ମିସ୍ ଏସିଆ ପ୍ୟାସିଫିକ୍ ଇଣ୍ଟରନ୍ୟାସନାଲ ୨୦୧୭ - ଓଡିଆ ଝିଅ ସୋନିକା ରାୟ ମନୋନୀତ

ମିସ୍ ଏସିଆ ପ୍ୟାସିଫିକ୍ ଇଣ୍ଟରନ୍ୟାସନାଲ ୨୦୧୭ – ଓଡିଆ ଝିଅ ସୋନିକା ରାୟ ମନୋନୀତ

ଓଡିଆ ଝିଅ ସୋନିକା ରାୟ, ଫେମିନା ମିସ ଇଣ୍ଡିଆ ପ୍ରତିଯୋଗୀ, ଏବେ ନିଜ ସଫଳତା ବହିରେ ଆଉ ଏକ ଫର୍ଦ ଯୋଡିବାକୁ ଯାଉଛନ୍ତି । ସେ ଫିଲିପାଇନ୍ସରେ ଆୟୋଜିତ ହେବାକୁ ଥିବା ବିଶ୍ୱସ୍ତରୀୟ ପ୍ରତିଯୋଗିତା ମିସ୍ ଏସିଆ ପ୍ୟାସିଫିକ୍ ଇଣ୍ଟରନ୍ୟାସନାଲ ୨୦୧୭ ପାଇଁ ଏକମାତ୍ର ଓଡ଼ିଆ ଝିଅ ଭାବେ ମନୋନୀତି ହୋଇଛନ୍ତି ।

ଏହି ପ୍ରତିଯୋଗୀତା ନଭେମ୍ବର ୧୦ରୁ ଆରମ୍ଭ ହେଇ ନଭେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ । ଅକ୍ଟୋବର ୨୦ ରେ ସେ ଏହି ପ୍ରତିଯୋଗୀତା ପାଇଁ ନିମନ୍ତ୍ରିତ ହେଇଥିଲେ । ସୋନିକା ନିଜର ଖୁସିକୁ ସୋସିଆଲ ମେଡିଆ ଦ୍ଵାରା ପ୍ରକାଶ କରିଛନ୍ତି  ଏବୋଂ ତାଙ୍କୁ ଏହି ଅବସର ଦେଇଥିବାରୁ ମିସ୍ ଏସିଆ ପ୍ୟାସିଫିକ୍ ଇଣ୍ଟରନ୍ୟାସନାଲ ସଂସ୍ଥାକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।

ଏହି ଭ୍ରମଣ ପୂର୍ବରୁ ସୋନିକା ରାଜଭବନ ଯାଇ ରାଜ୍ୟପାଳ ଏସସି ଜମିରଙ୍କୁ ଭେଟିଛନ୍ତି। “ ମୋର ଯେ ମୁଁ ଓଡିଶାର ରାଜ୍ୟପାଳଙ୍କୁ ଭେଟିପାରିଲି । ମୁଁ ଓଡିଶାରେ ଜନ୍ମ ହେଇଥିବାରୁ ବହୁତ ଖୁସି ଓ ଗର୍ବିତ । ଏହିଭଳି ଏକ ଶୋରେ ଅନ୍ୟ ୬୦ ଟି ଦେଶର ପ୍ରତିଯୋଗୀଙ୍କ ସହ ଅଂଶ ଗ୍ରହଣ ପାଇଁ ମୁଁ ଗର୍ବିତ ବୋଲି ସୋନିକା ନିଜ ଫେସବୁକ ରେ ଶେୟାର କରିଛନ୍ତି ।

ମିସ୍ ଏସିଆ ପ୍ୟାସିଫିକ୍ ଇଣ୍ଟରନ୍ୟାସନାଲ ୨୦୧୭ - ଓଡିଆ ଝିଅ ସୋନିକା ରାୟ ମନୋନୀତ

ପଢନ୍ତୁ, ଓଲିଉଡ୍‌ର ଲୋକପ୍ରିୟ ନାୟିକା ବର୍ଷା ପ୍ରିୟଦର୍ଶିନୀ ଙ୍କୁ କେବେ ମିଳିବ ଏହି ନାୟକଙ୍କ ସାଥ୍‌