News

ଭାରତ ଫେରିଲେ ସାଉଦିରେ ଫସିରହିଥିବା ୯ ଓଡିଆ ଶ୍ରମିକ

Untitled 1

ଦୁବାଇରେ ଫସି ରହିଥିବା ୧୦ ଓଡ଼ିଆ ଶ୍ରମିକଙ୍କ ମଧ୍ୟରୁ ୯ ଜଣଙ୍କୁ ଉଦ୍ଧାର କରାଯାଇଛି। ଏମାନେ ସମସ୍ତେ ଆଜି ଦିଲ୍ଲୀରେ ପହଞ୍ଚିଛନ୍ତି। ବୈଦେଶିକ ମନ୍ତ୍ରାଳୟର ସହଯୋଗରେ ଦିଲ୍ଲୀ ଫେରିଲେ ସମସ୍ତ ଓଡିଆ ଶ୍ରମିକ । ସମସ୍ତ ଶ୍ରମିକ ନୟାଗଡ, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାର ହୋଇଥିବା ସୂଚନା ମିଳିଛି । ଶ୍ରମିକମାନେ ଗତ ୧ବର୍ଷ ହେଲା ଦୁବାଇରେ ଫସିରହିଥିଲେ । ତେବେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ଏମାନେ ଉଦ୍ଧାର ହୋଇପାରିଛନ୍ତି । ଏଥିପାଇଁ ସେମାନେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି କୃତଜ୍ଞତା ଜଣାଇଛନ୍ତି । ଧର୍ମେନ୍ଦ୍ର ପ୍ରଧାଙ୍କ ସହ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ଅପରାଜିତା ଷଡଙ୍ଗୀ ଓ ସମ୍ବିତ ପାତ୍ର ଉପସ୍ଥିତ ଥିଲେ।

ସୂଚନା ଅନୁସାରେ ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ ଜିଲ୍ଲାର ୧୦ ଜଣ ଓଡ଼ିଆ ଶ୍ରମିକ ଦୁବାଇକୁ କାମ କରିବାକୁ ଯାଇଥିବା ବେଳେ ସେଠାରେ କମ୍ପାନୀ ସେମାନଙ୍କୁ ନିର୍ଯାତନା ଦେଉଥିବା ନେଇ କିଛିଦିନ ତଳେ ଅଭିଯୋଗ ହୋଇଥିଲା।ଏପରିକି ସେମାନଙ୍କୁ ସେଠାରେ ଦରମା ଦିଆଯାଉନାହିଁ ବୋଲି ଶ୍ରମିକମାନେ ଅଭିଯୋଗ କରିବା ସହ ସୋଶାଲ ମିଡିଆ ଜରିଆରେ ଉଦ୍ଧାର ପାଇଁ ନିବେଦନ କରିଥିଲେ।

Labour
Labour

ମୋଦି ସରକାର  ଆସିବା ପରଠାରୁ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ନିଜ କାମ ପାଇଁ ଅନେକ ପ୍ରଶଂସା ପାଉଛି ।  ବିଦେଶରେ ଫସି ରହିଥିବା ଅନେକ ଭାରତୀୟଙ୍କୁ ଭାରତ ଆଣିବାରେ ବୈଦେଶିକ ମନ୍ତ୍ରାଳୟ  ସଫଳ ହୋଇଛି ।

ପଢନ୍ତୁ: ରାଜ୍ୟସ୍ତରୀୟ ରେଲେଓ୍ଵ ସୁରକ୍ଷା ବୈଠକ: ଭିକ୍ଷାମାଗୁଥିବା କିନ୍ନରଙ୍କ ଉପରେ ଲାଗିବ କଟକଣା

Related posts

ଡେନିସ୍‍,ନାଦିଆଙ୍କୁ ଶାନ୍ତି ନୋବେଲ୍‍ ପୁରସ୍କାର

ENO Beuro

କୃଷ୍ଣା ନଦୀ ଡଂଗା ବୁଡି ଘଟଣାରେ ୧୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ନିଖୋଜ

ENO Beuro

ପରପାରିରେ ଗୀତିକବି ରସରାଜ !

ENO Beuro

Leave a Comment