ଜଣାପଡିଛି । ତାଙ୍କର କ୍ରମାଗତ ନିଷ୍ଠା ଓ ପରାକାଷ୍ଠା ତାଙ୍କୁ ଆଜି ଏହି ସଫଳତା ଆଣି ଦେଇଛି । କ୍ରିସିତା ବର୍ତ୍ତମାନ ବାଲେଶ୍ୱର ସେଣ୍ଟ ଭିନସେଣ୍ଟ ସ୍କୁଲର ଷଷ୍ଠ ଶ୍ରେଣୀ ଛାତ୍ରୀ । ଛୁଆଟି ବେଳୁ ତାଙ୍କର ମଡେଲିଂ ପ୍ରତି ଦୁର୍ବଳତା ଥିବା ତାଙ୍କ ପରିବାର ଲୋକେ ଜଣାଇଛନ୍ତି । ପୂର୍ବରୁ ସେ ଅନେକ କାର୍ଯ୍ୟକ୍ରମରେ ସଫଳତା ମଧ୍ୟ ପାଇଛନ୍ତି । ଏବେ କ୍ରିସିତା ୱାର୍ଲଡ ଜୁନିୟର ମଡେଲ ଲାଗି ମନୋନୀତ ହୋଇଛନ୍ତି । ଫ୍ୟାସନ ଓ ମଡେଲିଂରେ ରୁଚି ରଖୁଥିବା କ୍ରିସିତା ଆଗାମୀ ଦିନରେ ମିସ ୱାର୍ଲଡ ହେବା ପାଇଁ ଲକ୍ଷ ରଖିଛନ୍ତି ।

କ୍ରିସିତା ବାଲେଶ୍ୱର ସେଣ୍ଟ ଭିନସେଣ୍ଟ ସ୍କୁଲର ଷଷ୍ଠ ଶ୍ରେଣୀର ଛାତ୍ରୀ ।  ପ୍ରିନର୍ସରୀ ପଢିବା ଦିନଠୁ ହିଁ ତାଙ୍କର ମଡ଼େଲିଂ ପ୍ରତି ଆଗ୍ରହ ବଢିଥିଲା । ପରେ ଅନେକ ଫ୍ୟାସନ ଶୋ’, ମଡ଼େଲିଂ, ଡ୍ୟାନ୍ସ ଓ ସଂଗୀତ କାର୍ଯ୍ୟକ୍ରମରେ ଭାଗ ନେଇ  ସେ ସଫଳତା ପାଇଥିଲେ ।

ଅନ୍ତର୍ଜାତୀୟ ଫ୍ୟାସନ ପ୍ରତିଯୋଗିତାରେ ଓଡିଆ ଝିଅ କ୍ରିସିତା ଚାମ୍ପିଅନ୍‌! kirtika

ପଢନ୍ତୁ ;

ଆଜି ପୁୁରୁଛି ନବୀନଙ୍କ ଚତୁର୍ଥ ପାଳିର ଚତୁର୍ଥ ବର୍ଷ : ଏବେ ‘୧୯’ ପାଇଁ ପ୍ରସ୍ତୁତି

Related posts

କେରଳରେ ୧୦୦ ବର୍ଷରେ ସବୁଠୁ ପ୍ରଳୟଙ୍କରୀ ବନ୍ୟା:୩୨୪ ମୃତ,୨ଲକ୍ଷ ବିସ୍ଥାପିତ

Krishna Kumar Manoj

ସି-ସୋର ଚିଟଫଣ୍ଡ ମାମଲାରେ ଗିରଫ ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳ ଙ୍କୁ ସିବିଆଇ ଜେରା

Krishna Kumar Manoj

ମାଛରୁ କ୍ୟାନସର! ଓଡ଼ିଶାକୁ ଆନ୍ଧ୍ରରୁ ଆସୁଥିବା ମାଛ ଉପରେ ଲାଗିପାରେ କଟକଣା

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More