News

କଶ୍ମୀରରେ ଆତଙ୍କବାଦୀଙ୍କ ଗୁଳିରେ ସହିଦ ଓଡ଼ିଆ ଯବାନ

Tt

ଜାମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲାରେ ମଙ୍ଗଳବାର ​ଭୋରରୁ ହୋଇଥିବା ଏନକାଉଣ୍ଟରରେ ଜଣେ ଓଡିଆ ଯବାନ ସହିଦ ହୋଇଥିବା ସୂଚନା ମିଳିଛି । ସହିଦ ଯବାନଙ୍କ ନାମ ଅଜିତ୍ ସାହୁ  ଏବଂ ତାଙ୍କ ଘର ଢେଙ୍କାନାଳ ଜିଲାର କାମାକ୍ଷାନଗର ବ୍ଳକ୍ ଅନ୍ତର୍ଗତ ବଡସୁଆଁଳ ଗ୍ରାମରେ ବୋଲି ଜଣାପଡିଛି । ୨୦୧୫ରେ ଅଜିତ୍ ସାହୁ ଭାରତୀୟ ସେନାରେ ଯୋଗ ଦେଇଥିଲେ ।

ସୂଚନାଯୋଗ୍ୟ, ଅନନ୍ତନାଗ ଜିଲାର ୱାଘମ ଜିଲାରେ ଆତଙ୍କବାଦୀମାନେ ଲୁଚି ରହିଥିବା ସୂଚନା ମିଳିବା ପରେ ସେନା ପକ୍ଷରୁ ସର୍ଚ୍ଚ ଅପରୋନ ଆରମ୍ଭ ହୋଇଥିଲା। ମଙ୍ଗଳବାର ଭୋର ସମୟରେ ଯବାନମାନେ ଆତଙ୍କବାଦୀଙ୍କୁ ଘେରିଯାଇଥିଲେ। ଫଳରେ ଆତଙ୍କବାଦୀମାନେ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ହେବାରୁ ଘଟଣାସ୍ଥଳରେ ମେଜର କେତନ ଶର୍ମା  ସହିଦ ହୋଇଥିବା ବେଳେ ୩ ଜଣ ଯବାନ ଆହତ ହୋଇଥିଲେ । ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଯାଇଥିଲା। ପରେ ଚିକିତ୍ସାଧୀନ ଅବସ୍ଥାନରେ ଆହତ ଯବାନମାନଙ୍କ ମଧ୍ୟରୁ ଓଡିଆ ଯବାନ ଅଜିତ୍ ସାହୁଙ୍କ ମୃତ୍ୟୁ  ଘଟିଥିବା ଜଣାପଡିଛି ।ଅଜିତ ସହିଦ ହୋଇଥିବା ନେଇ ଆର୍ମି କ୍ୟାମ୍ପରୁ ତାଙ୍କ ପରିବାରକୁ ଫୋନ୍ ଆସିଥିବା ଜଣାପଡ଼ିଛି। ଆଜି ରାତିରେ ସହିଦ ଯବାନଙ୍କ ମରଶରୀର ଗାଁରେ ପହଞ୍ଚିବ।

ପଢନ୍ତୁ: ଓମ୍ ବିର୍ଲା ହେବେ ଲୋକସଭା ବାଚସ୍ପତି !

Related posts

ନିର୍ଯ୍ୟାତ ମିତ୍ର ମୋବାଇଲ ଆପର ଶୁଭାରମ୍ଭ କଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ସୁରେଶ ପ୍ରଭୁ

ENO Beuro

ଜାତିସଂଘ ପକ୍ଷରୁ ମୋଦୀଙ୍କୁ ମିଳିଲା ଚାମ୍ପିୟନ୍ସ ଅଫ୍ ଆର୍ଥର ସମ୍ମାନ

ENO Beuro

ରାଜଧାନୀ ଭୁବନେଶ୍ଵରରେ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି ମହିଳା ବାଇକ ରାଲି

ENO Beuro

Leave a Comment